ତାଳଚେର ହିଙ୍ଗୁଳା ପୀଠରେ ନବରାତ୍ର ପୂଜା

ତାଳଚେର,୨୨/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠରେ ଶାରଦୀୟ ନବରାତ୍ର ପୂଜା ମହାସମାରୋହରେ ପାଳନ କରାଯାଉଛି । ଚଳିତ ମାସ ୨୦ତାରିଖଠାରୁ ଆରମ୍ଭ ହୋଇଥିବା ଏହି ପୂଜା ଆଗାମୀ ୩୦ତାରିଖ ବିଜୟା ଦଶମୀ ଦିନ ସମାପନ ହେବ । ପ୍ରତ୍ୟେକ ବର୍ଷ ଆଶ୍ୱିନ ମାସ ଶୁକ୍ଳ ପ୍ରତିପଦା ତିଥିରେ ମା’ଙ୍କ ନବରାତ୍ର ପୂଜା ଆୟୋଜିତ ହୋଇଆସୁଛି । ଏହି ଅବସରରେ ଗତ ବୁଧବାର ଦିନ ସିଙ୍ଗଡ଼ା ନଦୀରେ ପଣ୍ଡିତ, ବ୍ରାହ୍ମଣ ମାନଙ୍କ ଦ୍ୱାରା ବିଧି ଅନୁଯାୟୀ କଳସାଧିବାସ ଅନୁଷ୍ଠାନ କରାଯାଇଥିଲା । ଏହାପରେ ଶତାଧିକ ଭକ୍ତ ପବିତ୍ର ଜଳକଳସ ଆଣି ମାଙ୍କ ମନ୍ଦିରରେ ସ୍ଥାପନ କରିଥିଲେ । ୧୦ଦିନ ବ୍ୟାପୀ…

"ତାଳଚେର ହିଙ୍ଗୁଳା ପୀଠରେ ନବରାତ୍ର ପୂଜା"

ଏନ୍.ଟି.ପି.ସି କଣିହାଁଠାରେ ପାଉଁଶ ଉପଯୋଗକାରୀ ଉଦ୍ୟୋଗୀ ସମ୍ମିଳନୀ

ତାଳଚେର,୨୨/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏନ୍.ଟି.ପି.ସି ତାଳଚେର ସୁପର ଥର୍ମାଲ ପାୱାର ଷ୍ଟେସନ ବିଦୁ୍ୟତ ପ୍ରକଳ୍ପ ପକ୍ଷରୁ ପାଉଁଶ ଉପଯୋଗକାରୀ ଉଦ୍ୟୋଗୀମାନଙ୍କର ଏକ ସମ୍ମିଳନୀ ଗତ ୧୯ତାରିଖରେ କଣିହାଁ ସ୍ଥିତ ରିଜିଓନାଲ ଟ୍ରେନିଂ ଇନଷ୍ଟିଟୁ୍ୟଟଠାରେ ଅନୁଷ୍ଠିତ ହୋଇଯାଇଛି । ଏନ୍.ଟି.ପି.ସି କଣିହାଁ ପ୍ରକଳ୍ପର ଜି.ଏମ୍ (ଓ ଆଣ୍ଡ ଏମ୍)ଏ.କେ.ତି୍ରପାଠୀ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ଜି.ଏମ୍ (ଏମ୍)ନିରଞ୍ଜନ ଆଚାର୍ଯ୍ୟଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ଏବଂପାଉଁଶ ଉପଯୋଗକାରୀ ଉଦ୍ୟୋଗୀର କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଏଜିଏମ୍(ଇଏମଜି/ଏୟୁ) ଏସ୍.ଏସ୍.ପ୍ରଧାନ ସ୍ୱାଗତ ଭାଷଣ ଦେବାସହ କାର୍ଯ୍ୟକ୍ରମ ସମ୍ବନ୍ଧରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଜି.ଏମ୍(ଓ ଆଣ୍ଡ ଏମ୍) ଶ୍ରୀ ତି୍ରପାଠୀ ଏନ୍.ଟି.ପି.ସି କଣିହାଁ…

"ଏନ୍.ଟି.ପି.ସି କଣିହାଁଠାରେ ପାଉଁଶ ଉପଯୋଗକାରୀ ଉଦ୍ୟୋଗୀ ସମ୍ମିଳନୀ"

