Home କୋରାପୁଟ କୋରାପୁଟ ଜିଲ୍ଲାରେ ଏ ପର୍ଯ୍ୟନ୍ତ ୨୯ କରୋନା  ଆଂଟିଜେନ ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ ଏ ପର୍ଯ୍ୟନ୍ତ ୨୯ କରୋନା  ଆଂଟିଜେନ ପଜିଟିଭ ଚିହ୍ନଟ

71

କୋରାପୁଟ୦୬-୦୧(ଓଡିଆ ପୁଅ/ରଂଜନ ଦାସ)କୋରାପୁଟ ଜିଲ୍ଲାରେ ଏ ପର୍ଯ୍ୟନ୍ତ ୨୯ ଜଣ କରୋନା ଆଂଟିଜେନ ପଜିଟିଭ ଚିହ୍ନଟ ହୋଇଥିବା ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଭୀମ ସାହୁ ସୂଚନା ଦେଇଛନ୍ତି ।ଆରଟିପିସିଆର ପରୀକ୍ଷାରେ ଜଣେ ବ୍ୟକ୍ତିଙ୍କର କରୋନା ପଜିଟିଭ ବାହାରିଥିଲା ଓ ଜିମନ ସିକ୍ୟୁନସି ପରୀକ୍ଷା ପାଇଁ  ଭୁବନେଶ୍ୱର ପଠାଯାଇଥିବା ସେ ପ୍ରକାଶ କରିଛନ୍ତି ।କୋରାପୁଟ ଜିଲ୍ଲାରେ ୧୦ଲକ୍ଷ ୫୦ ହଜାର ବ୍ୟକ୍ତି ପ୍ରଥମ ଡୋଜ ଟୀକା ନେଇଥିବା ବେଳେ ୮ ଲକ୍ଷ ୯୫ ହଜାର ୭୧ ଜଣ ଦ୍ୱିତୀୟ ଡୋଜ ଟୀକା ନେଇସାରିଥିବା ସେ ପ୍ରକାଶ କରିଛନ୍ତି ।ଜିଲ୍ଲାରେ ଏ ପର୍ଯ୍ୟନ୍ତ ୨୨ ହଜାର ୯୪୭ ଜଣ ୧୫ରୁ ୧୮ ବର୍ଷ ପିଲା ଟୀକା ନେଇଥିବା ସେ ସୂଚନା ଦେଇଛନ୍ତି ।ଟୀକାକରଣରେ ଜିଲ୍ଲା ଭଲ ସ୍ଥିତିରେ ରହିଥିବା ସେ ପ୍ରକାଶ କରିବା ସହ କରୋନା ସଂଖ୍ୟା ବୃଦ୍ଧି ହେଲେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ  ସଜାଗ  ହୋଇ ପଦକ୍ଷେପ ନେବେ ବୋଲି ସେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.