Home କୋରାପୁଟ କୋଟିଆ ଗ୍ରାମପୁଞ୍ଜରେ ଜିଲ୍ଲାପାଳ,ପ୍ରସ୍ତାବିତ ଓଡିଶା ଆଦର୍ଶ ବିଦ୍ୟାଳୟ ନିମନ୍ତେ ଗୃହ ପରିଦର୍ଶନ

କୋଟିଆ ଗ୍ରାମପୁଞ୍ଜରେ ଜିଲ୍ଲାପାଳ,ପ୍ରସ୍ତାବିତ ଓଡିଶା ଆଦର୍ଶ ବିଦ୍ୟାଳୟ ନିମନ୍ତେ ଗୃହ ପରିଦର୍ଶନ

24

କୋରାପୁଟ ୨୯-୧୨(ଓଡିଆ ପୁଅ/ରଂଜନ ଦାସ)କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ ବାରମ୍ୱାର ଆନ୍ଧ୍ରପ୍ରଦେଶର ଅଧିକାରୀମାନେ ଅନୁପ୍ରବେଶ କରି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ କରୁଥିବା ବେଳେ ଗତକାଲି ମେଗା ଜଳ ବିଦ୍ୟୁତ ପ୍ରକଳ୍ପ ନିମନ୍ତେ ସର୍ଭେ କରିବାକୁ ଆନ୍ଧ୍ର ପ୍ରଦେଶର ଅଧିକାରୀଙ୍କ ସହ ଏକ ବୈଷୟିକ କମିଟି ତଳଗଞ୍ଜେଇପଦର ଗ୍ରାମରେ ଅନୁପ୍ରବେଶକୁ ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ ବିରୋଧ କରିଥିଲେ ଓ ସେମାନେ ସ୍ଥାନ ଛାଡି ପଳାଇଯାଇଥିଲେ।ଆଜି ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର କୋଟିଆ ଗ୍ରାମପୁଞ୍ଜ ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିଥିଲେ ବୋଲି ଜଣାପଡିଛି। ଉପରଗଞ୍ଜେଇପଦରରେ ନିର୍ମାଣ ଚାଲୁଥିବା କମ୍ୟୁନିଟି ହଲ ତଦାରଖ କରିଥିଲେ। କୋଟିଆରେ ଓଡିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏଥି ନିମନ୍ତେ ଗୃହର ଆବଶ୍ୟକତା ରହିଛି।ତଳଗଞ୍ଜେଇପଦରରେ ୫କୋଟି ୮୦ ଲକ୍ଷ ଟଙ୍କା ବିନିମୟରେ ଏକାଡେମିକ ,୫୦୦ ଶଯ୍ୟା ବିଶିଷ୍ଟ ବାଳକ ଓ ବାଳିକା ହଷ୍ଟେଲ ଏବଂ ୪ଗୋଟି ଷ୍ଟାଫ କ୍ୱାଟର ନିର୍ମାଣ ଶେଷ ହୋଇ ଉଦଘାଟିତ ହୋଇଯାଇଥିବା ଗୃହ ପରିଦର୍ଶନ କରିଥିଲେ। କୋଟିଆ ସେବାଶ୍ରମକୁ ଯାଇ ଆବଶ୍ୟକ ପଡୁଥିବା ଶ୍ରେଣୀଗୃହ ଓ ହଷ୍ଟେଲ ନିର୍ମାଣ ପାଇଁ ଉପସ୍ଥିତ ଅଧିକାରୀମାନଙ୍କ ଆଲୋଚନା କରିଥିଲେ। ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ସେ ପୁନଃରୁଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ମାଡକାରରେ ନିର୍ମାଣ ଚାଲୁଥିବା ବ୍ରିଜ କାର୍ଯ୍ୟ ସେ ତଦାରଖ କରିଥିଲେ। ଗାଲିଗାବଦାର ପର୍ଯ୍ୟଟନସ୍ଥଳୀରେ ବ୍ଲକ ଦ୍ବାରା ନିର୍ମାଣ ଚାଲୁଥିବା ଷ୍ଟଲଓ ଗୃହ କାର୍ଯ୍ୟକୁ ସେ ତଦାରଖ କରିଥିଲେ ବୋଲି ଜଣାପଡିଛି।ପଟ୍ଟାଙ୍ଗୀ ବିଡିଓ ସୌମ୍ୟ ସାର୍ଥକ ମିଶ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ସୁନୀଲ ତାଣ୍ଡି,କୋରାପୁଟ ସମନ୍ନତି ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କାରୁ ସୋରେନ, ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟର ଯନ୍ତ୍ରୀ ଭେଙ୍କେଟେଶ୍ୱର ମିଶ୍ର, ପଟ୍ଟାଙ୍ଗୀ ବ୍ଲକର ସହକାରୀ ଯନ୍ତ୍ରୀ ଆର୍ତ୍ତତ୍ରାଣ ପାତ୍ର, ଏପିଓ ସୌମେନ୍ଦ୍ର ନାୟକ, କନିଷ୍ଠ ଯନ୍ତ୍ରୀ ଅଜୟରାମ ତାରାଇ, ପଞ୍ଚାୟତ ନିର୍ବାହୀ ଅଧିକାରୀ ନବ ହନ୍ତାଲ, ପଟ୍ଟାଙ୍ଗୀ ଏବିଇଓ ରଜନୀକାନ୍ତ ବଡନାୟକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.