Home କୋରାପୁଟ ଇ-ଫାଇଲିଙ୍ଗ ଷ୍ଟେସନ ଏବଂ ଆଇନିଜୀବିଙ୍କ ନିମନ୍ତେ ଇ-ନ୍ୟାୟାଳୟ ସେବା ସମ୍ବନ୍ଧିତ ପ୍ରଶିକ୍ଷଣ ଶିବିର ଉଦଘାଟିତ

ଇ-ଫାଇଲିଙ୍ଗ ଷ୍ଟେସନ ଏବଂ ଆଇନିଜୀବିଙ୍କ ନିମନ୍ତେ ଇ-ନ୍ୟାୟାଳୟ ସେବା ସମ୍ବନ୍ଧିତ ପ୍ରଶିକ୍ଷଣ ଶିବିର ଉଦଘାଟିତ

40

କୋରାପୁଟ ୨୭-୧୨(ଓଡିଆ ପୁଅ/ରଂଜନଦାସ) ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର,ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ଓ ଜଷ୍ଟିସ ମୃଗାଙ୍କ ଶେଖର ସାହୁଙ୍କ ଦ୍ୱାରା ଜିଲ୍ଲା ନ୍ୟାୟାଳୟ ପରିସର, କୋରାପୁଟ -ଜୟପୁର ସମ୍ମିଳନୀ କକ୍ଷ ଠାରେ ତିନୋଟି ଜିଲ୍ଲା ଯଥା କୋରାପୁଟ, ନବରଙ୍ଗପୁର ଓ ରାୟଗଡାଙ୍କ ପାଇଁ ଭିଡିଓ କନଫରେନସିଂ ମାଧ୍ୟମରେ ଇ-ଫାଇଲିଙ୍ଗ ଷ୍ଟେସନ ଉଦଘାଟିତ ହୋଇଯାଇଛି l ଏହି ଉଦଘାଟନୀ ଉତ୍ସବରେ ଜିଲ୍ଲା ଓ ଦୌରା ଜଜ, କୋରାପୁଟ -ଜୟପୁର ସୌମେନ୍ଦ୍ର କୁମାର ରାଜଗୁରୁ, ଜିଲ୍ଲା ଓକିଲ ସଂଘ, ଜୟପୁରର ସଭାପତି ସରୋଜ କୁମାର ଦାସ,ସମ୍ମିଳନୀ କକ୍ଷରେ ଉପସ୍ଥିତ ଥିଲେ l ଜିଲ୍ଲା ନ୍ୟାୟାଳୟ ତରଫରୁ ମହିଳା ଅଦାଲତ ଜଜ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ l ଏତଦବ୍ୟତୀତ ନବରଙ୍ଗପୁରରର ଜିଲ୍ଲା ଜଜ ସଂଜୀବ ଦୁବେ, ରାୟଗଡାର ଜିଲ୍ଲା ଜଜ ବିକ୍ରମ କେଶରୀ ପଟ୍ଟନାୟକଙ୍କ ସମେତ ଜିଲ୍ଲା ଓକିଲ ସଂଘ, ନବରଙ୍ଗପୁର ଓ ରାୟଗଡାର ସଭାପତି, ଉପସଭାପତି, ସମ୍ପାଦକ ଓ ଅନ୍ୟାନ୍ୟ ଆଇନୀଜୀବୀ ମାନେ ମଧ୍ୟ ଭିଡ଼ିଓ କନଫରେନସିଙ୍ଗ ମାଧ୍ୟମରେ ଯୋଗ ଦେଇଥିଲେ l ଏହି ତିନୋଟି ଜିଲ୍ଲାର ମୋଟ ୪୦ ଜଣ ଆଇନୀଜୀବୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା l ଓଡିଶା ଉଚ୍ଚ ନ୍ୟାୟାଳୟର କେନ୍ଦ୍ରୀୟ ପ୍ରକଳ୍ପ ସଂଯୋଜକ ଅନୁପମ ପାତ୍ର, ବରଗଡ଼ ଜିଲ୍ଲାର ଅତିରିକ୍ତ ଜିଲ୍ଲା ଜଜ ଆକାଂକ୍ଷୀତ ମିଶ୍ର ଓ ଢେଙ୍କାନାଳ ଜିଲ୍ଲା କୋର୍ଟର ରେଜିଷ୍ଟ୍ରାର ଚିନ୍ମୟ ମିଶ୍ର ପ୍ରମୁଖ ଦୁଇଟି ପର୍ଯ୍ୟାୟରେ ତାଲିମ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଓଡିଶା ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର ବିଶ୍ୱଜିତ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ l ଏହି ଏକ ଦିବସୀୟ ପ୍ରଶିକ୍ଷଣ ଶିବିରରେ ଇ-ନ୍ୟାୟାଳୟ ସେବା ଅନ୍ତର୍ଗତ ବିଭିନ୍ନ ବିଷୟ ଯଥା ମୋବଇଲ ଆପ, ସେବା ଆପ,
