Home କୋରାପୁଟ ମୁର୍କାର ପଂଚାୟତର କଂଗ୍ରେସ ଓ ବିଜେପି କର୍ମିମାନେ ବିଜେଡିରେ ଯୋଗଦେଲେ

ମୁର୍କାର ପଂଚାୟତର କଂଗ୍ରେସ ଓ ବିଜେପି କର୍ମିମାନେ ବିଜେଡିରେ ଯୋଗଦେଲେ

86

କୋରାପୁଟ ୩୧-୧୨(ଓଡିଆ ପୁଅ/ରଂଜନ ଦାସ)କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁର୍କାର ପଂଚାୟତର କଂଗ୍ରେସ ଓ ବିଜେପି କର୍ମିମାନେ ବିଜୁ ଜନତା ଦଳରେ ଯୋଗ ଦେଇଥିବା ଜଣାପଡିଛି ।କୋରାପୁଟ ବିଜୁ ପାଠାଗାରରେ ଆୟୋଜିତ ମିଶ୍ରଣ ପର୍ବରେ ଲକ୍ଷ୍ମିପୁର ବିଧାୟକ ପ୍ରଭୁ ଜାନି,କୋରାପୁଟ ବିଧାୟକ ରଘୁରାମ ପଡାଲ,ଜିଲ୍ଲା ପରିଷଦ ସଭାପତି ତୁଲସି କିରସାନି,ଜିଲ୍ଲା ପରିଷଦ ସଭ୍ୟା ପାର୍ବତୀ ମସ୍ତି , କୋରାପୁଟ ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଲତା ରାୟ,ପୁର୍ବତନ ବିଧାୟକ କୈଳାସ କୁଲେସିକା ପ୍ରମୁଖ ଯୋଗଦେଇଥିଲେ ।କାର୍ଯ୍ୟକ୍ରମକୁ ଜିଲ୍ଲା ବିଜେଡି ଉପସଭାପତି ନାରାୟଣ ବିଷୋୟୀ ପରିଚାଳନା କରିଥିଲେ ।ବିରୋଧୀ ଦଳରେ ରହି ବିକାଶମୂଳକ କାର୍ଯ୍ୟ କରିବା ସମ୍ଭବପର ହୋଇପାରୁ ନ ଥିବାରୁ ଦଶମନ୍ତପୁର ବ୍ଲକ ଯୁବ କଂଗ୍ରେସ ସଭାପତି ପଦବୀରୁ ଇସ୍ତାଫା ଦେଇ ବିଜେଡିରେ ଯୋଗ ଦେଲି ବୋଲି ବିନୋଦ କୁମାର ଖୋସଲା ପ୍ରକାଶ କରିଛନ୍ତି ।ମୁର୍କାର ପଂଚାୟତର ୧୫୦ରୁ ଉର୍ଦ୍ଧ୍ୱ କଂଗ୍ରେସ ଓ ବିଜେପି କର୍ମିମାନେ ବିଜୁ ଜନତା ଦଳରେ ଯୋଗଦେଇଥିବା ଲକ୍ଷ୍ମିପୁର ବିଧାୟକ ପ୍ରଭୁ ଜାନୀ ପ୍ରକାଶ କରିଛନ୍ତି ।ଆସନ୍ତା ଦିନରେ ନାରାୟଣପାଟଣା ଓ ବନ୍ଧୁଗାଁରେ ମିଶ୍ରଣ ପର୍ବ ଅନୁଷ୍ଟିତ ହେବ ବୋଲି ସେ ସୂଚନା ଦେବା ସହ ଆଗାମୀ ପଂଚାୟତ ନିର୍ବାଚନରେ ଲକ୍ଷ୍ମିପୁର ନିର୍ବାଚନ ମଣ୍ଡଳୀର ୭ ଗୋଟି ଜିଲ୍ଲା ପରିଷଦ ଜୋନରେ ବିଜୁ ଜନତା ଦଳ ପ୍ରାର୍ଥି ବିଜୟୀ ହେବେ ବୋଲି  ସେ ଆଶାବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.