Home ଅନୁଗୁଳ ତାଳଚେରରେ ବାରମ୍ବାର ବିଦ୍ୟୁତ କାଟ ସହ ବଳପୂର୍ବକ ବିଲ୍ ଆଦାୟ ଅଭିଯୋଗ : ଟିପିସିଓଡିଏଲ ମ୍ୟାନେଜର...

ତାଳଚେରରେ ବାରମ୍ବାର ବିଦ୍ୟୁତ କାଟ ସହ ବଳପୂର୍ବକ ବିଲ୍ ଆଦାୟ ଅଭିଯୋଗ : ଟିପିସିଓଡିଏଲ ମ୍ୟାନେଜର କମର୍ସିଆଲଙ୍କୁ ଜେଇ ତାଳଚେରଙ୍କ ଜରିଆରେ ଦାବିପତ୍ର ପ୍ରଦାନ

29

ତାଳଚେର, ୪/୮ (ଓଡ଼ିଆ ପୁଅ/ଅଜିତ ବେହେରା): ଟିପିସିଓଡିଏଲ ର ତାଳଚେର ଅଞ୍ଚଳର କର୍ମଚାରୀମାନେ ବାରମ୍ବାର ମନଇଚ୍ଛା ବିଜୁଳି କାଟ କରି ଉପଭୋକ୍ତାମାନଙ୍କ ଉପରେ ଦାଦାଗିରି କରି ବଳପୂର୍ବକ ବିଦ୍ୟୁତ ବିଲ ଆଦାୟ କରିବା ନେଇ ଅଭିଯୋଗ ହୋଇଛି। ବିଗତ କିଛି ମାସ ଧରି ଟିପିସିଓଡିଏଲ ପକ୍ଷରୁ ସମଗ୍ର ତାଳଚେର ବ୍ଲକ ଓ ସହରାଚଂଳରେ ବାରମ୍ବାର ମନଇଚ୍ଛା ବିଜୁଳି କାଟ କରି ଆସୁଛନ୍ତି। ଗ୍ରାହକଙ୍କୁ ମନଇଛା ବିଦ୍ୟୁତ ବିଲ ମଧ୍ୟ ଧରାଇ ଦେଉଛନ୍ତି। ଏନେଇ ଅଭିଯୋଗ କୈାଣସି କଲେ ସୁଦ୍ଧା କେହି କର୍ଣ୍ଣପାତ କରୁନାହାନ୍ତି। ଘରେ ପଶି ଧମକଚମକ ଦେଇ ବିଦ୍ୟୁତ ବିଲ ଆଦାୟ କରୁଛନ୍ତି। ଟିପିସିଓଡିଏଲର କର୍ମଚାରୀମାନେ ତାଳଚେର ସବଡିଭିଜନ ଅଞ୍ଚଳରେ ଏକ ପ୍ରକାର ଦାଦାଗିରି କରି ଚାଲିଛନ୍ତି। ଯାହାକୁ ନେଇ ଜନସାଧାରଣ ଟିପିସିଓଡିଏଲ କର୍ମଚାରୀଙ୍କର ଦୁର୍ବ୍ୟବହାରରେ ଅତିଷ୍ଠ ହୋଇ ପଡ଼ିଲେଣି ବୋଲି ମଧ୍ୟ ସାଧାରଣରେ ଆଲୋଚନା ହେଉଛି। ଏଣୁ ଏଭଳି ପରିସ୍ଥିତି ପ୍ରତି ଧ୍ୟାନ ଦେଇ ଏଭଳି ବିଶୃଙ୍ଖଳା କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଉପରେ ଉଚ୍ଚ କର୍ତ୍ତୃପକ୍ଷ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜକିଶୋର ସାହୁ, ସଂଗ୍ରାମ କେଶରୀ କୁଅଁର, ଅଭୟ ପାଣି, ବୀରବର ସାହୁ, ପ୍ରହଲ୍ଲାଦ ବେହେରା ପ୍ରମୁଖ ମ୍ୟାନେଜର କମର୍ସିଆଲଙ୍କ ଉଦ୍ଦେଶ୍ୟରେ ଜେଇ ତାଳଚେରଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବିଦ୍ୟୁତ ଉପଭୋକ୍ତାମାନେ ଯେଭଳି ହଇରାଣ ହରକତ ନ ହୁଅନ୍ତି ସେଥିପ୍ରତି ଟିପିସିଓଡିଏଲ କର୍ମଚାରୀ ଧ୍ୟାନ ଦେଇ କାର୍ଯ୍ୟ କରନ୍ତୁ ନଚେତ ଜନସାଧାରଣ ଆଇନକୁ ହାତକୁ ନେବେ ଓ ସେଥିପାଇଁ ଟିପିସିଓଡିଏଲ ର ଉଚ୍ଚପଦସ୍ଥ ଅଧିକାରୀମାନେ ଦାୟୀ ରହିବେ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.