Home ଅନୁଗୁଳ ଲଡ଼ୁ ନିଲାମର ଅର୍ଥରାଶି କେନ୍ଦ୍ରୀୟ ଗଣେଶ ପୂଜା କମିଟିକୁ ପ୍ରଦାନ

ଲଡ଼ୁ ନିଲାମର ଅର୍ଥରାଶି କେନ୍ଦ୍ରୀୟ ଗଣେଶ ପୂଜା କମିଟିକୁ ପ୍ରଦାନ

33

ତାଳଚେର, ୧୨/୯ (ଓଡ଼ିଆ ପୁଅ/ଅଜିତ ବେହେରା) : ଗତ ୧୦ ତାରିଖରେ ଅନୁଷ୍ଠିତ ହୋଇଥିବା ଗଣେଶଙ୍କ ଲଡ଼ୁ ନିଲାମର ଅର୍ଥରାଶି ଚେକ୍ ଆକାରରେ କେନ୍ଦ୍ରୀୟ ଗଣେଶ ପୂଜା କମିଟିକୁ ପ୍ରଦାନ କରିଛନ୍ତି କଣିହାଁ ଲାଲବାଗ ରାଜା ଅନୁଷ୍ଠାନ। ପ୍ରକାଶ ଥାଉକି, ଗଜାନନଙ୍କ ଲଡ଼ୁ ଓ ଆଜ୍ଞାମାଳକୁ ମୋଟ ୮ଲକ୍ଷ ୭୦ ହଜାରରେ କଣିହାଁ ଲାଲବାଗ ରାଜା ଅନୁଷ୍ଠାନ ସର୍ବୋଚ୍ଚ ନିଲାମରେ ନେଇଥିଲେ। ଏହାପରେ କାଳବିଳମ୍ବ ନକରି ଉକ୍ତ ଅନୁଷ୍ଠାନ ପକ୍ଷରୁ କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ ଗତକାଲି କେନ୍ଦ୍ରୀୟ ଗଣେଶ ପୂଜା କମିଟିର ସଭାପତି କେଶବ ଭୁତିଆ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତାଙ୍କୁ ଭେଟି ସମସ୍ତ ଅର୍ଥରାଶି ଏକ ଚେକ୍ ଆକାରରେ ପ୍ରଦାନ କରିଥିଲେ। ଏଥିପାଇଁ କମିଟି ପକ୍ଷରୁ କଣିହାଁ ଲାଲବାଗ ରାଜା ଅନୁଷ୍ଠାନକୁ ଧନ୍ୟବାଦ ଜ୍ଞାପନ କରାଯାଇଛି। ତେବେ ନିଲାମ ହୋଇଥିବା ପ୍ରଭୁ ଗଣେଶଙ୍କ ବିରାଟକାୟ ଲଡ଼ୁକୁ ଏକ ଗାଡ଼ି ଯୋଗେ ବୁଲାଇ ଆଜି ତାଳଚେର ସହର ଠାରୁ ହିଙ୍ଗୁଳା ମନ୍ଦିର ଓ କଣିହାଁ ଠାରୁ ସମଲ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କୁ ବଣ୍ଟନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.