ଚାଷୀଙ୍କ ପାଇଁ ନୁହେଁ ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ମହାନଦୀକୁ ବିଜେଡି ପ୍ରସଙ୍ଗ କରୁଛି : ବିଜେପି

“ଟ୍ରିବ୍ୟୁନାଲ ହିଁ ସବୁ ସମସ୍ୟାର ସମାଧାନ” ବିଜେଡିର ଯୁକ୍ତିକୁ ଅଗ୍ରାହ୍ୟ – କେନ୍ଦ୍ର ସରକାର ବା କୌଣସି ଟ୍ରିବ୍ୟୁନାଲ ଗୋଟିଏ ବି ବନ୍ଧ ନିର୍ମାଣ ବନ୍ଦ କରିବାକୁ ନିର୍ଦେଶ ଦେଇଥିବାର ଉଦାହରଣ ବିଜେଡି ଦେବ କି ? – ରାବୀ, ବ୍ୟାସ ଓ କାବେରୀ ମାମଲାରେ ଟ୍ରିବ୍ୟୁନାଲ ୨୭ରୁ ୩୦ ବର୍ଷ ପରେ ବି କରି ପାରି ନାହିଁ ନିଷ୍ପତି – ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଜଳବିବାଦ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଏକକ ଟ୍ରିବ୍ୟୁନାଲ ଆଇନ ସ୍ୱାଗତଯୋଗ୍ୟ – ଓଡିଶାର ହୀରାକୁଦ ଓ ସମଲ ବ୍ୟାରେଜର ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ପାଣି କେତେ ମାତ୍ରାରେ ଶିଳ୍ପ ସଂସ୍ଥାକୁ ଟେକି ଦିଆ…

"ଚାଷୀଙ୍କ ପାଇଁ ନୁହେଁ ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ମହାନଦୀକୁ ବିଜେଡି ପ୍ରସଙ୍ଗ କରୁଛି : ବିଜେପି"

ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ୩.୫ ବର୍ଷ କାରାଦଣ୍ଡ ଏବଂ ୫ ଲକ୍ଷ ଜରିମାନା

ରାଞ୍ଚି ୬-୧ (ଓଡ଼ିଆ ପୁଅ) ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ୩.୫ ବର୍ଷ କାରାଦଣ୍ଡ ଏବଂ ୫ ଲକ୍ଷ ଜରିମାନା କରାଯାଇଛି। ଲାଲୁଙ୍କ ସହ ସମସ୍ତ ଅଭିଯୁକ୍ତଙ୍କ ଗୋଖାଦ୍ୟ ଦୁର୍ନୀତିର ଶୁଣାଣି ଶେଷ ହେବା ପରେ ଆଜି ଅପରାହ୍ନ ୪ଟାରେ ଭିଡ଼ିଓ କନ୍ଫେରେସିଂ ମାଧ୍ୟମରେ ଦଣ୍ଡ ଶୁଣାଣି ହୋବ ବୋଲି ସମୟ ଧାର୍ଯ୍ୟ ହୋଇଥିଲା।  ଦୋଷୀ ସାବ୍ୟସ୍ତ ଲାଲୁ ପ୍ରସାଦ ଯାଦବଙ୍କ ସହିତ ୫ଜଣ ଅଭିଯୁକ୍ତଙ୍କର ବିଭିନ୍ନ ବିନ୍ଦୁ ଉପରେ ସିବିଆଇର ବିଶେଷ କୋର୍ଟରେ ଗତକାଲି ଶୁଣାଣି ଶେଷ ହୋଇଥିଲା। ଆଜି ଅପରାହ୍ନ ପ୍ରଥମେ ୨ଟା ସମୟରେ ଏବଂ ପରେ ବଦଳାଯାଇ ଅପରାହ୍ନ ୪ଟା ସମୟରେ ଭିଡ଼ିଓ କନ୍ଫେରେସିଂ ମାଧ୍ୟମରେ ଦଣ୍ଡ ଶୁଣାଣି ହୋଇଛି। ସ୍ୱତନ୍ତ୍ର…

"ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ୩.୫ ବର୍ଷ କାରାଦଣ୍ଡ ଏବଂ ୫ ଲକ୍ଷ ଜରିମାନା"

ମୁଖ୍ୟମନ୍ତ୍ରୀ ଅନ୍ୟ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଜଣାନ୍ତୁ : ବିଜେପି

– ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ: ⦁    ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କେବଳ ଓଡିଶାର ପ୍ରସଂଗ ନୁହେଁ ⦁    ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭ୍ରାନ୍ତି କର ମନ୍ତବ୍ୟ ଦେଇ କେବଳ ରାଜନୀତି କରୁଛନ୍ତି ଭୁବନେଶ୍ୱର, ତା ୦୫/୦୧ (ଓଡ଼ିଆ ପୁଅ) : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କେବଳ ଓଡିଶାର ପ୍ରସଂଗ ନୁହେଁ। ଓଡିଶା ବ୍ୟତୀତ ଅନେକ ରାଜ୍ୟ ମଧ୍ୟ ଧାନ ଉତ୍ପାଦନ କରୁଛନ୍ତି। ଚାଷୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ଅନ୍ୟ ପ୍ରମୁଖ ଧାନ ଉତ୍ପାଦନକାରୀ ରାଜ୍ୟମାନଙ୍କ ସହ ଆଲୋଚନା କରି ଓଡିଶା ସରକାର କେନ୍ଦ୍ର ସରକାରକୁ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ପ୍ରସ୍ତାବ ଦେବା ଉଚିତ୍। ଏଭଳି ପ୍ରସ୍ତାବ…

"ମୁଖ୍ୟମନ୍ତ୍ରୀ ଅନ୍ୟ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଜଣାନ୍ତୁ : ବିଜେପି"

ପୋଲାଭରମ ନଦୀବନ୍ଧ ପ୍ରକଳ୍ପ ପ୍ରସଙ୍ଗରେ ବିଜେଡି ଦୋମୁହାଁ ନୀତି ଅବଲମ୍ବନ କରୁଛି: ବିଜେପି

– ଓଡିଶାର କୌଣସି କ୍ଷତି ହେବ ନାହିଁ – ଗୋଟିଏ ବି ଆଦିବାସୀ ପରିବାର ବାସଚ୍ୟୁତ ହେବେ ନାହିଁ – ଗତକାଲି ସଂସଦରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ବକ୍ତବ୍ୟର ସଠିକ ତର୍ଜମା କରୁ ବିଜେଡି – ସୁରକ୍ଷିତ ନଦୀବନ୍ଧ ନିର୍ମାଣ ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ କରନ୍ତୁ ରାଜ୍ୟ ସରକାର ଭୁବନେଶ୍ୱର, ତା.୦୫/୦୧ (ଓଡ଼ିଆ ପୁଅ) : ପୋଲାଭରମ ନଦୀବନ୍ଧ ପ୍ରକଳ୍ପ ଦ୍ୱାରା ଓଡିଶାର କୌଣସି କ୍ଷତି ହେବ ନାହିଁ। ଏପରିକି ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟର ଗୋଟିଏ ବି ଆଦିବାସୀ ପରିବାର ପ୍ରଭାବିତ ହେବେ ନାହିଁ ବୋଲି କେନ୍ଦ୍ର ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଗତ କାଲି ସଂସଦରେ ନିର୍ଭର ଓ ଦୃଢ…

"ପୋଲାଭରମ ନଦୀବନ୍ଧ ପ୍ରକଳ୍ପ ପ୍ରସଙ୍ଗରେ ବିଜେଡି ଦୋମୁହାଁ ନୀତି ଅବଲମ୍ବନ କରୁଛି: ବିଜେପି"

