ଦେବାଦେବୀଙ୍କ ଶରଣରେ ଚିଟ୍ଫଣ୍ଡ ଅଭିଯୁକ୍ତ !

ଭୁବନେଶ୍ୱର ୨୮-୯ (ଓଡିଆ ପୁଅ- ପ୍ରିୟରଞ୍ଜନ ସାହୁ) ଚିଟ୍ଫଣ୍ଡ ଚଡକ ଏବେ ସାରା ରାଜ୍ୟରେ କାୟାବିସ୍ତାର କରି ସାରିଛି। ପ୍ରଭାତ ବିଶ୍ୱାଳଙ୍କ ପରେ ଏବେ କିଏ ଗିରଫ ହେବ ତାହାକୁ ନେଇ କଳ୍ପନାଜଳ୍ପନା। ବିଶେଷକରି ଶାସକ ବିଜେଡିରେ ଏବେ ଅନେକ ନେତା ଏଥିରେ ଛନ୍ଦି ହୋଇ ପଡିଛନ୍ତି। କେତେବେଳେ କେଉଁ ମୁହୂର୍ତ୍ତରେ ସିବିଆଇ ଆସି ଦୁଆରେ ପହଁଚିବ ସେହି ଚିନ୍ତାରେ ଅଛନ୍ତି ଏହି ନେତାମାନେ। ଏଥି ସହିତ ଅନେକ ସରକାରୀ କର୍ମଚାରୀ ମଧ୍ୟ ସିବିଆଇ ସ୍କାନରରେ। ଏମାନଙ୍କ ଦଶହରା ଖୁସି ଏକ ପ୍ରକାରେ ମାଡ ଖାଇ ଯାଇଛି କହିଲେ ଚଳେ।  କୌଣସି ସରକାର କାର୍ଯ୍ୟରେ ନା ରଜେନୈତିକ କାର୍ଯ୍ୟ କେଉଁଥିରେ ମନ ଲାଗୁନି ଏହି ଅଭିଯୁକ୍ତ…

"ଦେବାଦେବୀଙ୍କ ଶରଣରେ ଚିଟ୍ଫଣ୍ଡ ଅଭିଯୁକ୍ତ !"

ଧର୍ମେନ୍ଦ୍ରଙ୍କ ବିରୁଦ୍ଧରେ ଷଡଯନ୍ତ୍ର ରଚୁଛି ବିଜେଡି

ଭୁବନେଶ୍ୱର ୨୮-୯ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କେନ୍ଦ୍ର କ୍ୟାବିନେଟ୍ ରେ ପଦୋନ୍ନତି ପରେ ରାଜ୍ୟରେ ଶାସିତ ବିଜେଡି ସରକାର ଏକ ପ୍ରକାର ଭୟଭୀତ ହୋଇ ଯାଇଛି କହିଲେ ଚଳେ। କଳେବଳେ କୌଶଳେ ତାଙ୍କ ଉତ୍ଥାନକୁ ରୋକିବା ପାଇଁ ବିଜେଡି ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରି ଦେଇଛି। ଧର୍ମେନ୍ଦ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜ୍ୟରେ ବିଜେପିର ଅଗ୍ରଗତି ହେଉଛି ବୋଲି ବିଜେଡି ହୃଦୟଙ୍ଗମ କରି ସାରିଲାଣି। ତା’ ଛଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଧର୍ମେନ୍ଦ୍ରଙ୍କ ପ୍ରତି ଶୁଭ ଦୃଷ୍ଟି ବେଶୀ ବ୍ୟଥିତ କରୁଛି ରାଜ୍ୟ ବିଜେଡି ନେତାମାନଙ୍କୁ। ଆସନ୍ତା ସାଧାରଣ ନିର୍ବାଚନରେ ଯଦି କୌଣସି…

"ଧର୍ମେନ୍ଦ୍ରଙ୍କ ବିରୁଦ୍ଧରେ ଷଡଯନ୍ତ୍ର ରଚୁଛି ବିଜେଡି"

କିଏ ଜିତିବ ବିଜେପୁର ଆସନ ?

