Home ଅନୁଗୁଳ ଆକ୍ଟିଭ ମିଡ଼ିଆ ସାମ୍ବାଦିକ ସଂଘ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଆକ୍ଟିଭ ମିଡ଼ିଆ ସାମ୍ବାଦିକ ସଂଘ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

28

ତାଳଚେର, ୩/୮ (ଓଡ଼ିଆ ପୁଅ/ଅଜିତ ବେହେରା) : ପବିତ୍ର ଶ୍ରାବଣ ମାସ ସୋମବାର ଅବସରରେ ତାଳଚେର ଆକ୍ଟିଭ ମିଡ଼ିଆ ସାମ୍ବାଦିକ ସଂଘ ପକ୍ଷରୁ ଏମସିଲ ଲିଙ୍ଗରାଜ ସହଯୋଗରେ ଏକ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ତାଳଚେର ସହର ନିକଟସ୍ଥ ତାଳବେଡ଼ା ଗ୍ରାମ ଶିବମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ତାଳଚେର ଅତିରିକ୍ତ ଏସପି, ଅନିଲ କୁମାର ପ୍ରଧାନ, ବନବିଭାଗ ଅଧିକାରିଣୀ ସୁକାନ୍ତିନୀ ଦେଇ, ବନପାଳ ଡ଼ଲି ଦେହୁରୀ, ବନରକ୍ଷୀ ଜ୍ୟୋତ୍ସାରାଣୀ ନାଏକ, ସାମ୍ବାଦିକ ଚିତ୍ତରଞ୍ଜନ ପାଣି ଏବଂ ଆକ୍ଟିଭ ମିଡ଼ିଆ ସାମ୍ବାଦିକ ସଂଘର ସମସ୍ତ ସଦସ୍ୟ, ସମାଜସେବୀ ରଣଜିତ ମହାପାତ୍ର, ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସଂଘର ସଭାପତି ସରୋଜ ମହାପାତ୍ରଙ୍କ ତତ୍ୱାବଧାନରେ ବନବିଭାଗ ଅଧିକାରିଣୀ, ଅତିରିକ୍ତ ଏସପି ତାଳଚେର ଏହାର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପୂର୍ବକ ବୃକ୍ଷରୋପଣ କରିବା ସହିତ ବୃକ୍ଷ ହିଁ ମଣିଷର ପ୍ରକୃତ ବନ୍ଧୁ ବୋଲି ମତପ୍ରକାଶ କରିଥିଲେ। ଏହି ଅବସରରେ ନିମ୍ବ, ଗମ୍ଭାରୀ, ଆକାଶିଆ, କରଞ୍ଜ, ଚାକୁଣ୍ଡା, ଜାମୁ, ଶାଗୁଆନ ଇତ୍ୟାଦି ବିଭିନ୍ନ ଧରଣର ଏକ ଶହ ଚାରାରୋପଣ କରାଯାଇଥିଲା। କଳକାରଖାନା ଯୋଗୁଁ ତାଳଚେର ଅଞ୍ଚଳରେ ଜଙ୍ଗଲଜମି ନଷ୍ଟ ହେବା ସହିତ ଜଳବାୟୁ ପ୍ରଦୁଷଣ ଦ୍ରୁତବେଗରେ ବୃଦ୍ଧି ପାଇବା ଲାଗିଛି। ତେଣୁ ତାଳଚେର ଅଞ୍ଚଳରେ ସମସ୍ତ ଜନସାଧାରଣ ଅନ୍ତତଃ ପକ୍ଷେ ଗୋଟିଏ ଗୋଟିଏ ବୃକ୍ଷରୋପଣ କରିବାକୁ ବନ ଅଧିକାରିଣୀ ମତବ୍ୟକ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.