Home ଅନୁଗୁଳ କୋଲ୍ ଇଣ୍ଡିଆ ଆଇଟିଆଇ ଏମ୍ପେ୍ଲାଇଜ ଆସୋସିଏସନ୍ ର ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

କୋଲ୍ ଇଣ୍ଡିଆ ଆଇଟିଆଇ ଏମ୍ପେ୍ଲାଇଜ ଆସୋସିଏସନ୍ ର ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

41

ତାଳଚେର, ୫/୮ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ବ୍ଲକ କୋଲିୟରୀ ସ୍ଥିତ ଜଗନ୍ନାଥ କ୍ଷେତ୍ର ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି କୋଲ୍ ଇଣ୍ଡିଆ ଆଇଟିଆଇ ଏମ୍ପେ୍ଲାଇଜ୍ ଆସୋସିଏସନ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ୭ ଦଫା ସମ୍ବଳିତ ଦାବିପତ୍ର ଏମସିଏଲ ଡାଇରେକ୍ଟର ପର୍ସନାଲ୍ଙ୍କ ଉଦ୍ଦେଶ୍ୟରେ ମହାପ୍ରବନ୍ଧକଙ୍କ ଜରିଆରେ ପ୍ରଦାନ କରାଯାଇଛି। ଦାବିଗୁଡିକ ମଧ୍ୟରେ ଏମସିଏଲରେ କାର୍ଯ୍ୟରତ ଆଇଟିଆଇ ପ୍ରମାଣପତ୍ର ଧାରୀଙ୍କୁ ଆଇ.ଆଇ.-୩୨ ଆଧାରରେ ପଦୋନ୍ନତି ଦେବା, ଏମସିଏଲ ଜରିଆରେ ଜମିହରା ପ୍ରଜା ବା ଭୂମି ବିସ୍ଥାପିତ କର୍ମଚାରୀମାନଙ୍କୁ ସ୍କିଲ୍ ଡେଭେଲପ୍ମେଣ୍ଟ ଯୋଜନାରେ ଆଇ.ଟି.ଆଇ. କରିଥିବା ସମସ୍ତ କର୍ମଚାରୀମାନଙ୍କୁ ସଠିକ୍ ଥଇଥାନ ଓ ପ୍ରମାଣପତ୍ର ପ୍ରଦାନ କରିବା ଏବଂ ସେମାନଙ୍କୁ ଟେକ୍ନିକାଲ୍ ଭାବେ ନିଯୁକ୍ତିରେ ନିୟୋଜିତ କରାଇବା, ସୁପରଭାଇଜର ପଦବୀ ପ୍ରମୋସନ୍ ସମୟରେ ଏମ଼୍‌.ସି.ଏଲ୍‌. କର୍ପୋରେଟ୍ ଦ୍ୱାରା କରାଯାଉଥିବା ପାତରଅନ୍ତର ନୀତି ବନ୍ଦ କରିବା, ସ୍ଥାୟୀ ନିଯୁକ୍ତିରେ ଠିକା ପ୍ରଥା ବନ୍ଦ କରିବା ଇତ୍ୟାଦୀ ଦାବି ଅନ୍ତର୍ଭୁକ୍ତ ହୋଇଛି। ଏଗୁଡ଼ିକର ଯଥାଶୀଘ୍ର ସମାଧାନ କରାନଗଲେ ସଂଘ ପକ୍ଷରୁ କୋଇଲାଖଣି ମୁଖ୍ୟାଳୟ ସମ୍ବଲପୁର ଠାରେ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଆଜିର ଏହି ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ ବେଳେ ସଂଘର ସଭାପତି ଦୁଷ୍ମନ୍ତ କୁମାର ଦାସ, ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ମହାନ୍ତି, କୋଷାଧ୍ୟକ୍ଷ ସୁଧାକର ଜେନା, ଗିରିଶ ବେହେରା, ପ୍ରଫୁଲ ଦାସ, ଚନ୍ଦ୍ରଶେଖର ମିଶ୍ର, ଶ୍ରୀଧର ସିଂ, ଏମସିଏଲ ଜୋନର ମିଡିଆ ପ୍ରଭାରୀ ତଥା ଶ୍ରମିକ ନେତା ଶ୍ରୀନିବାସ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.