Home Top News କେତେ ଜଣଙ୍କୁ ଗିରଫ କରାଯାଇଛି? ଫାଇଲ ,ଷ୍ଟାଟସ୍‌ ରିପୋର୍ଟ ମାଗିଲେ ସୁପ୍ରିମ୍‌ କୋର୍ଟ : ଲକ୍ଷ୍ମୀପୁର...

କେତେ ଜଣଙ୍କୁ ଗିରଫ କରାଯାଇଛି? ଫାଇଲ ,ଷ୍ଟାଟସ୍‌ ରିପୋର୍ଟ ମାଗିଲେ ସୁପ୍ରିମ୍‌ କୋର୍ଟ : ଲକ୍ଷ୍ମୀପୁର ହିଂସା ଉପରେ ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

69

ନୂଆ ଦିଲ୍ଲୀ ୭ -୧୦ (ଓଡ଼ିଆ ପୁଅ) ଅକ୍ଟୋବର ୩ ରେ ଲକ୍ଷ୍ମୀପୁର ଖେରୀରେ ହୋଇଥିବା ହିଂସା ବିଷୟରେ ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି, ଏପର୍ଯ୍ୟନ୍ତ କେତେ ଲୋକଙ୍କୁ ଗିରଫ କରାଯାଇଛି। ଗୁରୁବାର ଦିନ ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ ଏପର୍ଯ୍ୟନ୍ତ କେତେ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ଏବଂ ଏପର୍ଯ୍ୟନ୍ତ କେତେ ଜଣଙ୍କୁ ଗିରଫ କରାଯାଇଛି। ଏହି ପରିପ୍ରେକ୍ଷୀରେ ୟୁପି ସରକାରଙ୍କୁ ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ ପଚାରିଥିଲେ ଯେ ଏହି ମାମଲାରେ ଏଫଆଇଆର ଦାଖଲ କରିଥିବା ଲୋକଙ୍କୁ ଗିରଫ କରାଯାଇଛି କି? ଏହା ସହିତ ଏହି ଘଟଣା ପାଇଁ କିଏ ଦାୟୀ ବୋଲି କୋର୍ଟ ମଧ୍ୟ ପ୍ରଶ୍ନ କରିଛନ୍ତି।

ଏହା ଉପରେ ୟୁପି ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଏହି ଘଟଣାର ତଦନ୍ତ ପାଇଁ ଏକ ଏସଆଇଟି ଗଠନ କରାଯାଇଛି। ଏହା ବ୍ୟତୀତ ଏକ ସଦସ୍ୟ ବିଶିଷ୍ଟ କମିଶନ ମଧ୍ୟ ଗଠନ କରାଯାଇଛି ଯାହାକୁ ଦୁଇ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.