Home ଅନୁଗୁଳ ତାଳଚେର ରାଣୀମନ୍ଦିର ଠାରେ ଭାଗବତ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ

ତାଳଚେର ରାଣୀମନ୍ଦିର ଠାରେ ଭାଗବତ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ

47

ତାଳଚେର, ୧୮/୧ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ରାଣୀମନ୍ଦିର ପରିସରରେ ଚଳିତ ଜାନୁଆରୀ ୧୫ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ଭଗବତ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ କଥା ଅନୁଷ୍ଠିତ ହେଉଛି। ଏହି ଭାଗବତ ପାରାୟଣ ଶ୍ରବଣ କରିବା ନିମନ୍ତେ ତାଳଚେର ସମେତ ଏହାର ଆଖପାଖ ଅଂଚଳରୁ ବହୁ ଭଗବତ ପ୍ରେମୀମାନେ ସନ୍ଧ୍ୟା ୬ଘଟିକା ଠାରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ଭଗବତପ୍ରେମୀଙ୍କ ଭିଡ଼ ଦେଖିବାକୁ ମିଳୁଛି। ଏହି ଭଗବତ ଗାଥା ଆୟୋଜକ ସୁଜାତା ମଞ୍ଜରୀ ରାୟ ଏବଂ ନରେନ୍ଦ୍ର କୁମାର ଦାସ ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ତୁଲାଉଥିବା ବେଳେ ଭଗବତ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହେଉଛି। ପ୍ରବଚକ ପଣ୍ଡିତ ଦେବରାଜ ଦାସ (ବାଙ୍କି) ଏବଂ ପ୍ରତ୍ୟେହ ସକାଳ ବ୍ୟାସପୂଜକ ରାମକୃଷ୍ଣ ମିଶ୍ରଙ୍କ ଦ୍ୱାରା ପାରାୟଣ କାର୍ଯ୍ୟକ୍ରମ ଅତିସରସ ସୁନ୍ଦରଭାବେ ପରିବେଷଣ କରାଯାଉଥିବାରୁ ଭଗବତପ୍ରେମୀମାନେ ବେଶ ଆନନ୍ଦ ସହକାରେ ଏହାକୁ ଶ୍ରବଣ କରୁଛନ୍ତି। ଏହି କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ଭଗବତପ୍ରେମୀଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.