ଭୁବନେଶ୍ୱର ୨୩-୯ (ଓଡ଼ିଆ ପୁଅ – ପ୍ରିୟରଂଜନ ସାହୁ) ବିଜେପୁର ନିର୍ବାଚନ ମଣ୍ଡଳୀର ଦିବଂଗତ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ଏହି ଆସନରେ ଉପନିର୍ବାଚନ ଏବେ ଅବଶ୍ୟାମ୍ଭବୀ। କେଉଁ ମୁହୂର୍ତ୍ତରେ ଏଠରେ ଉପନିର୍ବାଚନ ଘୋଷଣା କରିପାରେ ନିର୍ବାଚନ କମିଶନ। ଏହାକୁ ଦୁଷ୍ଟିରେ ରଖି ଓଡିଶାରେ ତିନି ଦଳ ତରଫରୁ କସରତ ଆରମ୍ଭ ହୋଇ ଯାଇଛି। ଆଜି ଏକ ଘଟଣାକ୍ରମରେ ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପରିବାର ଶାସିତ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ବିଜେଡିର ଏହା ଏକ ମାଷ୍ଟରଷ୍ଟ୍ରୋକ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତବ୍ୟକ୍ତ କରିଛନ୍ତି। କିନ୍ତୁ ଏଥିରେ ଦଳ କେତେ ସୁଫଳ ପାଉଛି ତାହା ଦେଖିବା କଥା। ଏଠାରେ ସୂଚନାଯୋଗ୍ୟ ଯେ,…

"କିଏ ଜିତିବ ବିଜେପୁର ଆସନ ?"

ମିଶନ୍ ସିବିଆଇ: ପ୍ରଭାତଙ୍କୁ ମାରାଥନ୍ ଜେରା – ମିଳୁଛି ଅନେକ ରୋଚକ ତଥ୍ୟ

ଭୁବନେଶ୍ୱର ୨୧-୫ (ଓଡ଼ିଆ ପୁଅ- ପ୍ରିୟରଂଜନ ସାହୁ) ମେଗା ଚିଟ୍ଫଣ୍ଡ ସ୍କାମ୍ ରେ ଗିରଫ ହୋଇଥିବା ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ମାରାଥନ୍ ଜେରା କରୁଛି ସିବିଆଇ। ଆଜି ତୃତୀୟ ଦିନରେ ଅନେକ ରୋଚକ ତଥ୍ୟ ସାମନାକୁ ଆସିଛି। ବିଶେଷ କରି ସିବିଆଇ ଅଧିକାରୀମାନେ ସିସୋର ଓ ବିଜେଡି ନେତାଙ୍କ ସଂପର୍କକୁ ନେଇ ପ୍ରଭାତଙ୍କୁ  ଜେରା କରୁଛି। ପୂର୍ବରୁ ତଦନ୍ତ ସମୟରେ ସିବିଆଇ ସିସୋର କଂପାନୀର ପଲିଟିକାଲ୍ ଲିଙ୍କ୍ କୁ ନେଇ ବହୁ ତଥ୍ୟ ହାସଲ କରି ସାରିଛି। ଏବେ ସେ ସବୁର ଚୁଡାନ୍ତ ରୂପରେଖ ଦେବା ପାଇଁ ସିବିଆଇ ପ୍ରସ୍ତୁତ। ପ୍ରଭାତ ବିଶ୍ୱାଳଙ୍କୁ ଜେରା ସମୟରେ ଏହି ସିସୋର କଂପାନୀକୁ କେଉଁ ମନ୍ତ୍ରୀ, ବିଧାୟକମାନେ ସାହାଯ୍ୟ…

"ମିଶନ୍ ସିବିଆଇ: ପ୍ରଭାତଙ୍କୁ ମାରାଥନ୍ ଜେରା – ମିଳୁଛି ଅନେକ ରୋଚକ ତଥ୍ୟ"

ଭୁଲ କରୁଛି ବିଜୁ ଜନତା ଦଳ ?

ଭୁବନେଶ୍ୱର ୨୦-୯ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ମେଗା ଚିଟ୍ଫଣ୍ଡ କେଶର ତ୍ୱରାନ୍ୱିତ କରି ସିବିଆଇ ଗତକାଲି ବିଜେଡି ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କୁ ଗିରଫ କରିଛି। ତାଙ୍କୁ ୫ ଦିନିଆ ରିମାଣ୍ଡରେ ଆଣି ଜେରା କରୁଛି। ତାଙ୍କୁ ଗିରଫ କରିବା ପରେ ବିଜେଡି ତରଫରୁ ତୀବ୍ର ପ୍ରତିକ୍ରୀୟା ପ୍ରକାଶ କରାଯାଇଛି। ଦଳ ଏହା ବିରୋଧରେ ରାଜନୈତିକ ଲଢେଇ କରିବ ବୋଲି ଘୋଷଣା କରିଛି। ଏ ପରୀପ୍ରେକ୍ଷୀରେ ଆଜି ବିଜୁ ଛାତ୍ର ଜନତା ତରଫରୁ ଭୁବନେଶ୍ୱରସ୍ଥିତ ସିବିଆଇ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଏହା ବ୍ୟତୀତ ଗତକାଲି ବିଳମ୍ବିତ ରାତିରେ ସିବିଆଇର ଗୋଟିଏ ଟିମ୍ ହାଇକୋର୍ଟର ଜଣେ ବିଚାରପତିଙ୍କ ଘରେ ପ୍ରବେଶ କରିଥିଲା। ଏହାକୁ ନେଇ ଆଜି…

"ଭୁଲ କରୁଛି ବିଜୁ ଜନତା ଦଳ ?"

