Home କୋରାପୁଟ କୋରାପୁଟ ଜିଲ୍ଲାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ କୋଭିଡର ଉପଯୁକ୍ତ ଆଚରଣ ପାଳନ ଉପରେ...

କୋରାପୁଟ ଜିଲ୍ଲାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ କୋଭିଡର ଉପଯୁକ୍ତ ଆଚରଣ ପାଳନ ଉପରେ ଗୁରୁତ୍ବ ଦେଲେ ଜିଲ୍ଲାପାଳ

83

 

କୋରାପୁଟ ୦୪-୦୧(ଓଡିଆ ପୁଅ/ରଂଜନ ଦାସ) କୋରାପୁଟ ଜିଲ୍ଲାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୯ କୁ ବୃଦ୍ଧି ପାଇଥିବାରୁ କୋଭିଡର ଉପଯୁକ୍ତ ଆଚରଣ ଯଥା ମାସ୍କ ପିନ୍ଧିବା, ସାମାଜିକ ଦୂରତାକୁ ପାଳନ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ବ ଦେବା ସହ ସହରାଞ୍ଚଳର ନିର୍ବାହୀ ଅଧିକାରୀ,ପୋଲିସ ଅଧିକାରୀ ଓ ଇନ୍ସିଡେଣ୍ଟ କମାଣ୍ଡର ତଥା ତହସିଲଦାରମାନଙ୍କୁ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ରାସ୍ତା ପାର୍ଶ୍ବରେ ରହିଥିବା ଦୋକାନଗୁଡିକୁ ନିର୍ଦ୍ଦିଷ୍ଟ ଭେଣ୍ଡିଂ ଜୋନକୁ ସ୍ଥାନାନ୍ତରିତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି।ଜଯପୁର ସହରାଞ୍ଚଳରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୋରିଗୁମ୍ମା ବ୍ଲକରୁ ୫ ଓ କୋରାପୁଟ ବ୍ଲକରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.