Home କୋରାପୁଟ କୋରାପୁଟ ସତ୍ତା ସାହିତ୍ୟ ସଂସଦ ପକ୍ଷରୁ ବର୍ଷାନ୍ତ ସାହିତ୍ୟ ଆସର

କୋରାପୁଟ ସତ୍ତା ସାହିତ୍ୟ ସଂସଦ ପକ୍ଷରୁ ବର୍ଷାନ୍ତ ସାହିତ୍ୟ ଆସର

41

କୋରାପୁଟ ୩୧-୧୨(ଓଡିଆ ପୁଅ /ରଂଜନ ଦାସ) ସ୍ଥାନୀୟ ଆଦିବାସୀ ସଂଗ୍ରହାଳୟ ପରିସରରେ ସତ୍ତା ସାହିତ୍ୟ ସଂସଦ ପକ୍ଷରୁ ବର୍ଷାନ୍ତ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ସଂସଦ ସଭାପତି କବି ଜଳଧର ସ୍ବାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ  କାର‌୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ କବି ତଥା ସମାଜସେବୀ କୃଷ୍ଣ ସିଂ, ସମ୍ମାନିତ ଅତିଥିଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଜଗବନ୍ଧୁ ସାମଲଏବଂମୁଖ୍ୟବକ୍ତା ଭାବେ ସାହିତ୍ୟିକ ଓ ଶିକ୍ଷାବିତ ଉମାକାନ୍ତ ଦାସ ଯୋଗଦେଇ ସମାଜ ପ୍ରଗତିରେ ସାହିତ୍ୟର ଭୂମିକା ପ୍ରସଙ୍ଗରେ ଆଲୋଚନା କରିଥିଲେ।ସଂସଦର ସମ୍ପାଦକ ଜୟନ୍ତ କୁମାର ମିଶ୍ର ସଭା ପରିଚାଳନା କରିଥିବା ବେଳେ ବିଶ୍ୱଜିତ ମିଶ୍ର ସ୍ୱାଗତ ସଙ୍ଗୀତ ଗାନ କରିଥିଲେ ।
କାର‌୍ୟ୍ୟକ୍ରମର ଦ୍ୱିତୀୟ ଅଧିବେଶନ “କବିତା ପାଠୋତ୍ସବ” ଡ଼ଃ କମଳାକୃଷ୍ଣ ତ୍ରିପାଠିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଡ଼ଃ ରୁଦ୍ରଣୀ ମହାନ୍ତି ଏବଂ ଡ଼ଃ ଅଶୋକ ମହାନ୍ତି  ସଂଯୋଜନା କରିଥିବା ବେଳେ ୩୩ ଜଣ କବି କବୟିତ୍ରୀ ସେମାନଙ୍କ ସ୍ୱରଚିତ କବିତାମାନ ପାଠ କରିଥିଲେ । କବି ରବି ଶତପଥି, ପ୍ରପର୍ଣ୍ଣି ପାଣିଗ୍ରାହୀ, ଡ଼ଃ ବିଦ୍ୟୁତପ୍ରଭା ରଥ, ରାଜୀବ କୁମାର ନାୟକ, କୁଳମଣି ଦାସ, ଅରୁଣ କୁମାର ସାହୁ, ଶ୍ରୀଧର ପରିଡା, ଅଙ୍କିତା ଅନୁରାଧା ସାହୁ, ଅନିଶା ଅରୁନ୍ଧତୀ ସାହୁ, ଅରବିନ୍ଦ ପାଢ଼ୀ, ଧିରବ୍ରତ ପାତ୍ର, ବିଜୟକୁମାର ପ୍ରଧାନ, ଚନ୍ଦ୍ରମଣି ବାରିକ, କାଁହୁ ଚରଣ ସାବତ, ଅମରନାଥ ଖୁଣ୍ଟିଆ, ଜୟନ୍ତୀ ପାତ୍ର ପ୍ରମୁଖ କାର‌୍ୟ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସୌମେନ୍ଦ୍ର ସ୍ୱାଇଁ, ମନୋରଞ୍ଜନ ରାଉତରାୟ, ତନ୍ମୟ ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.