ରାଜ୍ୟ ସରକାର ପଛୁଆ ବର୍ଗଙ୍କୁ ଉଦାସୀନତା ପ୍ରଦର୍ଶନ କରିବା ସହ ଅଣଦେଖା କରୁଛନ୍ତି : ବିଜେପି

– ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତିଙ୍କ ଓଡିଶା ଆଗମନ ଓ ପଛୁଆ ବର୍ଗଙ୍କ ବହୁବିଧ ସମସ୍ୟା ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ଭୁବନେଶ୍ୱର, ତା.୦୫/୦୧ (ଓଡ଼ିଆ ପୁଅ): ରାଜ୍ୟର ପଛୁଆ ବର୍ଗଙ୍କ ବହୁବିଧ ଅସୁବିଧାକୁ ରାଜ୍ୟ ସରକାର ଜାଣି ଶୁଣି ଅଣଦେଖା କରୁଛନ୍ତି। ରାଜ୍ୟରେ ଓବିସି କମିଶନରଙ୍କ ନିଯୁକ୍ତି, ପଛୁଆବର୍ଗଙ୍କ ପାଇଁ ଶିକ୍ଷା ପ୍ରଦାନ, ବୃତି ଗତ ସ୍ତରରେ ସହାୟତା ପ୍ରଦାନ, କୃଷି କ୍ଷେତ୍ରରେ କରାଯାଉଥିବା ସରକାରୀ ଅବହେଳା ପ୍ରସଙ୍ଗରେ ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ତରଫରୁ ବାରମ୍ବାର ଦାବି କରାଯିବା ସତ୍ୱେ ରାଜ୍ୟ ସରକାର ଏ ସମସ୍ତ ସମସ୍ୟାର ସମାଧାନ ନିମନ୍ତେ ଧ୍ୟାନ ଦେଉନାହାନ୍ତି। ରାଜ୍ୟ ସରକାରଙ୍କ ପଛୁଆ ବର୍ଗଙ୍କ ପ୍ରତି ଉଦାସୀନତାକୁ ରାଜ୍ୟ ବିଜେପି…

"ରାଜ୍ୟ ସରକାର ପଛୁଆ ବର୍ଗଙ୍କୁ ଉଦାସୀନତା ପ୍ରଦର୍ଶନ କରିବା ସହ ଅଣଦେଖା କରୁଛନ୍ତି : ବିଜେପି"

ମହାନଦୀ ଜଳ ବିବାଦକୁ ନେଇ ଆପୋଷ ବୁଝାମଣା ପ୍ରସଂଗ: ମହାନଦୀର କ୍ଷତି ପାଇଁ ସଂପୂର୍ଣ୍ଣ ରୂପେ ରାଜ୍ୟ ସରକାର ହିଁ ଦାୟୀ : ବିଜେପି

– ୧୦ ବର୍ଷ ପୂର୍ବରୁ ଛତିଶଗଡ ଡ୍ୟାମ ନିର୍ମାଣ କରିବା ସମୟରେ ମୁଖ୍ୟମନ୍ତ୍ରୀ ଚୁପ ବସିଥିଲେ କାହିଁକି ? – ରାଜ୍ୟ ସରକାର ମହାନଦୀ ଜଳ ବିବାଦ ପ୍ରସଂଗରେ କେନ୍ଦ୍ରକୁ ଦାୟୀ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ – ବିଧାନସଭା ଗୃହରେ ଗୋଟିଏ କଥା ଏବଂ ସଂସଦରେ ଅନ୍ୟ ଏକ କଥା କହି ଶାସକ ବିଜେଡି ଦୋ ମୁହାଁ ନୀତି ଅବଲମ୍ବନ କରୁଛି ଭୁବନେଶ୍ୱର, ତା.୦୫/୦୧ (ଓଡ଼ିଆ ପୁଅ): ଆଜି ବି ମହାନଦୀରେ ଯାହା କ୍ଷତି ହୋଇଛି ସେଥିପାଇଁ ସଂପୂର୍ଣ୍ଣ ରୂପେ ରାଜ୍ୟ ସରକାର ହିଁ ଦାୟୀ। ଦୀର୍ଘ ୧୦ ବର୍ଷ ପୂର୍ବରୁ ଛତିଶଗଡ ଡ୍ୟାମ ନିର୍ମାଣ କରିବା ସମୟରେ ରାଜ୍ୟ ସରକାର କାହିଁକି ଚୁପ ବସିଥିଲେ…

