Home ଅନୁଗୁଳ ନାଲକୋ ସିପିପି ଠାରେ ଫୁଲ୍ ସ୍ଖେଲ ମକ୍ ଡ୍ରିଲ ଆୟୋଜିତ

ନାଲକୋ ସିପିପି ଠାରେ ଫୁଲ୍ ସ୍ଖେଲ ମକ୍ ଡ୍ରିଲ ଆୟୋଜିତ

155

ଅନୁଗୋଳ, ୫/୮(ଓଡ଼ିଆ ପୁଅ/ଅଜିତ ବେହେରା): ଏହାର ଜରୁରୀକାଳୀନ ପ୍ରସ୍ତୁତି, ଯାଂଚ କରିବାକୁ, ନାଲକୋ ସିପିପି ତରଫରୁ ଡିଷ୍ଟ୍ରିକ୍ଟ କ୍ରାଇସେସ୍ ଗ୍ରୁପ୍‌(ଡିସିଜି), ଅନୁଗୋଳ ସହଯୋଗରେ ଇନ୍ଧନ ତେଲ ପମ୍ପ ହାଉସ୍‌(ଫୁଏଲ ଅଏଲ ପମ୍ପ୍ ହାଉସ) ଠାରେ ଅଗଷ୍ଟ ୪ ତାରିଖ ଅପରାହ୍ନ ୪ଟା ବେଳେ ଫୁଲ ସ୍ଖେଲ ଅନ୍ସାଇଟ୍ ମକ୍ ଡ୍ରିଲ ଆୟୋଜିତ ହୋଇଥିଲା। ମକ୍ ଡ୍ରିଲ ଆସଷ୍ଟ ଦ୍ୱାରା ସାକ୍ଷୀ ହୋଇଥିଲା। ଆସିଷ୍ଟାଣ୍ଟ ଡାଇରେକ୍ଟର(ଫ୍ୟାକ୍ଟ୍ରିଜ ଆଣ୍ଡ ବଏଲରସ), ଅନୁଗୋଳ ଜୋନ୍୧ ତଥା ଡିଷ୍ଟ୍ରିକ୍ଟ କ୍ରାଇସେସ୍ ଗ୍ରୁପ୍ (ଡିସିଜି)ର ସଂଯୋଜକ, ଡେପୁଟି ଡାଇରେକ୍ଟର(ଫ୍ୟାକ୍ଟ୍ରିଜ ଆଣ୍ଡ ବଏଲରସ), ଅନୁଗୋଳ ଡିଭିଜନ ଏବଂ ସ୍ମେଲଟର, ନାଲକୋ, ଏନଟିପିସି କଣିହାଁ, ଜେଏସପିଏଲ, ଅନୁଗୋଳ, ଏଇପିଏଲ ଅନୁଗୋଳ, ଜିଇଏମଏଲ ଅନୁଗୋଳ ଆଦି ଶିଳ୍ପାନୁଷ୍ଠାନ, ସିପିପି, ନାଲକୋର ସେଫ୍ଟି ବଡ଼ିଜ୍ (ତୁଳସୀ ଟେକ୍ ଚାଉଳ ମିଲ ଏବଂ କ୍ରୀଷ୍ଣା ପ୍ୟାଡି ଚାଉଳ ମିଲ) ର ଇତ୍ୟାଦି ପ୍ରତିନିଧିଗଣ ଉପସ୍ଥିତ ଥିଲେ।

ଏଫଓପିଏଚ୍ -୧ର ଏଚପିଓ ଟ୍ୟାଙ୍କ -୧ରେ ଅଗ୍ନିକାଣ୍ଡ ଶୀର୍ଷକ ମକ୍ ଡ୍ରିଲ୍ ଦୃଶ୍ୟ ପ୍ରଦର୍ଶନ କରାଯାଇଥିଲା। ସେଥିରେ ଜରୁରୀକାଳୀନ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମକ୍ ଡ୍ରିଲ ସମୟରେ, ସିଏସଏଫ୍ ଫାୟାର (ରେସକ୍ୟୁ ଟିମ୍‌), ଅପରେସନ୍ ସପୋର୍ଟ (କମ୍ବାଟ୍ ଟିମ୍‌), ସୁରକ୍ଷା, ମେକାନିକାଲ୍‌, ମେଡିକାଲ ଏବଂ ଏଚଆର ଟିମ୍ ସିପିପିର ଅନ୍ସାଇଟ ମ୍ୟାନେଜମେଣ୍ଟ ପ୍ଲାନ(ଇଏମପି)ରେ ଜରୁରୀକାଳୀନ କମାଣ୍ଡ ଷ୍ଟ୍ରକଚରରେ ଧାର୍ଯ୍ୟ ହୋଇଥିବା ନିଜ ନିଜର ଦାୟିତ୍ୱ ନିର୍ବାହ କରିଥିଲେ। ମକ୍ ଡ୍ରିଲ ସମାପନ ପରେ ଜିଜିଏମ୍ (ସିପିପି)ଙ୍କ ଅଧ୍ୟକ୍ଷତାରେ ଡିଡି (ଏଫ.ଆଣ୍ଡ.ବି), ଅନୁଗୋଳ ଡିଭିଜନ୍, ଏଡି (ଏଫ୍‌.ଆଣ୍ଡ.ବି), ଅନୁଗୋଳ ଜୋନ୍ -୧, ଡିସିଜି ସଦସ୍ୟ, ନିକଟସ୍ଥ ଶିଳ୍ପ ପ୍ରତିନିଧୀ, ଜିଏମ୍ (ଇଆଣ୍ଡଏସ୍‌), ଡିଜିଏମ୍ (ମେଡିକାଲ) ଏବଂ ସିପିପି, ନାଲକୋର ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଏକ ଡିବ୍ରିଫିଙ୍ଗ୍ / ଫିଡବ୍ୟାକ୍ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ସମସ୍ତେ ମକ୍ ଡ୍ରିଲ ସମୟର କାର୍ଯ୍ୟକଳାପ ଏବଂ ଜରୁରୀକାଳୀନ ପରିସ୍ଥିତିକୁ ଆୟତ କରିବାକୁ ସିଆଇଏସଏଫ ଅଗ୍ନିଶମ ବାହିନୀର ପ୍ରୟାସକୁ ଡିସିଜିର ଅନ୍ୟ ସଦସ୍ୟ ଏବଂ ନିକଟ ଶିଳ୍ପଗୁଡିକର ପ୍ରତିନିଧୀମାନେ ମଧ୍ୟ ସେମାନଙ୍କର ମୂଲ୍ୟବାନ ପର୍ଯ୍ୟବେକ୍ଷଣ ଗୁଡ଼ିକ ଆଗକୁ ବଢ଼ାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.