ରାଜରାସ୍ତାରେ ଲଢେଇ କରିବ ବିଜେଡି

ଭୁବନେଶ୍ୱର ୧୯-୯ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ। ଆଜି ତାଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟରେ ହାଜର କରାଯାଇଥିଲା। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କ ଜାମିନ ଆବେଦନ କରାଯାଇଥିଲା। ଜାମିନ ପ୍ରତ୍ୟାଖାନ ହେବା ପରେ ମାନ୍ୟବର କୋର୍ଟ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି। ଏବେ ବିଜେଡି କଣ ଆଭିମୁଖ୍ୟ ଗ୍ରହଣ କରିବ ତାହା ସମସ୍ତଙ୍କ ମନରେ ଉତ୍କଣ୍ଠା। ଅପରାହ୍ନରେ ନବୀନ ନିବାସରେ ବିଜେଡିର କିଛି ନେତାଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରୁ ଆଶା କରାଯାଉଥିଲା ବୋଧହୁଏ ପ୍ରଭାତ ବିଶ୍ୱାଳଙ୍କୁ ଦଳ ନିଳମ୍ବନ କରିପାରେ।…

"ରାଜରାସ୍ତାରେ ଲଢେଇ କରିବ ବିଜେଡି"

ପୂଜା ପୂର୍ବରୁ ଆଉ ତିନି ଯିବେ ସିବିଆଇ ହାଜତକୁ !

ଭୁବନେଶ୍ୱର ୧୯-୯ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ମେଗା ଚିଟ୍ଫଣ୍ଡ କେଶ୍ର ତଦନ୍ତ କରୁଥିବା ସିବିଆଇ ପୁଣି ଚଳଚଞ୍ଚଳ ହୋଇ ଉଠିଛି। ଚୌଦ୍ୱାର ବିଧାୟକ ପ୍ରଭାତ ତ୍ରୀପାଠୀଙ୍କୁ ଗିରଫ କରିଛି ସିବିଆଇ। ତାଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଛି। ଏହି ୫ ଦିନ ଭିତରେ ସିବିଆଇ ତାଙ୍କ ଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବ ବୋଲି ସିବିଆଇ ସୂତ୍ରରୁ ଜଣା ପଡିଛି। ଅନ୍ୟ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣା ପଡିଛି ଯେ, ସିବିଆଇ ୪ ଜଣ ବିଜେଡି ହେଭିୱେଟ୍ଙ୍କୁ ଗିରଫ କରିବା ପାଇଁ ଏହାର ମୁଖ୍ୟାଳୟ ଦିଲ୍ଲୀକୁ ଅନୁମତି ମାଗିଥିଲା। ମୁଖ୍ୟାଳୟରୁ ଅନୁମତି ଆସିଛି। ତେଣୁ ପ୍ରଭାତ ବିଶ୍ୱାଳଙ୍କ ବ୍ୟତୀତ ଆଉ ତିନି ଜଣ…

"ପୂଜା ପୂର୍ବରୁ ଆଉ ତିନି ଯିବେ ସିବିଆଇ ହାଜତକୁ !"

ଆରମ୍ଭ ହେଲା ସିବିଆଇ ତାଣ୍ଡବ

ଭୁବନେଶ୍ୱର ୧୯-୯ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ଓଡିଶାରେ ଚିଟଫଣ୍ଡ କେସ ତଦନ୍ତ କରୁଥିବା ସିବିଆଇ ଦୀର୍ଘ ତିନି ବର୍ଷ ପରେ ପୁଣି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଗତ କାଲି ବିଜେଡି ନେତା ତଥା ଚୌଦ୍ୱାର ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କୁ ଗିରଫ କରିଛି ସିବିଆଇ। ସିସୋର ଘଟଣାରେ ତାଙ୍କୁ ଗିରଫ କରାଯାଇଛି ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣା ପଡିଛି। ସିସୋର ଚିଟ୍ଫଣ୍ଡ କଂପାନୀ ଠାରୁ ଏକ ଜମି କିଣିଥିଲେ ପ୍ରଭାତ ଓ ତାଙ୍କ ପତ୍ନୀ ଲଷ୍ମୀବିଳାସିନୀ ବିଶ୍ୱାଳ। ଏ ବାବଦକୁ ସମସ୍ତ ପ୍ରାପ୍ୟ ସେ ସିସୋର କଂପାନୀକୁ ଦେଇ ନଥିଲେ। ସିସୋର କଂପାନୀ ମୁଖ୍ୟ ପ୍ରଭାତ ଦାଶ ସିବିଆଇ ଦ୍ୱାରା ଗିରଫ ହେବା ପରେ…