ଜିଲ୍ଲାପାଳଙ୍କ ପୁନର୍ବାସ ଓ ଥଇଥାନ କଲୋନୀ ପରିଦର୍ଶନ

ଅନୁଗୋଳ,୨୨/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏମ୍.ସି.ଏଲ ଭୂବନେଶ୍ୱରୀ କୋଇଲାଖଣି କାର୍ଯ୍ୟ ନିମନ୍ତେ ବିସ୍ଥାପିତ ହୋଇଥିବା ତାଳଚେର ବ୍ଲକ ହେଁସମୂଳ ତଳସାହିର ୧୫୧ଟି ପରିବାରକୁ ସାଉଥ ବଲଣ୍ଡାଠାରେ ଅବସ୍ଥାପିତ କରିବା ନିମନ୍ତେ ନିର୍ମାଣାଧିନ ପୁନର୍ବାସ ଓ ଥଇଥାନ କଲୋନୀକୁ ଅନୁଗୋଳ ଜିଲ୍ଲାପାଳ ଅନିଲ କୁମାର ସାମଲ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବି୍ରଜେଶ କୁମାର ରାଏ ଗୁରୁବାର ଦିନ ପରିଦର୍ଶନ କରିଥିଲେ । ଉକ୍ତ କଲୋନୀରେ ରାସ୍ତା,ବିଦୁ୍ୟତ ସଂଯୋଗ,ପାନୀୟ ଜଳ,ପରିମଳ କାର୍ଯ୍ୟ ଆଦିର ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ । କଲୋନୀ ମଧ୍ୟରେ ରହିଥିବା ଜବରଦଖଲକାରୀଙ୍କୁ ହଟାଇବା ନିମନ୍ତେ ଶ୍ରୀ ସାମଲ ଏମ୍.ସି.ଏଲ କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ତାଳଚେର ଉପଜିଲ୍ଲାପାଳ…

"ଜିଲ୍ଲାପାଳଙ୍କ ପୁନର୍ବାସ ଓ ଥଇଥାନ କଲୋନୀ ପରିଦର୍ଶନ"

ସାହିତ୍ୟ ଘରର ଶାରଦୀୟ ଅଧିବେଶନ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା

ତାଳଚେର,୨୨/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା):ତାଳଚେର ବ୍ଲକ ସାଉଥବଲଣ୍ଡାସ୍ଥିତ ଜଗନ୍ନାଥ କଳାକେନ୍ଦ୍ର ପରିସରରେ ସମ୍ବାଦ ସାହିତ୍ୟ ଘର ସାଉଥବଲଣ୍ଡା ଶାଖାର ଶାରଦୀୟ ଅଧିବେଶନ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ସଂଯୋଜକ ରଙ୍ଗାଧର ନାୟକଙ୍କ ଆବାହକତ୍ୱରେ ସାହିତ୍ୟ ଘରର ବରିଷ୍ଠ ସଦସ୍ୟ ଶତ୍ରୁଘନ ବେହେରା ବୈଠକରେ ଅଧ୍ୟକ୍ଷତା କରିଥିଲେ । ସମ୍ବାଦ ସାହିତ୍ୟଘରର ରାଜ୍ୟ ସଂଯୋଜିକା ଡଃ.ଶୁଭଶ୍ରୀ ଲେଙ୍କାଙ୍କ ପରାମର୍ଶ ଅନୁଯାୟୀ ଚଳିତ ସେପ୍ଟେମ୍ବର ମାସ ୧୯ତାରିଖ ଦିନ ପବିତ୍ର ମହାଳୟା ତିଥିରେ ସାହିତ୍ୟ ଘରର ଏହି ବିଶେଷ ଅଧିବେଶନ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତିର ସ୍ୱନାମଧନ୍ୟ ନାଟ୍ୟକାର ତଥା ସଂଳାପ ଲେଖକ ଡା.ସୁବୋଧ ପଟ୍ଟନାୟକଙ୍କ ତିରୋଧାନରେ ୧ମିନିଟ୍…

"ସାହିତ୍ୟ ଘରର ଶାରଦୀୟ ଅଧିବେଶନ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା"

ବଜ୍ରପାତରେ ଜଣଙ୍କର ମୃତ୍ୟୁ

ଅନୁଗୋଳ ୨୧-୯ (ଓଡ଼ିଆ ପୁଅ): ଅନୁଗୋଳ ଛେଣ୍ଡିପଦା ବ୍ଲକ ନୂଆପଡ଼ା ରୁଗୁଡ଼ି ସାହିର ବିଜୟ ବେହେରାଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଥିବା ଖବର ମିଳିଛି।

"ବଜ୍ରପାତରେ ଜଣଙ୍କର ମୃତ୍ୟୁ"

