Home ଅନୁଗୁଳ ଜବରଦଖଲରେ ବହୁ ଏମ୍ସିଏଲ୍ କ୍ୱାର୍ଟର

ଜବରଦଖଲରେ ବହୁ ଏମ୍ସିଏଲ୍ କ୍ୱାର୍ଟର

16

ତାଳଚେର, ୩୧/୭(ଓଡ଼ିଆ ପୁଅ/ଅଜିତ ବେହେରା): ତାଳଚେରସ୍ଥିତ ଏମ୍ସିଏଲ୍ ଭରତପୁର କ୍ଷେତ୍ରର କର୍ମଚାରୀମାନଙ୍କ ରହିବା ନିମନ୍ତେ ନେହରୁ ଶତାଦ୍ଦୀ ନଗର ନାମକ ଏକ କଲୋନୀ ନିର୍ମାଣ କରାଯାଇଛି। ଉକ୍ତ କଲୋନୀ ପରିସରରେ କର୍ମଚାରୀମାନଙ୍କ ନିମନ୍ତେ ଆଠ ଶହରୁ ଅଧିକ କ୍ୱାର୍ଟର ରହିଥିବା ବେଳେ ମନ୍ଦିର, ଖେଳ ପଡିଆ, ବିଦ୍ୟାଳୟ, ପାର୍କ ଇତ୍ୟାଦି ରହିଛି। ମାତ୍ର କିଛି ବର୍ଷ ହେବ କଲୋନୀ ପରିସରରେ ଥିବା ୪୦ରୁ ଉର୍ଦ୍ଧ୍ୱ କ୍ୱାର୍ଟରକୁ ସ୍ଥାନୀୟ ଅଣଚାକିରିଆ ଓ ରାଜନେତାମାନେ ଜୋର୍ ଜବରଦସ୍ତ ମାଡ଼ି ବସିଥିବାର ଅଭିଯୋଗ ହେଉଛି। ଦୀର୍ଘ ବର୍ଷ ଧରି ଏମ୍ସିଏଲ୍ରେ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ କ୍ୱାର୍ଟରଟିଏ ମିଳିବା କାଠିକର ପାଠ ହୋଇଥିବା ବେଳେ ଅଣ ଚାକିରିଆ ଓ ବ୍ୟବସାୟୀମାନେ ଜୋରଜବରଦସ୍ତି କ୍ୱାର୍ଟର ମାଡି ବସିବା ତଥା କଲୋନୀର ସୁରକ୍ଷା ଦାୟିତ୍ୱରେ ଥିବା ଏମସିଏଲ୍ ଅଧିକାରୀମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ନେଇ ଶ୍ରମିକ ମହଲରେ ଚାପା ଗୁଞ୍ଜରଣ ସୃଷ୍ଟି ହେଉଛି। କିଛିଦିନ ତଳେ କେତେକ ଅସାମାଜିକ ଯୁବକ ଏହି କଲୋନୀର ୨ଟି କ୍ୱାର୍ଟରକୁ ତାଲା ପକାଇ ନିଜ ଅକ୍ତିଆରରେ ରଖିଥିବା ଜଣାପଡ଼ିଛି। ସେହି କ୍ୱାର୍ଟର ମଧ୍ୟରୁ ଜଣେ ଖଣି କର୍ମଚାରୀଙ୍କୁ ଆବଣ୍ଟନ କରାଯାଇଥିବା ବେଳେ ପୂର୍ବରୁ ଅନ୍ୟ କେହି ଜଣେ ତାଲା ପକାଇ ଦେଇଥିବା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ମଧ୍ୟ ଦାୟିତ୍ୱରେ ଥିବା ଖଣି ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ନଥିବା ଅଭିଯୋଗ ହେଉଛି। ଆଗାମୀ ଦିନରେ ଏହାର ସ୍ଥାୟୀ ସମାଧାନ ନ ହେଲେ ଶ୍ରମିକମାନଙ୍କ ପକ୍ଷରୁ ଜୋରଦାର୍ ବିରୋଧ କରାଯିବ ସହ ହରତାଳ କରାଯିବ ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.