ଶ୍ରୀମନ୍ଦିରରେ ଗୁପ୍ତ ଗୁଣ୍ଡିଚା ଆରମ୍ଭ

ପୁରୀ,୨୧/୯(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଗୁରୁବାର ଠାରୁ ଆରମ୍ଭ ହୋଇଛି ଗୁପ୍ତ ଗୁଣ୍ଡିଚା ଯାତ୍ରା। ଦୁର୍ଗାମାଧବ ଆଶ୍ୱିନ କୃଷ୍ଣ ଅଷ୍ଟମୀ ଠାରୁ ୮ଦିନ ପର୍ଯ୍ୟନ୍ତ ବିମଳା ଦେବୀଙ୍କ ମନ୍ଦିରକୁ ବିଜେ କରିଥିବା ବେଳେ ନବଦିନ ଠାରୁ ରଥାରୂଢ଼ ହୋଇ ଶୁକ୍ଲ ଦାମୀ ପର୍ଯ୍ୟନ୍ତ ଦୋଳମଣ୍ଡପ ସାହି ସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରିଥାନ୍ତି। ଗୁରୁବାର ସକାଳଧୂପ ପରେ ଦୁର୍ଗାମାଧବ ରଥାକୃତି ବିମାନରେ ନାରାୟଣୀ ମନ୍ଦିରକୁ ବିଜେ କରିଥିଲେ। ସେଠାରେ ଠାକୁରଙ୍କୁ କର୍ପୂର ଜଳଲାଗି, ଭୋଗ ଓ ବନ୍ଦାପନା କରାଯାଇଥିଲା। ଶ୍ରୀଜିଉଙ୍କର ରାତ୍ର ଚନ୍ଦନ ଲାଗି ବଢ଼ିବା ପରେ ଦୁର୍ଗାମାଧବ ପାଲିଙ୍କିରେ ଶ୍ରୀମନ୍ଦିରକୁ ବିଜେ କରିଥିଲେ। ସୂଚନାଯୋଗ୍ୟ ଯେ ଏହି ଉପାସନାରେ ଦେବୀ ଦୁର୍ଗାମାଧବଙ୍କର ଶକ୍ତି ଭାବରେ ଉପାସିତ…

"ଶ୍ରