ନିଆଁରେ ପୋଡି ହୋଇ ଗୋଟିଏ ପରିବାରର ୩ ଗୁରୁତର ଭାବେ କୋରାପୁଟ ଡାକ୍ତରଖାନାରେ ଭର୍ତି

କୋରାପୁଟ ; ତା୧୮-୦୫-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ନିଆଁରେ ପୋଡି ହୋଇ ଗୋଟିଏ ପରିବାରର ୩ ଗୁରୁତର ଭାବେ କୋରାପୁଟ ଡାକ୍ତରଖାନାରେ ଭର୍ତି ହୋଇଥିବା ଜଣାପଡିଛି।ଜୟପୁର ପିଆରପେଟା ସାହିର କୁନା ମହରଣାଙ୍କ ସ୍ତ୍ରୀ ମୀତା ମହାରଣା ରୋଷେଇ କରୁଥିବା ସମୟରେ ଅସାବଧନତା ଯୋଗୁଁ ନିଆଁ ଛିଟିକି ଆସି ମିତାଙ୍କ ଦେହରେ ଲାଗିଥିଲା ଓ ପାଖରେ ଥିବା ପୁତ୍ର ଦୁକୁନୁ ମହାରଣା ଓ ସ୍ୱାମୀ କୁନାଙ୍କ ଦେହରେ ନିଆଁ ଲାଗି ପୋଡି ହୋଇଯାଇଥିଲେ ବୋଲି ସଂପର୍କିୟମାନେ ସୂଚନା ଦେଇଥିଲେ।ସଂପର୍କିୟ ପ୍ରଥମେ ଜୟପୁର ଡାକ୍ତରଖାନାରେ ଭର୍ତି କରାଯାଇଥିଲା କିନ୍ତୁ ଅବସ୍ଥା ଗୁରୁତର ହେବାରୁ ଆଜି ସକାଳେ କୋରାପୁଟ ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯାଉଥିବା ଜଣାପଡିଛି।

"ନିଆଁରେ ପୋଡି ହୋଇ ଗୋଟିଏ ପରିବାରର ୩ ଗୁରୁତର ଭାବେ କୋରାପୁଟ ଡାକ୍ତରଖାନାରେ ଭର୍ତି"

୬ ଦିନପରେ କମଳା ପୂଜାରୀ କୋରାପୁଟ ଡାକ୍ତରଖାନାରୁ ଡିସଚାର୍ଜ ହେଲେ

କୋରାପୁଟ ; ତା୧୮-୦୫-୧୮(ଓଡିଆପୁଅ /ରଂଜନ କୁମାର ଦାସ) ରାଜ୍ୟ ଯୋଜନା ବୋର୍ଡ ସଦସ୍ୟା କମଳା ପୂଜାରୀ କୋରାପୁଟ ଡାକ୍ତରଖାନାରୁ ଆଜି ଅପାରହ୍ନରେ ଡିସଚାର୍ଜ ହୋଇଛନ୍ତି।ଏକ ଆମ୍ବୁଲାନ୍ସରେ ପୁଅ ଧନୁର୍ଜୟ ପୂଜାରୀ ଓ ବୋହୁ ସହ ସେ ଯାଇଥିଲେ ବୋଲି ଜଣାପଡିଛି। କୋରାପୁଟ ଜିଲ୍ଲାପାଳ କେ .ସୁଦର୍ଶନ ଚକ୍ରବର୍ତି, ଅଧୀକ୍ଷକ ଡାକ୍ତର କାଳି ପ୍ରସାଦ ବେହେରା, ମ୍ୟାନେଜର ଲଲିତ ସାହୁ, କୋରାପୁଟ ମ୍ୟୁନସିପାଲଟି ଅଧ୍ୟକ୍ଷ ଭଗବାନ ବାହିନିପତି ପ୍ରମୁଖ ପ୍ରତ୍ୟେକ ଦିନ ଡାକ୍ତରଖାନା ଯାଇ କମଳା ପୂଜାରୀଙ୍କୁ ସାକ୍ଷାତ କରୁଥିଲେ ଓ ଗଠିତ ମେଡିକାଲ ଟିମର ଡାକ୍ତରମାନଙ୍କ ସହ ଆଲୋଚନା କରି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝୁ ଥିଲେ।ସୂଚନାଯୋଗ୍ୟ ଯେ ଗତ ୧୨ ତାରିଖରେ ନିଜ ଘର…

"୬ ଦିନପରେ କମଳା ପୂଜାରୀ କୋରାପୁଟ ଡାକ୍ତରଖାନାରୁ ଡିସଚାର୍ଜ ହେଲେ"

ଲଙ୍କାପୁଟ ରାସ୍ତାକାମ ନିମନ୍ତେ ହୋଇଥିବା ଟେଣ୍ଡର ବାତିଲ;ବାସିନ୍ଦାଙ୍କ ଅସୁବିଧା ବଢିଲା

କୋରାପୁଟ ; ତା୧୮-୦୫-୧୮(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ବ୍ଲକ ଅନ୍ତର୍ଗତ ଲଙ୍କାପୁଟ ରାସ୍ତା ଶୋଚନୀୟ ଅବସ୍ଥାରେ ରହିଥିବା ବେଳେ ରାସ୍ତାକାମନିମନ୍ତେ ହୋଇଥିବା ଟେଣ୍ଡର ବାତିଲ ହୋଇଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ କିଶୋର ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି।ଏହାକୁ ମିଶାଇ ଟେଣ୍ଡର ୨ ଥର ବାତିଲ ହୋଇଯାଇଥିବା ସେ ପ୍ରକାଶ କରିଥିଲେ।କାହିଁକି ବାତିଲ ହୋଇଛି ତାହା ସେ ଜାଣି ନ ଥିବା ବେଳେ କେବେ ଆଉଥରେ ଟେଣ୍ଡର ହେବ ତାହା ସେ ଜାଣି ନ ଥିବା ପ୍ରକାଶ କରିଥିଲେ।ପରଜାପଣ୍ଡିଛକଠାରୁ କୁମ୍ଭାଛକ ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ ହୋଇଯାଇଥିବାରୁ ଆମ୍ଭୁଲାନ୍ସ ଆସିବା କଷ୍ଟକର ହୋଇପଡୁଥିବା ଗ୍ରାମର ତ୍ରୀନାଥ ବାରିକ ସୂଚନା ଦେଇଥିଲେ।ଏପରିକି କଲେଜରେ ପଢୁଥିବା ଛାତ୍ରଛାତ୍ରୀମାନେ ସାଇକେଲ…

"ଲଙ୍କାପୁଟ ରାସ୍ତାକାମ ନିମନ୍ତେ ହୋଇଥିବା ଟେଣ୍ଡର ବାତିଲ;ବାସିନ୍ଦାଙ୍କ ଅସୁବିଧା ବଢିଲା"

କର୍ଣ୍ଣାଟକରେ ଅଣଗଣତାନ୍ତ୍ରିକ ପଦ୍ଧତି ଅବଲମ୍ବନ କରାଯାଇଥିବା ଅଭିଯୋଗ କଲା କଂଗ୍ରେସ ; ପ୍ରତିବାଦରେ ଜିଲ୍ଲା କଂଗ୍ରେସର ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ

କୋରାପୁଟ ; ତା୧୮-୦୫-୧୮(ଓଡିଆପୁଅ /ରଂଜନ କୁମାର ଦାସ) କର୍ଣ୍ଣାଟକରେ ଅଣଗଣତାନ୍ତ୍ରିକ ପଦ୍ଧତି ଅବଲମ୍ବନ କରାଯାଇ ବିଜେପିକୁ ମୁଖ୍ୟମନ୍ତ୍ରୀ ପଦବୀରେ ରାଜ୍ୟପାଳ ନିମନ୍ତ୍ରଣ କରିଥିବା ଅଭିଯୋଗ କରି କୋରାପୁଟ ଜିଲ୍ଲା କଂଗ୍ରେସର ନେତା ଓ କର୍ମିମାନେ ସହର ଶୋଭାଯାତ୍ରା କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିବା ଜଣାପୋଡିଛି।କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ସଭାପତି ମିନାକ୍ଷି ବାହିନିପତିଙ୍କ ନେତୃତ୍ୟରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି, ଲକ୍ଷ୍ମିପୁର ବିଧାୟକ କୈଳାସ କୁଲେସିକା, ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ ଓ ନିମାଁଇ ସରକାର, କୋରାପୁଟ ବ୍ଲକ କଂଗ୍ରେସ କମିଟି ସଭାପତି ବାବୁଲା ବେନିଆ, କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝି, କୋରାପୁଟ ମ୍ୟୁନସିପାଲଟି ଅଧ୍ୟକ୍ଷ ଭଗବାନ…

"କର୍ଣ୍ଣାଟକରେ ଅଣଗଣତାନ୍ତ୍ରିକ ପଦ୍ଧତି ଅବଲମ୍ବନ କରାଯାଇଥିବା ଅଭିଯୋଗ କଲା କଂଗ୍ରେସ ; ପ୍ରତିବାଦରେ ଜିଲ୍ଲା କଂଗ୍ରେସର ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ"

କୋରାପୁଟ ସହରରେ ଥିବା ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଓଡିଆ ଭାଷାରେ ଫଳକ ଲେଖିବା ପ୍ରାଧାନ୍ୟ ଦିଆଯାଉନାହିଁ

କୋରାପୁଟ ; ତା୧୬-୦୫-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଏବଂ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ମେ ୧୫ ତାରିଖ ସୁଦ୍ଧା ଫଳକ ଓଡିଆ ଭାଷାରେ ଲେଖିବା ପରେ ତଳକୁ ଅନ୍ୟଭାଷାରେ ଲେଖିପାରିବେ ପାରିବେ ବୋଲି ନିର୍ଦ୍ଦେଶ ଦେଇଥିବା ବେଳେ ଏହାର ବ୍ୟତିକ୍ରମ ଦେଖାଦେଇଥିବା ନଜରକୁ ଆସିଛି।କୋରାପୁଟ ସଦର ମହକୁମାର ଡାକ୍ତରଖାନାର ବିଭିନ୍ନ ବହିଃବିଭାଗ ଓ ଅନ୍ୟ ସ୍ଥାନମାନଙ୍କରେ ଇଂରାଜୀ ଭାଷାରେ ଲେଖାଯାଇଥିବା ଲକ୍ଷ୍ୟ କରାଯାଇଥିଲା।ଏପରିକି ପ୍ରଥମେ ଇଂରାଜୀଭାଷାରେ ଲେଖିବା ସହ ତଳକୁ ଓଡିଆଭାଷରେ ଲେଖା ହୋଇଥିବା ନଜର କରାଯାଇଥିଲା।କୋରାପୁଟ ସଦଭାବନା ସଭାଗୃହରେ ମଧ୍ୟ ଇଂରାଜୀ ଭାଷାରେ ଫଳକ ଲେଖାଯାଇଥିବା ଦେଖିବାକୁ ମିଳିଥିଲା।ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ସେମାନଙ୍କ ଇଂରାଜୀ ଫଳକରେ…

"କୋରାପୁଟ ସହରରେ ଥିବା ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଓଡିଆ ଭାଷାରେ ଫଳକ ଲେଖିବା ପ୍ରାଧାନ୍ୟ ଦିଆଯାଉନାହିଁ"

କୋରାପୁଟଠାରେ ଜାତୀୟ ଡେଙ୍ଗୁ ଦିବସ ପାଳିତ

କୋରାପୁଟ ; ତା୧୬-୦୫-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ତରଫରୁ କୋରାପୁଟଠାରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ସଦଭାବନା ସବାଗୃହଠାରେ ଜିଲ୍ଲାପାଳ କେ .ସୁଦର୍ଶନ ଚକ୍ରବର୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଦିବସରେ ସିଡିଏମଓ ଡାକ୍ତର ଲଲିତ ମୋହନ ରଥ ଯୋଗଦେଇ ଡେଙ୍ଗୁ ଦିବସ ସଂପର୍କରେ ଆଲୋକପାତ କରିଥିଲେ।ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡାକ୍ତର ସୁଶାନ୍ତ ଦାସ ଯୋଗଦେଇ କୋରାପୁଟ ଜିଲ୍ଲାରେ ୨୦୧୩ ମସିହାରୁ ୨୦୧୭ ମସିହା ପର୍ଯ୍ୟନ୍ତ ୪ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ ସୂଚନା ଦେଇଥିଲେ। ଡେଙ୍ଗୁ ରୋଗରେ କେହି ମୃତ୍ୟୁବରଣ କରି ନ ଥିବା ପ୍ରକାଶ କରିବା ସହ ସହର ଓ ଗ୍ରାମକୁ ପରିଷ୍କାର ପରିଛନତା ରଖିବାକୁ ପରାମର୍ଶ…

