Home Top News ପିଏମ ସ୍ୱାମୀତ୍ୱ ଯୋଜନା ଦେଶର ଗରିବଙ୍କୁ ସମ୍ପନ୍ନ ଓ ସ୍ୱାବଲମ୍ବୀ କରୁଛି-ଧର୍ମେନ୍ଦ୍ର ପ୍ରଧାନ

ପିଏମ ସ୍ୱାମୀତ୍ୱ ଯୋଜନା ଦେଶର ଗରିବଙ୍କୁ ସମ୍ପନ୍ନ ଓ ସ୍ୱାବଲମ୍ବୀ କରୁଛି-ଧର୍ମେନ୍ଦ୍ର ପ୍ରଧାନ

101
The Prime Minister, Shri Narendra Modi interacting with the beneficiaries of SVAMITVA scheme in Madhya Pradesh, through video conferencing, in New Delhi on October 06, 2021.

ସ୍ୱାମୀତ୍ୱ ଯୋଜନାରେ ଏମପିରେ ଇ-ପ୍ରୋପର୍ଟି କାର୍ଡ୍ ବିତରଣ କଲେ ପ୍ରଧାନମନ୍ତ୍ରୀ

– ଇ-ପ୍ରୋପର୍ଟି କାର୍ଡ୍ ବିତରଣ ସମାରୋହରେ ଭିସି ଯୋଗେ ଉପସ୍ଥିତ ଥିଲେ କେନ୍ଦ୍ରମନ୍ତ୍ରୀ
– ପିଏମ ସ୍ୱାମୀତ୍ୱ ଯୋଜନା ବୃହତ ବର୍ଗଙ୍କ ସାମାଜିକ ଓ ଆର୍ôଥକ ସୁରକ୍ଷା ସୁନିଶ୍ଚିତ କରୁଛି
– ୨୦ ବର୍ଷ ଧରି ଜନସେବାରେ ସମର୍ପିତ ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ପ୍ରାଥମିକତାରେ ଗରିବ କଲ୍ୟାଣ
– ଚଳିତବର୍ଷ ଫେବୃୟାରୀ ୫ରେ ଓଡ଼ିଶା ସରକାର ଏବଂ ସର୍ଭେ ଅଫ୍ ଇଣ୍ଡିଆ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି

ନୂଆଦିଲ୍ଲୀ/ଭୁବନେଶ୍ୱର, ଅକ୍ଟୋବର ୦୬ (ଓଡ଼ିଆ ପୁଅ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପିଏମ ସ୍ୱାମୀତ୍ୱ ଯୋଜନା ଅନ୍ତର୍ଗତ ମଧ୍ୟପ୍ରଦେଶର ୧.୭ ଲକ୍ଷରୁ ଅଧିକ ଲାଭାର୍ଥୀଙ୍କୁ ଇ-ପ୍ରୋପର୍ଟି କାର୍ଡ୍ ବିତରଣ କରିଥିବା ବେଳେ ସ୍ୱାମୀତ୍ୱ ଯୋଜନା ଦେଶର ଗରିବଙ୍କୁ ସମ୍ପନ୍ନ ଓ ସ୍ୱାବଲମ୍ବୀ କରୁଅଛି ବୋଲି ଏହି କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କାର୍ଯ୍ୟକ୍ରମରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ି ହେବା ସହ ମର୍ମସ୍ପର୍ଶୀ ଆଲୋଚନାରେ ସାମିଲ ହୋଇଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ ପିଏମ ସ୍ୱାମୀତ୍ୱ ଯୋଜନା ଅନ୍ତର୍ଗତ ଇପ୍ରୋପର୍ଟି କାର୍ଡ ପାଇଥିବା ୩ ହଜାର ଗାଁର ଲକ୍ଷାଧିକ ପରିବାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ ଇ-ପ୍ରୋପର୍ଟି କାର୍ଡ୍ ମଧ୍ୟପ୍ରଦେଶର ଗ୍ରାମୀଣ ଏବଂ କ୍ଷୁଦ୍ର ଚାଷୀଙ୍କ ଶକ୍ତି ହେବ। ମୋଦି ସରକାର ଦେଶର ଗରିବଙ୍କୁ ସଶକ୍ତ ଏବଂ ଆତ୍ମନିର୍ଭର କରିବା ସହ ସେମାନଙ୍କୁ ନୂଆ ଜ୍ଞାନକୌଶଳ ସହ ଯୋଡ଼ି ସମ୍ପନ୍ନ ଏବଂ ସ୍ୱାବଲମ୍ବୀ କରିବା ଦିଗରେ ଅନେକ ପ୍ରୟାସ କରୁଛନ୍ତି। ସ୍ୱାମୀତ୍ୱ ଯୋଜନା ଭଳି ଅନେକ ଜନକଲ୍ୟାଣକାରୀ ଯୋଜନା ଆଜି ଦେଶରେ ଏକ ବୃହତ ବର୍ଗଙ୍କ ସାମାଜିକ ଓ ଆର୍ôଥକ ସୁରକ୍ଷା ସୁନିଶ୍ଚିତ କରୁଛି। ଗାଁ ଏବଂ ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ରହିଛି ଏବଂ ବିଗତ ୨୦ ବର୍ଷରେ ଗରିବ କଲ୍ୟାଣ ହିଁ ମୋଦିଜୀଙ୍କ ପ୍ରାଥମିକତାରେ ରହିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନସେବାର୨୦ ବର୍ଷ ପୂର୍ତିର ଅନ୍ତିମ ଦିନରେ ଗରିବଙ୍କ କଲ୍ୟାଣ ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହେବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ ଯୋଗେ ମତବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ, ୨୦୨୧ରୁ ୨୦୨୫ ମଧ୍ୟରେ ଏହି ଯୋଜନା ଅନ୍ତର୍ଗତ ଦେଶରେ ଥିବା ୬.୬୨ ଲକ୍ଷ ଗାଁକୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି। ବର୍ତମାନ ସୁଦ୍ଧା ଏହି ଯୋଜନା ମହାରାଷ୍ଟ୍ର, କର୍ଣ୍ଣାଟକ, ହରିୟାଣା, ଉତରପ୍ରଦେଶ, ମଧ୍ୟପ୍ରଦେଶ, ପଞ୍ଜାବ, ରାଜସ୍ଥାନ, ଗୁଜୁରାଟ୍‌, ଗୋଆ, ଆନ୍ଧ୍ରପ୍ରଦେଶ ଏବଂ ଆଣ୍ଡାମାନ ନିକୋବରରେ ଏହି ଯୋଜନା ଆରମ୍ଭ କରାଯାଇଛି। ଓଡ଼ିଶା ସରକାର ଏବଂ ସର୍ଭେ ଅଫ୍ ଇଣ୍ଡିଆ ମଧ୍ୟରେ ଫେବୃୟାରୀ ୫, ୨୦୨୧ରେ ଏମଓୟୁ ସ୍ୱାକ୍ଷରିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.