"ମହାନଦୀ ଜଳ ବିବାଦକୁ ନେଇ ଆପୋଷ ବୁଝାମଣା ପ୍ରସଂଗ: ମହାନଦୀର କ୍ଷତି ପାଇଁ ସଂପୂର୍ଣ୍ଣ ରୂପେ ରାଜ୍ୟ ସରକାର ହିଁ ଦାୟୀ : ବିଜେପି"

ସିସୋର ଚିଟ୍ଫଣ୍ଡର ମୁଖ୍ୟ ପ୍ରଶାନ୍ତ ଦାସ ଜାମିନରେ ଜେଲରୁ ବାହାରିବା ପ୍ରସଙ୍ଗରେ: କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ଉଚିତ୍ ନ୍ୟାୟ ମିଳୁ : ବିଜେପି

– ସିସୋର ଚିଟ୍ଫଣ୍ଡ ଲିଙ୍କରେ ଶାସକ ବିଜେଡିର ବହୁ ଛାମୁଆ ନେତା ଓ ବିଧାୟକମାଙ୍କର ସଂପୃକ୍ତି ରହିଛି – ପ୍ରଶାନ୍ତ ଦାସ ଏବେ ଜାମିନରେ ମୁକୁଳିଥିଲେ ମଧ୍ୟ ସେ ଦୋଷମୁକ୍ତ ନୁହଁନ୍ତି ଭୁବନେଶ୍ୱର,  ତା ୦୫/୦୧ (ଓଡ଼ିଆ ପୁଅ): ସାଧାରଣ ଜମାକାରୀ ଏପର୍ଯ୍ୟନ୍ତ ତାଙ୍କ ଜମା ଟଙ୍କା ନପାଇ ନ୍ୟାୟିକ ପ୍ରକ୍ରିୟା ଉପରେ ଭରଷା ରଖିଛନ୍ତି। ରାଜ୍ୟ ବିଜେପି ମଧ୍ୟ ଭାରତୀୟ ଆଇନ ବ୍ୟବସ୍ଥା ଉପରେ ସଂପୂର୍ଣ୍ଣଭାବେ ବିଶ୍ୱାସ ରଖିଛି। କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ଉଚିତ୍ ନ୍ୟାୟ ଏବଂ ଖୁବ୍ ଶୀଘ୍ର ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ। ମାତ୍ର ରାଜ୍ୟ ସରକାର ନ୍ୟାୟାଳୟରେ ସଠିକ ତଥ୍ୟ ପ୍ରଦାନ ନକରିବା କାରଣରୁ ଜଣଙ୍କ ପରେ ଜଣେ ଚିଟ୍ଫଣ୍ଡ…

"ସିସୋର ଚିଟ୍ଫଣ୍ଡର ମୁଖ୍ୟ ପ୍ରଶାନ୍ତ ଦାସ ଜାମିନରେ ଜେଲରୁ ବାହାରିବା ପ୍ରସଙ୍ଗରେ: କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ଉଚିତ୍ ନ୍ୟାୟ ମିଳୁ : ବିଜେପି"

ଲାଲୁଙ୍କ ସହ ୫ ଅଭିଯୁକ୍ତଙ୍କ ଗୋଖାଦ୍ୟ ଦୁର୍ନୀତିର ଶୁଣାଣି ଶେଷ: ଆସନ୍ତା କାଲି ୨ଟାରେ ଭିଡ଼ିଓ କନ୍ଫେରେସିଂ ମାଧ୍ୟମରେ ଦଣ୍ଡ ଶୁଣାଣି

