Home ଅନୁଗୁଳ ୫ ଦଫା ଦାବି ନେଇ ଟିଏଫ୍ଏଲ୍ ମହାପ୍ରବନ୍ଧକଙ୍କୁ ସ୍କାରକପତ୍ର ପ୍ରଦାନ

୫ ଦଫା ଦାବି ନେଇ ଟିଏଫ୍ଏଲ୍ ମହାପ୍ରବନ୍ଧକଙ୍କୁ ସ୍କାରକପତ୍ର ପ୍ରଦାନ

56

ତାଳଚେର, ୩/୮ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ସାର କାରଖାନା ଆଞ୍ଚଳିକ ପ୍ରଜା ମହାସଂଘ ପକ୍ଷରୁ ୫ ଦଫା ଦାବି ନେଇ ଟିଏଫ୍ଲ୍ ମହାପ୍ରବନ୍ଧକଙ୍କୁ ଆଜି ଏକ ସ୍କାରକପତ୍ର ପ୍ରଦାନ କରାଯାଇଛି। ସଂଘର ସଭାପତି ଇଂ ମନୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ସଦସ୍ୟମାନେ ଏଫ୍.ସି.ଆଇ. ଫୁଟ୍ବଲ୍ ପଡିଆ ଠାରୁ ଏକ ଶୋଭାଯାତ୍ରାରେ ଆସି ଟିଏଫ୍ଏଲ୍ ମହାପ୍ରବନ୍ଧକଙ୍କୁ ସ୍କାରକପତ୍ର ପ୍ରଦାନ କରିଥିଲେ। ତାଳଚେର ସାରକାରଖାନା ଲିମିଟେଡ୍ର କାମ ବର୍ତମାନ ଜୋରଦାର ଭାବେ ଆଗେଇ ଚାଲିଛି। ବର୍ତମାନ ସାରକାରଖାନାରେ ବହୁତ ଘରୋଇ କମ୍ପାନୀ ଆସି ତାଙ୍କର କାର୍ଯ୍ୟ ଆରମ୍ଭ କଲେଣି। କିନ୍ତୁ କାରଖାନାର ଚତୁଃପାଶ୍ୱର୍ରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ କ୍ଷତିଗ୍ରସ୍ତ ହେଉଥିବା ଲୋକମାନେ କୌଣସି ନିଯୁକ୍ତି କିମ୍ବା ଠିକା କାମ ପାଇପାରୁ ନାହାନ୍ତି। ତା ବଦଳରେ ତାଳଚେର ବାହାର ଲୋକ ଆସି ଏଠାରେ ନିଯୁକ୍ତି ଏବଂ ଠିକା କାମ ପାଉଛନ୍ତି। ଏଣୁ ସାର କାରଖାନାରେ କାର୍ଯ୍ୟ କରୁଥିବା ସମସ୍ତ ପ୍ରାଇଭେଟ୍ କମ୍ପାନୀରେ ରାଜ୍ୟ ସରକାରଙ୍କର ନିୟମ ମୁତାବକ ୯୦ଭାଗ ସ୍ଥାନୀୟ ବେକାର ଲୋକଙ୍କୁ ନିଯୁକ୍ତି ପ୍ରଦାନ, କେନ୍ଦ୍ର ସରକାରଙ୍କର ନିୟମ ମୁତାବକ କାରଖାନାରେ କାର୍ଯ୍ୟ କରୁଥିବା ସମସ୍ତ ଠିକା ଶ୍ରମିକ କାର୍ଯ୍ୟ କରିବାର ସମୟ ସୀମା ୮ଘଣ୍ଟା କରାଯିବା, ବେନିୟମ ଉପାୟରେ କରାଯାଉଥିବା୧୨ ଘଣ୍ଟା କାମକୁ ବନ୍ଦ କରାଯିବା, କେନ୍ଦ୍ର ସରକାରଙ୍କର ନିୟମ ମୁତାବକ ସମସ୍ତ ଠିକା ଶ୍ରମିକମାନଙ୍କୁ ସର୍ବନିମ୍ନ ମଜୁରୀ, ଇପିଏଫ୍, ଇଏସଆଇ କାର୍ଡ ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ପ୍ରଦାନ କରାଯିବା, ସାର କାରଖାନାରେ ହେଉଥିବା ଛୋଟ ଛୋଟ ଠିକା କାମକୁ ସ୍ଥାନୀୟ ବେକାର ଲୋକଙ୍କୁ ଅଗ୍ରାଧିକାର ଭିତିରେ ପ୍ରଦାନ କରାଯିବା, କାରଖାନାକୁ ଯାଆସ କରୁଥିବା ଭାରିଯାନ ଗୁଡିକ ବସ୍ତି ଅଞ୍ଚଳରେ ନିୟନ୍ତ୍ରିତ ବେଗରେ ରାତି ୧୦ ଘଟିକା ଠାରୁ ସକାଳ ୬ ଟା ପର୍ଯ୍ୟନ୍ତ ଚଳାଚଳ କରିବା ଆଦି ୫ ଦଫା ସମ୍ବଳିତ ଦାବି ପୂରଣ କରିବା ପାଇଁ କୁହାଯାଇଛି। ଆସନ୍ତା ୧୫ ଦିନ ମଧ୍ୟରେ ଦାବିଗୁଡିକ ପୂରଣ ହେଲେ ସଙ୍ଗଠନ ବାଧ୍ୟ ହୋଇ ଆସନ୍ତା ତା୧୯/୦୮/୨୦୨୨ ରିଖ ଶୁକ୍ରବାର ଦିନ ପ୍ଲାଣ୍ଟର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିବେ ବୋଲି ଏହାର ସଭାପତି ଶ୍ରୀ ପ୍ରଧାନ ଚେତାବନୀ ଦେଇଛନ୍ତି। ଆଜିର ଦାବିପତ୍ର ପ୍ରଦାନ ବେଳେ ସାଧାରଣ ସମ୍ପାଦିକା ଲକ୍ଷ୍ମିପ୍ରିୟା ମଲ୍ଲିକ୍, ମଲ୍ଲିକା ବେହେରା, ରୀନା ବେହେରା, ଜ୍ୟୋତି ନାଏକ, ନିଲମ ଲାଲ୍, ନିରଞ୍ଜନ ସାହୁ, ତୁଷାର କୁମାର ସାହୁ, ଦିଲିପ୍ ମାଝୀ, ସ୍ୱାଗତ ପୃଷ୍ଟି, ଚନ୍ଦନ ନାଏକ, ସନନ୍ତ ସାହୁ, ପ୍ରଭାତ ନାଏକ, ବିନୋଦ ଲାଲ୍, ଆଶିଷ ନାଏକ, ମହେଶ୍ୱର ବାରିକ୍, ବିମାନ ପଲେଇ, ପ୍ରଦ୍ୟୁମ୍ନ ନାଏକ, ସିପୁନ୍ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.