ନର୍କକୁଣ୍ଡ ପାଲଟିଛି ତାଳଚେର ପୈାରାଞ୍ଚଳର କେନ୍ଦୁବଣି ସାହି

ତାଳଚେର,୨୧/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ପୈାରାଞ୍ଚଳର ୧୮ନଂ ୱାର୍ଡ଼ ଅନ୍ତର୍ଗତ କେନ୍ଦୁବଣି ସାହିରେ ଡ୍ରେନର ବ୍ୟବସ୍ଥା ନଥିବାରୁ ରାସ୍ତାରେ ଅପରିଷ୍କାର ପାଣି ବୋହୁଥିବାରୁ ଲୋକେ ସମସ୍ୟାର ସମ୍ମୁଖୀନ ହେଉଥିବାର ଅଭିଯୋଗ ହୋଇଛି । ଉକ୍ତ ସାହିରେ ପ୍ରାୟ୫୦/୬୦ପରିବାର ଦଳିତ ଏବଂ ଆଦିବାସୀ ସମ୍ପ୍ରଦାୟର । ପ୍ରାୟ ସମସ୍ତେ ଦିନ ମଜୁରୀ କରି ପରିବାର ପୋଷନ୍ତି । ତେବେ ଉକ୍ତ ସାହିର କିଛି ଧନୀକ ବ୍ୟକ୍ତି ଏବଂ ସେମାନେ ଦେଇଥିବା ଭଡ଼ାଘରମାନଙ୍କରୁ ବର୍ଜ୍ୟ ପାଣି ଏବଂ ପାଇଖାନା ପାଣି ରାସ୍ତାକୁ ଛାଡ଼ୁଥିବାରୁ ସମଗ୍ର ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡ଼ୁଛି । ଲୋକେ ଉକ୍ରଟ ଗନ୍ଧରେ ଘାଣ୍ଟି ହେଉଥିବାବେଳେ ଏହା ଲୋକଙ୍କ ପାଇଁ ନର୍କକୁଣ୍ଡ ପାଲଟିଛି ।…

"ନର୍କକୁଣ୍ଡ ପାଲଟିଛି ତାଳଚେର ପୈାରାଞ୍ଚଳର କେନ୍ଦୁବଣି ସାହି"

ଅନୁଗୋଳ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ୧ମ ବୈଠକ

ଅନୁଗୋଳ,୨୧/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ରାସ୍ତା ଦୁର୍ଘଟଣାକୁ ନିୟନ୍ତ୍ରଣ କରାଯିବା ଓ ଦୁର୍ଘଟଣାରେ ମୃତୁ୍ୟ ସଂଖ୍ୟା କମାଯିବା ତଥା ଆହତମାନଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବା ଲକ୍ଷ୍ୟରେ ଗଠିତ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ୧ମ ବୈଠକ ଗୁରୁବାର ପୂର୍ବାହ୍ନରେ ଜିଲ୍ଲାପାଳ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ସାମଲ ଜିଲ୍ଲାରେ ଯେତେ ସବୁ ଦୁର୍ଘଟଣା ଘଟୁଛି ତାର ପ୍ରକୃତ କାରଣ ସମ୍ପର୍କରେ ବିସ୍ତୃତଭାବେ ବିଶ୍ଲେଷଣ କରି ଜଣାଇବାକୁ ବିଭାଗୀୟ କର୍ମକର୍ତ୍ତାଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଅଧିକାଂଶ ଦୁର୍ଘଟଣା ଚାଳକମାନଙ୍କର ବେପରୁଆ ଗାଡ଼ିଚାଳନା ପାଇଁ ଘଟୁଥିବାରୁ ସେମାନଙ୍କୁ ସ୍ୱତନ୍ତ୍ରଭାବେ ତାଲିମ ଦିଆଯିବ ।…

"ଅନୁଗୋଳ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ୧ମ ବୈଠକ"

ଆଠମଲ୍ଲିକ ଏନ୍.ଏ.ସି.ରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ

ଅନୁଗୋଳ,୨୧/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଗୁରୁବାର ଦିନ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି ।ଏହି ଉପଲକ୍ଷେ ଆୟୋଜିତ ସଭାରେ ମୂଖ୍ୟ ଅତିଥିଭାବେ ଆଠମଲ୍ଲିକ ବିଧାୟକ ସଞ୍ଜୀବ କୁମାର ସାହୁ ମୂଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଅନୁଗୋଳ ୭ନଂ ଜୋନର ଜିଲ୍ଲା ପରିଷଦ ସଦସ୍ୟ ଚିତ୍ତରଞ୍ଜନ କର୍ଣ୍ଣ,ଆଠମଲ୍ଲିକ ଏନ୍.ଏ.ସି ଅଧ୍ୟକ୍ଷ ସୁଦାମ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ କାଉନସିଲରମାନେ ଯୋଗ ଦେଇଥିଲେ । ଏହି ସଭାରେ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦର ମୋଟ୧୧ଟି ୱାର୍ଡ଼ର ୪ଶହ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା ।

