Home ଅନୁଗୁଳ ଟିକରପଡା ବନ୍ୟା ବିପନ୍ନଙ୍କୁ ଗୋପବନ୍ଧୁ ମାନବ କଲ୍ୟାଣର ସମିତି ସହାୟତା

ଟିକରପଡା ବନ୍ୟା ବିପନ୍ନଙ୍କୁ ଗୋପବନ୍ଧୁ ମାନବ କଲ୍ୟାଣର ସମିତି ସହାୟତା

112

ତାଳଚେର, ୨୪/୮ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୋପବନ୍ଧୁ ମାନବ କଲ୍ୟାଣ ସମିତି ପକ୍ଷରୁ ଚଳିତ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଅନୁଗୋଳ ଜିଲ୍ଲାର ଟିକରପଡା ପଂଚାୟତବାସୀ ସହାୟତା କରାଯାଇଛି। ଉକ୍ତ ପଂଚାୟତ ଅଧିନ ଗଇଁନ୍ଦି ଗ୍ରାମରେ୧୪୯କ୍ଷତିଗ୍ରସ୍ତ ପରିବାର, ମଝିଢିପରେ ୧୦୦ଟି ପରିବାର, ରାମିମୁଣ୍ଡରେ ୩୪ଟି ପରିବା. ବେହେରା ସାହିରେ ୭୫ଟି ପରିବାରଙ୍କୁ ଅନୁଷ୍ଠାନର କାର୍ଯ୍ୟକର୍ତା ଓ ସଦସ୍ୟଗଣ ଭେଟି ଶାଢ଼ୀ, ଲୁଙ୍ଗି, ଗାମୁଛା ଛୋଟ ପିଲା ମାନଙ୍କ ଡ୍ରେସ, ଚୁଡ଼ା, ଗୁଡ଼, ବିସ୍କୁଟ, ମହମବତି, ଦିଆସିଲି, ମଶାଧୂପ, ପିଇବା ପାଣି ଆଦି ସହାୟତା ପ୍ରଦାନ କରାଯାଇଛି। ସେହିପରି ଗତ ରବିବାର ଦିନ ଅନୁଗୋଳ ଜିଲ୍ଲା ପ୍ରଶାସନ ସହଯୋଗରେ ଟିକରପଡାର ନୀଳକଣ୍ଠେଶ୍ୱର ଉଚ୍ଚବିଦ୍ୟାଳୟସ୍ଥିତ ବନ୍ୟା ବିପନ୍ନଙ୍କ ଆଶ୍ରୟସ୍ଥଳରେ ୧୦୨ଟି ପରିବାର ଓ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଆଶ୍ରୟସ୍ଥଳରେ ରହିଥିବା ୩୧ଜଣ ବନ୍ୟା ବିପନ୍ନଙ୍କୁ ଶାଢୀ, ଲୁଙ୍ଗୀ, ଗାମୁଛା ଆଦି ସହାୟତା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ରିଲିଫ ସମ୍ପାଦକ ଭଗବାନ ସ୍ୱାଇଁ, ବରିଷ୍ଠ ସଦସ୍ୟ କେଶବ ଚନ୍ଦ୍ର ମିଶ୍ର, ରୁଦ୍ର ମୋହନ ପ୍ରଧାନଙ୍କ ଆହ୍ୱାନ କ୍ରମେ ଅନୁଷ୍ଠାନର ସଦସ୍ୟମାନେ ପହଁଚି ସହାୟତା ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.