Home କେନ୍ଦୁଝର କିଶୋର ତରାଇ ପାଟଣା ଓ କେଉଁଝର ସଦର ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ

କିଶୋର ତରାଇ ପାଟଣା ଓ କେଉଁଝର ସଦର ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ

46

କେନ୍ଦ୍ରାପଡ଼ା ୪ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ କେନ୍ଦ୍ରାପଡାର ପୂର୍ବତନ ବିଧାୟକ ତଥା ଲୋକପ୍ରିୟ ନେତା କିଶୋର ଚନ୍ଦ୍ର ତରାଇଙ୍କୁ କେଉଁଝର ଜିଲ୍ଲାର ପାଟଣା ଓ କେଉଁଝର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ବିଜେଡି ପକ୍ଷରୁ ଦଳୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳର ସଂଗଠନକୁ ଶକ୍ତିଶାଳୀ ଓ ମଜଭୁତ କରିବା ପାଇଁ ଦଳ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଦଳୀୟ ଅସନ୍ତୋଷକୁ ସମାଧାନ କରି ଆସନ୍ତା ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଅଧିକ ଶକ୍ତିଶାଳୀ କରିବା ଲକ୍ଷରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ନିଯୁକ୍ତିକୁ ନେଇ କେନ୍ଦ୍ରାପଡାରେ ବିଜେଡିର ପ୍ରମୁଖ କର୍ମକର୍ତ୍ତା ଓ କର୍ମୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.