"ଆଠମଲ୍ଲିକ ଏନ୍.ଏ.ସି.ରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ"

ଅଏଡ଼ା ଉଚ୍ଚ ବିଦ୍ୟାଳୟରେ ଷଷ୍ଠତମ ସ୍କୁଲସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ

ଅନୁଗୋଳ,୨୦/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ଅଏଡ଼ା ଉଚ୍ଚ ବିଦ୍ୟାଳୟଠାରେ ଷଷ୍ଠତମ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା-୨୦୧୭-୧୮ ବୁଧବାର ଦିନ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ ମୂଖ୍ୟ ଅତିଥିଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହାର ଶୁଭାରମ୍ଭ କରିଥିଲେ । ଭାରତୀୟ ମହିଳା ଫୁଟବଲ ଟିମ୍ ର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳୀ ସାମନ୍ତରାୟ,ଆଠମଲ୍ଲିକ ବିଧାୟକ ସଞ୍ଜୀବ ସାହୁ,ଆଠମଲ୍ଲିକ ଉପଜିଲ୍ଲାପାଳ ସୁଭାଷ ଚନ୍ଦ୍ର ରାୟ,ଅନୁଗୋଳ ୭ନଂ ଜୋନ୍ ର ଜିଲ୍ଲା ପରିଷଦ ସଦସ୍ୟ ଚିତରଞ୍ଜନ କର୍ଣ୍ଣ,ଜିଲ୍ଲା କ୍ରୀଡ଼ା ଅଧିକାରୀ ମହେନ୍ଦ୍ର କୁମାର ସାହୁ,ଜିଲ୍ଲା ଶିକ୍ଷା ଅଧିକାରୀ ସଚିଦାନନ୍ଦ ବେହେରା ପ୍ରମୁଖ ସମ୍ମାନିତ ଅତିଥିଭାବେ ମଂଚାସୀନ…

"ଅଏଡ଼ା ଉଚ୍ଚ ବିଦ୍ୟାଳୟରେ ଷଷ୍ଠତମ ସ୍କୁଲସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ"

ଏନ୍.ଟି.ପି.ସି ଆରଇଡିଙ୍କ କଣିହାଁ ତାପଜ ବିଦୁ୍ୟତ କେନ୍ଦ୍ର ପରିଦର୍ଶନ

ତାଳଚେର,୨୦/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏନ୍.ଟି.ପି.ସି ପୂର୍ବାଂଚଳ୨,ଭୂବନେଶ୍ୱରର ଆଂଚଳିକ କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଡି.କେ.ସୁଦ୍ ଗତ ୧୯ଏବଂ୨୦ତାରିଖରେ ୩୦୧୦ ମେଗାୱାଟ ବିଶିଷ୍ଟ ଏନ୍.ଟି.ପି.ସି କଣିହାଁ ପ୍ରକଳ୍ପକୁ ପରିଦର୍ଶନ କରିଥିଲେ । ନିକଟରେ ରିଜିଓନାଲ ଏକଜିକୁ୍ୟଟିଭ ଡାଇରେକ୍ଟର ଭାବେ କାର୍ଯ୍ୟଭାର ଗ୍ରହଣ କରିବାପରେ ଶ୍ରୀ ସୁଦ୍ ଙ୍କର ଏହା ପ୍ରଥମ ଗସ୍ତ ଥିଲା । ଶ୍ରୀ ସୁଦ୍ ଏନ୍.ଟି.ପି.ସି କଣିହାଁସ୍ଥିତ ସୁପର ଥର୍ମାଲ ପାୱାର ଷ୍ଟେସନଠାରେ ପହଂଚିବାପରେ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ରାମ କୁବେର ଏବଂ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ । ଏହି ୨ଦିନିଆ ଗସ୍ତ କାଳରେ ଶ୍ରୀ ସୁଦ୍ ପାଉଁଶ ପୋଖରୀ,ହିଙ୍ଗୁଳା କୋଲ ମାଇନ୍ସ,ଇଏସପି(ଆର ଆଣ୍ଡ ଏମ୍)ସାଇଟ୍,ବିଷ୍ଣୁ ମୂର୍ତୀ ସାଇଟ୍ ଏବଂ…

"ଏନ୍.ଟି.ପି.ସି ଆରଇଡିଙ୍କ କଣିହାଁ ତାପଜ ବିଦୁ୍ୟତ କେନ୍ଦ୍ର ପରିଦର୍ଶନ"