Home ଅନୁଗୁଳ ଅନନ୍ତ ଡିଏଭି ପବ୍ଲିକ ସ୍କୁଲର ରୌପ୍ୟ ଜୟନ୍ତୀ ଉତ୍ସବ ଉଦ୍‌ଘାଟିତ

ଅନନ୍ତ ଡିଏଭି ପବ୍ଲିକ ସ୍କୁଲର ରୌପ୍ୟ ଜୟନ୍ତୀ ଉତ୍ସବ ଉଦ୍‌ଘାଟିତ

32

ତାଳଚେର, ୨୧/୮ (ଓଡ଼ିଆ ପୁଅ/ଅଜିତ ବେହେରା) : ସ୍ଥାନୀୟ ମହାନଦୀ କୋଲଫିଲ୍ଡସ ଲିଃ ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଡିଏଭି ପବ୍ଲିକ୍ ସ୍କୁଲ୍, ଅନନ୍ତବିହାର ପରିସରରେ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଏମ୍‌.ସି.ଏଲ୍‌. ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକ ଏ.କେ. ଧଳ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ୨୫ଟି ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉତ୍ସବର ଶୁଭ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅନନ୍ୟା ମହିଳା ମଣ୍ଡଳର ସଭାନେତ୍ରୀ ସସ୍ମିତା ଧଳ ବିଦ୍ୟାଳୟରେ ଆୟୋଜିତ ଯଜ୍ଞରେ ଘୃତାହୁତି ପ୍ରଦାନ କରି ଏକ ଧାର୍ମିକ ବାତାବରଣ ସୃଷ୍ଟି କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନନ୍ୟା ମହିଳା ମଣ୍ଡଳର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଆୟୋଜିତ ଉତ୍ସବରେ ସମ୍ମାନିତ ଅତିଥିଭାବେ ଡିଏଭି ଅନୁଷ୍ଠାନ ସମୂହ, ଓଡିଶା ମଣ୍ଡଳର ସହକାରୀ ଆଂଚଳିକ ଅଧିକାରୀ ସୁରେନ୍ଦ୍ର କୁମାର ଭୋଇ ଜଗନ୍ନାଥ କ୍ଷେତ୍ରର ଏ.ଏଫ୍‌.ଏମ୍‌. ଚିତ ରଞ୍ଜନ ଦାସ, ଅନନ୍ୟା ମହିଳା ମଣ୍ଡଳର ସମ୍ପାଦିକା ରଞ୍ଜିତା ଦାସ, ସିଭିଲ୍ ଷ୍ଟାଫ୍ ଅଫିସର ଏ. ତୀର୍ଥମଲାଇ, ଜଗନ୍ନାଥ କ୍ଷେତ୍ରର ଏ.ପି.ଏମ୍‌. ବିରଂଚି ଦାସ, ଇଲେକ୍‌ଟ୍ରି ଓ ମେଣ୍ଟେନାନ୍ସ ବିଭାଗର ଷ୍ଟାଫ୍ ଅଫିସର ଜୟପ୍ରକାଶ, ଅନନ୍ତ ଓ.ସି.ପି.ର ମ୍ୟାନେଜର ସି.ଆର ଦାସ, ଅନନ୍ୟା ମହିଳା ମଣ୍ଡଳର ସଦସ୍ୟା ଏନ୍‌. ରାମା ତୀର୍ଥମଲାଇ, ବିନ୍ଦିୟା ଜୟ ପ୍ରକାଶ, ମିନତୀ ଦାସ ପ୍ରମୁଖ ଯୋଗଦାନ କରିଥିଲେ। ଅନ୍ୟତମ ଅତିଥିଭାବେ ଡିଏଭି ପବ୍ଲିକ୍ ସ୍କୁଲ୍‌, ଜଗନ୍ନାଥ କ୍ଷେତ୍ର, ଡେରାର ଅଧ୍ୟକ୍ଷା ଶୁକ୍ଳା ଚକ୍ରବର୍ତ୍ତୀ, ଡିଏଭି ଜିନ୍ଦଲ ହାଇ୍‌ସ୍କୁଲ୍‌ର ଅ୍ମକ୍ଷ ‘କୀରମୋହନ ସାହୁ, ଡିଏଭି ଗାର୍ଲ୍ସ ହାଇସ୍କୁଲ୍, ସି.ଡବ୍ଲୁ.ଏସ୍‌.ର ଅଧ୍ୟକ୍ଷା ସବିତା ପୂଜାରୀ, ଡିଏଭି ପବ୍ଲିକ୍ ସ୍କୁଲ୍, ଏନ୍‌.