ରାଞ୍ଚି ୫-୧ (ଓଡ଼ିଆ ପୁଅ) ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ଲାଲୁ ପ୍ରସାଦ ଯାଦବଙ୍କ ସହିତ ୫ଜଣ ଅଭିଯୁକ୍ତଙ୍କର ବିଭିନ୍ନ ବିନ୍ଦୁ ଉପରେ ସିବିଆଇର ବିଶେଷ କୋର୍ଟରେ ଶୁଣାଣି ଶେଷ ହୋଇଛି। ଆସନ୍ତା କାଲି ଅପରାହ୍ନ ୨ଟା ସମୟରେ ଭିଡ଼ିଓ କନ୍ଫେରେସିଂ ମାଧ୍ୟମରେ ଦଣ୍ଡ ଶୁଣାଣି ହେବ ବୋଲି ଲାଲୁଙ୍କ ଓକିଲ ଚିତ୍ତରଂଜନ ସିହ୍ନା ଗଣମାଧ୍ୟମକୁ କହିଛନ୍ତି। ସୂଚନାଯୋଗ୍ୟଯେ, ଗୋଖାଦ୍ୟ ଦୁର୍ନୀତିରେ ଲାଲୁ ପ୍ରସାଦ ଯାଦବଙ୍କ ସହିତ ୧୬ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦେବଘର କୋଷାଗାରରୁ ଅବୈଧ ଉଠାଣ ସମ୍ବନ୍ଧିତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। କୋର୍ଟ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦଙ୍କ ସହିତ ଅନ୍ୟ ଅଭିଯୁକ୍ତମାନଙ୍କୁ ୨୩ ଡିସେମ୍ୱର, ୨୦୧୭ରେ ଦୋଷୀ…

"ଲାଲୁଙ୍କ ସହ ୫ ଅଭିଯୁକ୍ତଙ୍କ ଗୋଖାଦ୍ୟ ଦୁର୍ନୀତିର ଶୁଣାଣି ଶେଷ: ଆସନ୍ତା କାଲି ୨ଟାରେ ଭିଡ଼ିଓ କନ୍ଫେରେସିଂ ମାଧ୍ୟମରେ ଦଣ୍ଡ ଶୁଣାଣି"

ପାର୍ଲାମେଣ୍ଟରେ ମହାନଦୀ ପ୍ରସଙ୍ଗ: ଓଡ଼ିଶା ପାଇଁ ଗଡ଼କରୀଙ୍କ ଉତ୍ତର ଏକ ବିଡ଼ମ୍ବନା : ସମାଜବାଦୀ ପାର୍ଟି

ଭୁବନେଶ୍ୱର, ତା ୪ା୧ (ଓଡ଼ିଆ ପୁଅ) : ଆଜି ସଂସଦରେ ଓଡ଼ିଶାର  ସାଂସଦମାନଙ୍କ ଦ୍ୱାରା ମହାନଦୀ ଟ୍ରିବୁନାଲ୍ ଗଠନ ନେଇ କେନ୍ଦ୍ର ଜଳସମ୍ପଦ ଓ ଗଙ୍ଗା କଲ୍ୟାଣ ମନ୍ତ୍ରୀ ନୀତିନ୍ ଗଡ଼କରୀ ଯେଉଁ ଉତ୍ତର ଦେଇଛନ୍ତି ତାହା ଓଡ଼ିଶାବାସୀଙ୍କୁ ନିରାଶ କରିବା ସହିତ ପୁଣିଥରେ ମହାନଦୀକୁ ନେଇ ଯେଉଁ ନ୍ୟାୟ ମିଳିବା କଥା ତାହା ବିଳମ୍ବିତ ହେବାକୁ ଯାଉଛି ବୋଲି ସମାଜବାଦୀ ପାର୍ଟି ଅଭିଯୋଗ କରିଛି। ପାର୍ଟିର ରାଜ୍ୟସଭାପତି ରବି ବେହେରା ଏହି ପ୍ରସଙ୍ଗରେ ଏକ ପତ୍ର ଲେଖି କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଗଡ଼କରୀଙ୍କ ପାଖରେ ଦାବି କରିଛନ୍ତି ଯେ, ପ୍ରକୃତରେ ଯଦି କେନ୍ଦ୍ର ସରକାର ମହାନଦୀ ସମସ୍ୟାର ତୁରନ୍ତ ସମାଧାନ ଚାହାନ୍ତି ଏବଂ ଓଡ଼ିଶାବାସୀଙ୍କର ସ୍ୱାର୍ଥର…