"କୋରାପୁଟଠାରେ ଜାତୀୟ ଡେଙ୍ଗୁ ଦିବସ ପାଳିତ"

ସେମିଲିଗୁଡାର ୬ଟି ହୋଟେଲରୁ ୮ ଜଣ ଶିଶୁ ଶ୍ରମିକ ଉଦ୍ଧାର

କୋରାପୁଟ ; ତା୧୬-୦୫-୧୮(ଓଡିଆପୁଅ /ରଂଜନ କୁମାର ଦାସ) କୋରାପୁଟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସେମିଲିଗୁଡାର ୬ଟି ହୋଟେଲରେ ଜିଲ୍ଲା ଶିଶୁ ସୁରକ୍ଷା, ଜିଲ୍ଲା ଶ୍ରମ, ଶିଶୁ ମଙ୍ଗଳ ସମିତି, ଚାଇଲଡ ଲାଇନ ଓ ପୋଲିସର ମିଳିତ ଚଢାଉ କରି ୮ ଜଣ ଶିଶୁ ଶ୍ରମିକ ଉଦ୍ଧାର କରିଥିବା ଜଣାପଡିଛି।୮ ଜଣଙ୍କ ମଧ୍ୟରେ ୩ ଜଣ ବିଭିନ୍ନ ସ୍କୁଲର ଛାତ୍ର ରହିଥିବା ଜଣାପଡିଛି।ଘରେ ଆର୍ଥିକ ଅବସ୍ଥା ଠିକ ନ ଥିବାରୁ ଖାତା କ୍ରୟ ନିମନ୍ତେ ହୋଟେଲରେ କାମ କରୁଥିଲେ ଜଣାପଡିଛି। ଏହି ଚଡାଉ ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜର୍ଶି ଦାସ, ଶିଶୁ ମଙ୍ଗଳ ସମିତିର ଜୟଦେବ ପ୍ରଧାନ ଓ ଜଗୁ ନାୟକ, ସହାୟକ ଶ୍ରମ ଅଧିକାରୀ…

"ସେମିଲିଗୁଡାର ୬ଟି ହୋଟେଲରୁ ୮ ଜଣ ଶିଶୁ ଶ୍ରମିକ ଉଦ୍ଧାର"

ନାରାୟଣପାଟଣାରୁ ୪ ମିଲିସିଆ ଗିରଫ

କୋରାପୁଟ ; ତା୧୫-୦୫-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ଜିଲ୍ଲା ମାଓ ପ୍ରଭାବିତ ନାରାୟଣପାଟଣାରୁ ପୋଲିସ ଆଜି ଅପରାହ୍ନରେ ୪ଜଣ ମିଲିସିଆଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ଜଣାପଡିଛି। ଗିରଫ ୪ ମିଲିସିଆ ହେଲେ ନାରାୟଣପାଟଣା ଥାନା ଡକରିଘାଟି ଗ୍ରାମର ନନ୍ଦ ତାଡିଂଗି, ଅଭି ତାଡିଂଗି, ତିଲୁସୁ ତାଡିଂଗି ଓ ରେଲି ତାଡିଂଗି। ପୋଲିସ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୭ରେ ନାରାୟଣପାଟଣା ଅଂଚଳରେ ଘଟିଥିବା ପୋଡାଜୋଳା, ଠିକା କମ୍ପାନୀର ଗାଡି, ମେସିନ ପୋଡି ଭଳି ବିଭିନ୍ନ ମାଓ କାର୍ଯ୍ୟ କଳାପରେ ସମ୍ପୃକ୍ତି ଥିବା ସହ ମାଓବାଦୀଙ୍କୁ ସହାୟତା ଦେଇ ଆସୁଥିବା ଅଭିଯୋଗ ରହିଥିଲା। ପୋଲିସ ଏନେଇ ନାରାୟଣପାଟଣା ଥାନାରେ ଏକ ମାମଲା(କେଶ୍ ନଂ-୩୯/୨୦୧୭)ରୁଜୁ…

"ନାରାୟଣପାଟଣାରୁ ୪ ମିଲିସିଆ ଗିରଫ"