ଟି.ପି.ସି, କଣିହାର ଅଧ୍ୟକ୍ଷ ଏଲ୍ .କେ.ଦେବତା, ଡିଏଭି ପବ୍ଲିକ୍ ସ୍କୁଲ୍, ଲିଙ୍ଗରାଜ କ୍ଷେତ୍ରର ଅଧ୍ୟକ୍ଷା ସଂଯୁକ୍ତା ପୃଷ୍ଟି, ଡିଏଭି ପବ୍ଲିକ୍ ସ୍କୁଲ୍, ଟି.ଟି.ପି.ଏସ୍‌. ତାଳଚେରର ଅଧ୍ୟକ୍ଷ ଏସ୍‌.କେ.ବୋଷ, ଡିଏଭି ପବ୍ଲିକ୍ ସ୍କୁଲ୍, ଅନୁଗୋଳର ଅଧ୍ୟକ୍ଷ ମାନସ ରଞ୍ଜନ ପୃଷ୍ଟି ଏବଂ ଏମ୍‌.ସି.ଏଲ୍‌. ଅନ୍ତର୍ଗତ ବିଭିନ୍ନ ଶ୍ରମିକ ସଂଗଠନର ନେତୃମଣ୍ଡଳୀଙ୍କ ଯୋଗଦାନରେ ଉତ୍ସବଟି ସାଫଲ୍ୟ ମଣ୍ଡିତ ହୋଇଥିଲା। ବିିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତି ମିଶ୍ର ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହିତ ଉତ୍ସବ ଆୟୋଜନର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ। ବରିଷ୍ଠ ଶିକ୍ଷକ ଡକ୍ଟର ଅନ୍ତର୍ଯ୍ୟାମୀ ସାହୁ ବିଦ୍ୟାଳୟର ୨୫ବର୍ଷର ସ୍ମୃତିର ଝଲକକୁ ଉପସ୍ଥାପନା କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମନାଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥିଙ୍କ ଦ୍ୱାରା ବିଦ୍ୟାଳୟର ୨୫ବର୍ଷ ପୂର୍ତିର ଲୋଗୋ ଉନ୍ମୋଚନ କରାଯାଇଥିଲା। ବିଦ୍ୟାଳୟ ପରିସରରେ ଅନ୍ୟ ଏକ ରୌପ୍ୟ ଜୟନ୍ତୀର ସ୍ମୃତିସ୍ତମ୍ଭକୁ ମୁଖ୍ୟ ଅତିଥି ଉନ୍ମୋଚନ କରିବା ସହିତ ୨୦୨୨ ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ ପରୀକ୍ଷାରେ ଏ-୧ ଗ୍ରେଡ୍ ପାଇଥିବା ୧୭ଜଣ ଛାତ୍ରଛାତ୍ରୀ ଏବଂ +୨ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ତିନିଜଣ ଛାତ୍ରୀଙ୍କୁ ମୋମେଣ୍ଟମ୍ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପୂର୍ବତନ ଛାତ୍ରଛାତ୍ରୀଙ୍କୁ ଅନୁରୂପ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଉପସ୍ଥିତ ଦର୍ଶକ ମନ୍ତ୍ରମୁଗ୍ଧ ହୋଇଥିଲେ। ଶିକ୍ଷକ କରୁଣାକର ସାହୁ, ଅଞ୍ଜନ ମୁଦୁଲି ଏବଂ ଛାତ୍ରଛାତ୍ରୀ ତମନ୍ନା ତନୁଶ୍ରୀ ନାଏକ, ସ୍ୱର୍ଣ୍ଣପ୍ରିୟା ବେହେରା, ଶ୍ୱେତାଲିନ୍ ପୃଷ୍ଟି ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମର ମଂଚ ସଂଚାଳକ ଦାୟିତ୍ୱ ନିର୍ବାହ କରିଥିବାବେଳେ ବରିଷ୍ଠ ଶିକ୍ଷକ ପ୍ରଭାକର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.