"ପାର୍ଲାମେଣ୍ଟରେ ମହାନଦୀ ପ୍ରସଙ୍ଗ: ଓଡ଼ିଶା ପାଇଁ ଗଡ଼କରୀଙ୍କ ଉତ୍ତର ଏକ ବିଡ଼ମ୍ବନା : ସମାଜବାଦୀ ପାର୍ଟି"

‘ଅନ୍ଧବିଶ୍ୱାସୀ’ ମତଦାତାଙ୍କ ଭୋଟକୁ ହାତେଇବା ପାଇଁ ‘ନେତା’ ହେଉଛନ୍ତି ‘ନୀତ’ ଓ ‘ପ୍ରାର୍ଥନା ସର୍ବସ୍ୱ’- ଏଫ୍.ପି.ଆଇ.

ଭୁବନେଶ୍ୱର ୦୪/୦୧(ଓଡ଼ିଆ ପୁଅ): ଦୁଃଖ ଓ ଲଜ୍ଜ୍ୟାର ବିଷୟ ଏହି ଯେ ଭାରତର ମତଦାତାଙ୍କୁ ଠିକଣା ଭାବରେ ଶିକ୍ଷିତ କରିବା ଏବଂ ସେମାନଙ୍କ ହୃଦୟରେ ସମତା, ବାକ୍ ସ୍ୱାଧୀନତା, ବୈଜ୍ଞାନିକ ଦୃଷ୍ଟିଭଂଗୀ ଓ ବ୍ୟକ୍ତିମର୍ଯ୍ୟାଦା ପ୍ରତି ମମତା ସୃଷ୍ଟି କରିବା ଲକ୍ଷ୍ୟରେ ଭାରତର କୌଣସି ରାଜନେତା କର୍ମ ତତ୍ପରତା ଦେଖାଉ ନାହାନ୍ତି। ଫି୍ରଥଟ୍ ପାର୍ଟି ଅଫ୍ ଇଣ୍ଡିଆ (ଏଫ୍.ପି.ଆଇ) ମତରେ ଭାରତର ଅନ୍ଧବିଶ୍ୱାସୀ ମତଦାତାଙ୍କ ଭୋଟକୁ ହାତେଇବା ପାଇଁ ପ୍ରତ୍ୟେକ ରାଜନେତା ବସ୍ତୁତଃ ଅନ୍ଧବିଶ୍ୱାସକୁ ସମ୍ମାନ ଜଣାଇ ନିଜର ନେତୃତ୍ୱକୁ ତଦ୍ଦ୍ୱାରା ବଳିପକାଇ ମତଦାତାଙ୍କ ପାଖରେ ନଇଁ ଯାଉଛନ୍ତି ଓ ‘ପ୍ରାର୍ଥନାସର୍ବସ୍ୱ’ ହେଉଛନ୍ତି। ଗତ ଡ଼ିସେମ୍ବର ମାସରେ ଗୁଜରାଟର ମତଦାତାଙ୍କ ନିକଟବର୍ତ୍ତୀ ହେବା ପାଇଁ କଂଗ୍ରେସ…

"‘ଅନ୍ଧବିଶ୍ୱାସୀ’ ମତଦାତାଙ୍କ ଭୋଟକୁ ହାତେଇବା ପାଇଁ ‘ନେତା’ ହେଉଛନ୍ତି ‘ନୀତ’ ଓ ‘ପ୍ରାର୍ଥନା ସର୍ବସ୍ୱ’- ଏଫ୍.ପି.ଆଇ."