Home କୋରାପୁଟ ଅବିଭକ୍ତ କୋରାପୁଟ ଜିଲ୍ଲାର ୧୮୦୫ ଗୋଟି ଗ୍ରାମରେ ମୋବାଇଲ ଟାଓାର ସ୍ଥାପନ କରାଯିବ

ଅବିଭକ୍ତ କୋରାପୁଟ ଜିଲ୍ଲାର ୧୮୦୫ ଗୋଟି ଗ୍ରାମରେ ମୋବାଇଲ ଟାଓାର ସ୍ଥାପନ କରାଯିବ

71

କୋରାପୁଟ ୦୬-୦୧(ଓଡିଆ ପୁଅ/ରଂଜନ ଦାସ)ଅବିଭକ୍ତ କୋରାପୁଟ ଜିଲ୍ଲାର ୧୮୦୫ ଗୋଟି ଗ୍ରାମରେ ମୋବାଇଲ ଟାଓାର ସ୍ଥାପନ କରାଯିବ ବୋଲି କୋରାପୁଟ ବିଏସଏନଏଲ ଜିଏମ ଏସ.ଦୁର୍ଗା ସୂଚନା ଦେଇଛନ୍ତି ।କେନ୍ଦ୍ର ଯୋଗାଯୋଗ ଓ ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଭିଡିଓ କନଭେରେନସ ମାଧ୍ୟମରେ ଲୋକମାନଙ୍କ ସହ ଓଡିଶାର ମୋବାଇଲ ଯୋଗାଯୋଗ ସଂପର୍କରେ ଆଲୋଚନା କରିଥିଲେ ।କୋରାପୁଟ ବିଏସଏନଏଲ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଏସଏନଏଲ ଡିଜିଏମ ସୁଜୟ କୁମାର ମହାପାତ୍ର,ଅର୍ଥ ପରାମର୍ଶଦାତା ପ୍ରେମରାଜ ଭୋଇ, କୋରାପୁଟ ଜିଲ୍ଲା ବିଜେପି ସଭାପତି ସୁମନ୍ତ ପ୍ରଧାନ ,ପୂର୍ବତନ ସଭାପତି ଜୟରାମ ଗରଡା,ବିଜେପି ନେତା ଗୈାତମ ସାମାନ୍ତରାୟ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ବିଜେପି ନେତା ଓ ବିଏସଏନଏଲ ଅଧିକାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.