Home Top News ନିୟମ ଉଲଙ୍ଘନ କଲା ବିଧାୟକ ବ୍ୟୋମକେଶ ରାୟଙ୍କ କାର – ୨୦୦୦ ଟଙ୍କାର ଫାଇନ୍‌ କଲା...

ନିୟମ ଉଲଙ୍ଘନ କଲା ବିଧାୟକ ବ୍ୟୋମକେଶ ରାୟଙ୍କ କାର – ୨୦୦୦ ଟଙ୍କାର ଫାଇନ୍‌ କଲା ପୁରୀ ପୋଲିସ୍‌

64

ପୁରୀ ୭ -୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିର ସମୁଖ ରାସ୍ତାରେ ବିଧାୟକଙ୍କ କାର ନିୟମ ଉଲଙ୍ଘନ କରି ପ୍ରବେଶ କରିବା ଘଟଣାକୁ ନେଇ ପୁରୀ ପୋଲିସ ଚାଲାଣ କାଟିଛି। ଭଦ୍ରକର ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ କାରକୁ ପୁରୀ ପୋଲିସ ୨ ହଜାର ଟଙ୍କା ଫାଇନ କରିଛି। ଯାହାକି ବେଶ ଚର୍ଚ୍ଚାର ବିଷୟ ହୋଇ ଥିବା ବେଳେ ପୁରୀ ଏସପି କେ ବିଶାଳ ସିଂ ଙ୍କ ପଦକ୍ଷେପ କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଗତ କିଛି ଦିନ ତଳେ ଶ୍ରୀମନ୍ଦିର ଚାରିପାଖରେ ଭିଡ଼ କୁ ଦୃଷ୍ଟି ରେ ରଖାଯାଇ ନୋ ପାର୍କିଂ ଯୋନ କରାଯାଇ ଥିଲା। ସେହିପରି ଶ୍ରୀମନ୍ଦିର ସମୁଖ ରେ କୌଣସି କାର ଯାତାୟାତ ନେଇ କଟକଣା ଜାରି କରାଯାଇ ଥିଲା। ଏହାକୁ ଉଲଘଂନ କଲେ ପୁରୀ ପୋଲିସ ପକ୍ଷରୁ ପ୍ରତିଦିନ ପାଟ୍ରୋଲିଂ କରାଯାଇ ଫାଇନ କଟାଯାଉଛି। ତେବେ ଆଜି ବିଧାୟକଙ୍କ ଗାଡି କିଭଳି ଶ୍ରୀମନ୍ଦିର ସମ୍ମୁଖରେ ପ୍ରବେଶ କଲା ସେ ନେଇ କିଛି ସ୍ବେଚ୍ଛାସେବୀ ସୋସିଆଲ ମିଡିଆରେ ଭିଡିଓ ଛାଡ଼ି କାର୍ଯ୍ୟନୁଷ୍ଠାନ ଦାବି କରିଥିଲେ। ପରେ ପୁରୀ ଏସ୍ପି ଙ୍କ ନିର୍ଦେଶ କ୍ରମେ ଚାନ୍ଦବାଲି ବିଧାୟକଙ୍କ ଗାଡି କୁ ୨ ହଜାର ଟଙ୍କା ଜରିମାନା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.