ଭାରତର ଉଚ୍ଚତମ ନ୍ୟାୟାଳୟ, ଉଚ୍ଚ ନ୍ୟାୟାଳୟ, ଜିଲ୍ଲା ନ୍ୟାୟାଳୟ,ତାଲୁକା ନ୍ୟାୟାଳୟ ମାନଙ୍କ ପାଇଁ ଇ – ନ୍ୟାୟାଳୟ ସେବା ଆପ ଇ – ଫାଇଲିଙ୍ଗ ସମ୍ବନ୍ଧିତ ସମସ୍ତ ସେବା ଓ ଉପକାରିତା, ସହାୟତା ସମ୍ବନ୍ଧରେ ବିଷଦ ଭାବରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା l ଏତଦବ୍ୟତୀତ ଏହି ତିନୋଟି ଜିଲ୍ଲାରେ ଭିଡିଓ କନଫରେନ୍ସିଂ ମାଧ୍ୟ୍ୟମରେ ଉଦଘାଟିତ ହୋଇଥିବା ଇ – ଫାଇଲିଙ୍ଗ ଷ୍ଟେସନର ଉପକାରିତା ଯଥା ନ୍ୟାୟାଳକୁ ନ ଆସି ଜେ କୈଣସି ସ୍ଥାନରୁ ମାମଲା ଦାଖଲ କରିପାରିବେ l ଯେ କୌଣସି ସମୟରେ 24X7ମାମଲା ଦାଖଲ କରିପାରିବେ l ଇ -ଫାଇଲିଙ୍ଗ ମାଧ୍ୟମରେ ଦାଖଲ କରାଯାଇଥିବା ସମସ୍ତ ସୂଚନା ଆଙ୍ଗୁଠି ଟିପରେ ଉପଲବ୍ଧ ହେବ l ଇ -ଫାଇଲିଙ୍ଗ ମାଧ୍ୟମରେ ଅପଲୋଡ଼ ହୋଇଥିବା ଆଦେଶ /ବିଚାରଗୁଡିକ ସ୍ୱୟଂଚାଳିତ ଭାବରେ ଆଇନୀଜୀବୀ ମାନଙ୍କୁ ସୂଚିତ କରାଯିବ l ଡାଟା ଏଣ୍ଟ୍ରି ତ୍ରୁଟିକୁ କମ କରିବା ସହିତ ଏହାକୁ ସ୍ୱଚ୍ଛ ଏବଂ ଦ୍ରୁତ ଭାବରେ ଉପଲବ୍ଧ କରାଯାଇପାରିବ l ଏହା ଦ୍ୱାରା ଉଭୟ ଆଇନୀଜୀଵୀ ଓ ମକଦ୍ଦମାକାରୀ ଉପକୃତ ହୋଇପାରିବେ l ଏହି ଉଦଘାଟନୀ ଉତ୍ସବର ଭିଡ଼ିଓ କନଫରେନସିଂ ଓ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଜିଲ୍ଲା ଅଦାଲତର ସିଷ୍ଟମ ଅଫିସର ରଜନୀକାନ୍ତ ଲିମା, ଆସିଷ୍ଟାଣ୍ଟ ରାଜେଶ କୁମାର ସିଂ ପରିଚାଳନା କରିଥିଲେ l ଇ – ଫାଇଲିଙ୍ଗ ଷ୍ଟେସନର ସହଯୋଗୀ ମଦନ ମୋହନ ବାନ୍ରା,କମ୍ପ୍ୟୁଟର ସେକ୍ସନର ସହଯୋଗୀ ଦିଲୀପ କୁମାର ସୁବୁଦ୍ଧି ସହାୟତା କରିଥିଲେ l ଏତଦବ୍ୟତୀତ କୋରାପୁଟ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଧିକାରୀ ଯଥା ଭିଜିଲାସନ୍ସ ଜଜ ରାଜେଶ ଏକ୍କା, ରେଜିଷ୍ଟ୍ରାର ଶରତ କୁମାର ଜେନା ପରିବାର ଅଦାଲତ ଜଜ ଡ. ପବିତ୍ର ମୋହନ ସାମଲ, ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟ ଜଜ ପ୍ରଦୀପ କୁମାର ସାସମଲ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ରାଜେଶ କୁମାର ନାୟର, ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀମତୀ ପ୍ରଣତି ପଟ୍ଟନାୟକ, ମହିଳା ଅଦାଲତ ଜଜ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ, ବରିଷ୍ଠ ଦେୱାନୀ ବିଚାରପତି ଏମଏସ ମୁସାରତ ଜହିନ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶୁଭ ଗୌତମ ମିଶ୍ର, ଏସ. ଡି. ଜେ. ଏମ. ସନ୍ତୋଷ କୁମାର ପାଣିଗ୍ରାହୀ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଚରଣ କୁମାର ଜେନା, ଶ୍ରୀମତୀ ବିମଳ ଲକ୍ଷ୍ମୀ ଚୌଧୁରୀ, ଏମ ଏସ ପଲ୍ଲବୀ ପ୍ରିୟଦର୍ଶିନୀ ଦାସ l ଏତଦବ୍ୟତୀତ କୋରାପୁଟ ଜିଲ୍ଲାର ଅନ୍ୟାନ୍ୟ ସମସ୍ତ ବିଚାରପତି ତଥା କୋରାପୁଟ, ଲମତାପୁଟ, ସେମିଳିଗୁଡା, ବୋରିଗୁମ୍ମା, କୋଟପାଡ଼, ଲକ୍ଷ୍ମୀପୁର, ଦଶମନ୍ତପୁର ଏବଂ ଗ୍ରାମ ନ୍ୟାୟାଧିକାରୀଙ୍କ ସମେତ ପ୍ରବେସନ ଅଫିସର ଆଦର୍ଶ ବେହେରାଙ୍କ ସହ ମାନ୍ୟବର ମୁଖ୍ୟ ବିଚାରପତି ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେଲା l ଏହି ଆଲୋଚନା ଚକ୍ରରେ ବହୁ ଦିନରୁ ପଡିରହିଥିବା ମାମଲା ଗୁଡିକର ତ୍ୱରିତ ଫଇସଲା ନିମନ୍ତେ ପରାମର୍ଶ ଦେଇଥିଲେ l ଏହାପରେ ଜିଲ୍ଲା ଓକିଲ ସଂଘ, ଜୟପୁର ତରଫରୁ ଓକିଲ ସଂଘ କାର୍ଯ୍ୟାଳୟ ରେ ସଂଘର ସଭାପତି ସୋରଜ କୁମାର ଦାସ ଙ୍କ ସଭାପତିତ୍ବରେ ଏକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା l ଏହି ଆଲୋଚନା ଚକ୍ରରେ ସଂଘର ଉପସଭାପତି ଶରତ କୁମାର ମାଝୀ, ସମ୍ପାଦକ ଆନନ୍ଦ ରଥ, ଯୁଗ୍ମ ସମ୍ପାଦକ ଗିରିଧାରୀ ଖରା ଓ ଅନ୍ୟାନ୍ୟ ଆଇନଜୀବୀ ପ୍ରମୁଖ ଯୋଗ ଦେଇଥିଲେ l ଏତଦବ୍ୟତୀତ କୋଟପାଡ଼ ବାର ଆସୋସିଏସନର ସଭାପତି ମଣି ପ୍ରସାଦ ପଟ୍ଟନାୟକ, ସମ୍ପାଦକ ଗୁପ୍ତକୈଳାଶ ମହାନ୍ତି ଓ କୋଟପାଡ଼ ଓକିଲ ସଂଘର ବିଭିନ୍ନ କର୍ମକର୍ତ୍ତାବୃନ୍ଦ ପ୍ରମୁଖ ଯୋଗଦେଇ ମୁଖ୍ୟ ବିଚାରପତିଙ୍କୁ ସେମାନଙ୍କ ଦାବି ସମ୍ପର୍କରେ କହିଥିଲେ l ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଅଦାଲତର ନ୍ୟାୟାଳୟ ପରିଚାଳକ ନିତ୍ୟାନନ୍ଦ ମହାନ୍ତି, ନାଜ଼ୀର ଏ. ରମେଶ କୁମାର, ନାଏବ ନାଜ଼ୀର ଦେବେନ୍ଦ୍ର କୁମାର ନାୟକ, ମୁଖ୍ୟ କିରାଣୀ ପ୍ରଦୀପ କୁମାର ମିଶ୍ର ପରିଚାଳନା କରିଥିଲେ l ଏହି ଉଦଘାଟନୀ ଉତ୍ସବରେ ଯୋଗଦେଇ ମାନ୍ୟବର ମୁଖ୍ୟ ବିଚାରପତି ଏସ. ମୁରଲୀଧର ତାଙ୍କ ବକ୍ତବ୍ୟରେ ନ୍ୟାୟିକ ବ୍ୟବସ୍ଥାରେ ଉପଯୁକ୍ତ ଭିତ୍ତିଭୂମିର ଆବଶ୍ୟକତା ଓ ତ୍ୱରିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ବିଚାରପତି ଓ ଓକିଲ ସଂଘର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ୱନ୍ଧରେ ଆଲୋକପାତ କରିଥିଲେ l କୋଭିଡ ମହାମାରୀ ସମୟରେ ସମସ୍ତେ ସଚେତନ ରହି ସମାଜରେ ନ୍ୟାୟିକ ବ୍ୟବସ୍ଥାକୁ ସୁଦୃଢ ଓ ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ ସେ ପରାମର୍ଶ ଦେଇଥିଲେ l

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.