Home ଅନୁଗୁଳ କଳମଛୁଇଁର ସ୍ମୃତିରଞ୍ଜନ ପାଇଲେ ନିଟ୍‌

କଳମଛୁଇଁର ସ୍ମୃତିରଞ୍ଜନ ପାଇଲେ ନିଟ୍‌

35

ତାଳଚେର, ୧୩/୯(ଓଡ଼ିଆ ପୁଅ/ଅଜିତ ବେହେରା): ତାଳଚେର ବ୍ଲକ କଳମଛୁଇଁ ଗ୍ରାମର ସିଦ୍ଧେଶ୍ୱର ସାହୁ ଓ ସୁଷମା ସାହୁଙ୍କ ପୁତ୍ର ସ୍ମୃତିରଞ୍ଜନ ସାହୁ ଚଳିତ ବର୍ଷ ସର୍ବଭାରତୀୟ ସ୍ତରରେ ଡାକ୍ତରୀ ପାଠ ପଢିବା ପାଇଁ ଅନୁଷ୍ଠିତ ନିଟ୍ ପରୀକ୍ଷାରେ ସଫଳତାର ସହ ଉତୀର୍ଣ୍ଣ ହୋଇ ତାଳଚେର ପାଇଁ ଗୌରବ ଆଣି ଦେଇଛନ୍ତି। ସେ ୭୨୦ ନମ୍ବରରୁ ୬୨୧ ନମ୍ବର ରଖି ଏହି ସଫଳତା ପାଇଛନ୍ତି। ସ୍ମୃତିରଞ୍ଜନ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପାଠ ପଢି ୨୦୧୯ ମସିହାରେ ମାଟ୍ରିକ ପରୀକ୍ଷାରେ ୯୪% ରଖିଥିବା ବେଳେ ନୀଳକଣ୍ଠନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରୁ +୨ ବିଜ୍ଞାନରେ ୯୪% ରଖି କୃତିତ୍ୱର ସହ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିଲେ। ସ୍ମୃତିରଞ୍ଜନ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ତାଙ୍କର ଗଭୀର ଅଧ୍ୟବସାୟ, ନିଷ୍ଠା ତଥା ପ୍ରଗାଢ ଆତ୍ମବିଶ୍ୱାସ ହିଁ ତାଙ୍କ ସଫଳତାର ଚାବିକାଠି ବୋଲି କଳମଛୁଇଁ ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀ ଏହି ଅବସରରେ ପ୍ରକାଶ କରିଥିଲେ। ତାଙ୍କର ଏହି ସଫଳତା ପାଇଁ କଳମଛୁଇଁ ଶିଶୁମନ୍ଦିରର ସମସ୍ତ ଗୁରୁଜୀ, ଗୁରୁମା, ପରିଚାଳନା ସମିତିର କାର୍ଯ୍ୟକର୍ତାଙ୍କ ପକ୍ଷରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.