"ଆରମ୍ଭ ହେଲା ସିବିଆଇ ତାଣ୍ଡବ"

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକର୍ମୀଙ୍କ ଭିତରେ ଫାଟ

ଭୁବନେଶ୍ୱର ୧୬-୯ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ଏହି ମାସ ୬ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦା ଗସ୍ତ କରିଥିଲେ। ସେଠାରେ ନୂତନ କରି ପ୍ରତିଷ୍ଠା କରାଯାଇଥିବା ସରକାରୀ ମେଡିକାଲ କଲେଜର ଉଦ୍ଘାଟନ କରିବା ପାଇଁ। ଏହାର ପୂର୍ବଦିନ ଅର୍ଥାତ୍ ୫ ତାରିଖ ଠାରୁ ତାଙ୍କର ସମସ୍ତ ବ୍ୟକ୍ତିଗତ ସୁରକ୍ଷାକର୍ମୀ ବାରିପଦାରେ ପହଁଚିଥିଲେ। ସେମାନେ ସେଠାରେ ଏକ ସରକାରୀ ଗେଷ୍ଟ ହାଉସରେ ଅବସ୍ଥାନ କରୁଥିଲେ। ରାତିରେ ସେମାନଙ୍କୁ ଜଣେ ସ୍ଥାନୀୟ ବିଜେଡିର ଦଳୀୟ ନେତା ଖାଦ୍ୟପେୟରେ ଆପାୟିତ କରୁଥିଲେ। ମଦ ମାଂସର ବ୍ୟବସ୍ଥା ମଧ୍ୟ ହୋଇଥିଲା। ମଦ ପିଇଲା ପରେ ସୁରକ୍ଷାକର୍ମୀଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ଏହା ଉଗ୍ରରୂପ ଧାରଣ କରିଥିଲା।…

"ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକର୍ମୀଙ୍କ ଭିତରେ ଫାଟ"

ବମିଖାଲ ଓଭର ବ୍ରିଜ୍ ର ଘଟଣାକୁ ଚପାଇ ଦେବା ପାଇଁ କସରତ ଆରମ୍ଭ

ଭୁବନେଶ୍ୱର ୧୨-୯ (ଓଡିଆ ପୁଅ/ପ୍ରିୟରଂଜନ ସାହୁ) ବମିଖାଲ ଓଭରବ୍ରିଜ୍ ଭୁଷୁଡିବା ଘଟଣାର ୪୮ ଘଣ୍ଟା ପୂରଣ ହେବାକୁ ବସିଲାଣି। ଗତକାଲି ସଂସ୍ଥାର ମାଲିକ ପ୍ରତାପ ପଣ୍ଡା ଓରଫ ଲୁଲୁ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ପୂର୍ତ୍ତ ବିଭାଗର ଜଣେ ଯନ୍ତ୍ରୀଙ୍କୁ ମଧ୍ୟ ପୋଲିସ ଗିରଫ କରି ସାରିଲାଣି। ଘଟଣାର ଅନୁସନ୍ଧାନ ଜାରି ରହିଛି। ପଣ୍ଡା ଇନ୍ଫ୍ରାର ଅନ୍ୟ ନିର୍ଦ୍ଦେଶକମାନେ ଏ ପର୍ଯ୍ୟନ୍ତ ଗିରଫ ହୋଇ ନାହାଁନ୍ତି। ଗିରଫ ହେବେ କି ନାହିଁ ତାହା ମଧ୍ୟ ସନ୍ଦେହ ଘେରରେ। ଘଟଣା ଧିରେ ଧିରେ ଥଣ୍ଡା ପଡିବାକୁ ବସିଲାଣି। ବିରୋଧି ବିଜେପି ଗତକାଲି ଏକ ସାମ୍ବାଦିକ ସମ୍ମିଳନୀ କରି ଶାସକ ଦଳର ବିଧାୟକ ଅରୁଣ ସାହୁଙ୍କ ପଣ୍ଡା ଇନ୍ଫ୍ରା…

"ବମିଖାଲ ଓଭର ବ୍ରିଜ୍ ର ଘଟଣାକୁ ଚପାଇ ଦେବା ପାଇଁ କସରତ ଆରମ୍ଭ"