ଯେଉଁଠି ଶ୍ରମିକ କୂଅ ଖୋଲିବା କଥା ସେଥିରେ ମେସିନ ଲଗାଇ କୂଅ ଖୋଲାଯାଉଥିବା ଅଭିଯୋଗ

କୋରାପୁଟ ; ତା୧୫-୦୫-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକରେ ହିତାଧିକାରୀମାନଙ୍କ ଜମିରେ କୂଅ ଖୋଲିବା ନିମନ୍ତେ ଜିଲ୍ଲା ପ୍ରଶାସନ କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡିଛି।ଜମିରେ ଜଳସେଚନର ସୁବିଧା ନିମନ୍ତେ କୂଅ ଖୋଲାଯାଉଛି।ଜିଲ୍ଲାର ଅନେକ ବ୍ଲକରେ ଶ୍ରମିକଙ୍କ ବଦଳରେ ମେସିନ ଲଗାଯାଇ କୂଅ ଖୋଲାଯାଉଥିବା ଅଭିଯୋଗ ହେଉଛି।କାର୍ଯ୍ୟ ଆରମ୍ଭ ଦିନ ହିଁ ଶ୍ରମିକମାନଙ୍କ ଦ୍ୱାରା କୁଅ ଖୋଲଯାଇ ଫଟୋ ଉଠିବା ପରେ ମେସିନ ଲଗାଯାଉଥିବା ଅଭିଯୋଗ ହେଉଛି।ମେସିନ ଦ୍ୱାରା ୧୦ ଫୁଟ କୂଅ ଖୋଲାଯିବା ପରେ ବାକି କାମ ସବୁ ଶ୍ରମିକମାନେ ହିଁ କରୁଥିବା ଜଣେ ଅଧିକାରୀ ନିଜ ନାମ ଗୋପନ ରଖି…

"ଯେଉଁଠି ଶ୍ରମିକ କୂଅ ଖୋଲିବା କଥା ସେଥିରେ ମେସିନ ଲଗାଇ କୂଅ ଖୋଲାଯାଉଥିବା ଅଭିଯୋଗ"

ରାଜ୍ୟ ଯୋଜନା ବୋର୍ଡ ସଦସ୍ୟା କମଳା ପୂଜାରୀ ଏବେ ବି କୋରାପୁଟ ମେଡିକାଲରେ ଚିକିତ୍ସିତ 

କୋରାପୁଟ ; ତା୧୫-୦୫-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ରାଜ୍ୟ ଯୋଜନା ବୋର୍ଡ ସଦସ୍ୟା କମଳା ପୂଜାରୀ ଏବେ ବି କୋରାପୁଟ ଡାକ୍ତରଖାନାର ଆଇସିସିୟୁରେ ରହି ଚିକିତ୍ସିତ ହେଉଥିବା ଜଣାପଡିଛି।ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଭେଷଜ, ଅସ୍ଥିଶଲ୍ୟ, ସର୍ଜରୀ, ସ୍ତ୍ରୀ ଏବଂ ପ୍ରସୂତି ଓ ଚକ୍ଷୁ ବିଭାଗର ଡାକ୍ତରଙ୍କୁ ନେଇ ଏକ ଟିମ ଗଠନ କରାଯାଇଛି।ଟିମରେ ରହିଥିବା ଡାକ୍ତରମାନଙ୍କ ସହ ଆଲୋଚନା କରିବା ପରେ ସେ କେବେ ଡିସଚାର୍ଜ ହେବେ ତାହା ଜଣାପଡିବ ବୋଲି ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଭେଷଜ ବିଭାଗର ମୁଖ୍ୟ ପ୍ରଫେସର ଜୟନ୍ତ ପଣ୍ଡା ପ୍ରକାଶ କରିଥିଲେ।ମୁଁ ଏବେ ସୁସ୍ଥ ହୋଇଯାଇଛି ତେଣୁ ମତେ ଡିସଚାର୍ଜ କରାଯାଉ ବୋଲି…

"ରାଜ୍ୟ ଯୋଜନା ବୋର୍ଡ ସଦସ୍ୟା କମଳା ପୂଜାରୀ ଏବେ ବି କୋରାପୁଟ ମେଡିକାଲରେ ଚିକିତ୍ସିତ "