Home ଅନୁଗୁଳ ତାଳଚେର ପୈାର ପରିଷଦର ବୈଠକ ଅନୁଷ୍ଠିତ; ଖୁବ ଶୀଘ୍ର ସହର ସୌନ୍ଦର୍ଯ୍ୟକରଣ ପାଇଁ ନିଷ୍ପତି

ତାଳଚେର ପୈାର ପରିଷଦର ବୈଠକ ଅନୁଷ୍ଠିତ; ଖୁବ ଶୀଘ୍ର ସହର ସୌନ୍ଦର୍ଯ୍ୟକରଣ ପାଇଁ ନିଷ୍ପତି

39

ତାଳଚେର, ୨୧/୧୦ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ପୈାର ପରିଷଦର କାଉନସିଲ ବୈଠକ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ପୈାର ପରିଷଦର ଅଧ୍ୟକ୍ଷ ପବିତ୍ର ଭୁତିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନଗରପାଳ ଶ୍ରୀ ଭୁତିଆ ପ୍ରାରମ୍ଭିକ ସୂଚନା ଦେଇ କହିଥିଲେ ଯେ ବିଗତ ଦିନରେ ଘଟି ଯାଇଥିବା ଘଟଣାକ୍ରମକୁ ଭୁଲିଯାଇ, ଏକ ମନ ହୋଇ ସହରର ବିକାଶ ପାଇଁ କାର୍ଯ୍ୟ କରିବା ଏବଂ ପୈାରାଂଚଳରେ ସୁଦୃଢ଼ ପରିମଳ ବ୍ୟବସ୍ଥା, ଡ୍ରେନ ଓ ରାସ୍ତା ନିର୍ମାଣ ସମ୍ପର୍କରେ ମୁଖ୍ୟତଃ ଆଲୋଚନା କରାଯାଇଛି। ଅପରପକ୍ଷରେ ପୈାରାଂଚଳରେ ଦେଖା ଦେଇଥିବା ସମସ୍ୟା ସମ୍ପର୍କରେ ୱାର୍ଡର ସଦସ୍ୟ ସଦସ୍ୟାମାନଙ୍କୁ କହିବାର ସୁଯୋଗ ଦେଇଥିଲେ। ଏହାପରେ ସଦସ୍ୟମାନେ ୱାର୍ଡର ସମସ୍ତ ପ୍ରକାର ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ତେବେ ଏହି ବୈଠକରେ ପୈାରାଂଚଳରେ ଏକ ମଲ ସ୍ଥାପନ, ସହରର ମୁଖଶାଳା ଫାଷ୍ଟ ଗେଟର ସୌନ୍ଦର୍ଯ୍ୟକରଣ, ଘୋଡାଶାଳ ଗେଟ ମରାମତି, ନୂତନ ଟାଉନ ହଲ, ହାତତୋଟା ପ୍ରଜାମଣ୍ଡଳ ନିର୍ମାଣ, ଯଜାଙ୍ଗୀ ପୋଖରୀ ଚତୁପାଶ୍ୱର୍ରେ ପାର୍କ, ସହରରେ ଥିବା ସରକାରୀ କୂଅ ଉପରେ ଗ୍ରୀଲ, ମ୍ୟୁନିସିପାଲିଟି ଦୋକାନ ଗୁଡିକ ଗ୍ରୀଡିଙ୍ଗ ଓ ମରାମତି, ଫାଷ୍ଟ ଗେଟ ଠାରେ କଲ୍ୟାଣ ମଣ୍ଡପ ନିର୍ମାଣ, ଆଜବେଷ୍ଟସ ଦୋକାନ ଗୃହକୁ ଛାତରେ ପରିଣତ କରିବା ଇତ୍ୟାଦି ସମ୍ବନ୍ଧରେ ଆଲୋଚନା ହୋଇଥିଲା। ସେହିପରି ଅହେତୁକ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସକୁ କମାଇବା ଉପରେ ବିଶେଷ ଭାବେ ଗୁରୁତ୍ୱାଆରୋପ କରାଯାଇଥିଲା। ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କ ବକେୟା ପ୍ରାପ୍ୟ ସମ୍ପର୍କରେ ନଗରପାଳ ଶ୍ରୀ ଭୁତିଆ ଅବଗତ କରାଇଥିଲେ। ଏହି ବୈଠକରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଉପଜିଲ୍ଲାପାଳ ବିଶ୍ୱରଞ୍ଜନ ରଥ, ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ପ୍ରତିନିଧି ଅରବିନ୍ଦ ବାରିକ, ସମସ୍ତ ୨୧ଟି ୱାର୍ଡର କାଉନସିଲର, ନୂତନ ନିର୍ବାହୀ ଅଧିକାରୀ ଚିନ୍ମୟୀ ଚେତନା ଦାସ, ପୈାର ଯନ୍ତ୍ରୀ ଜୟନ୍ତ ପରିଡା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.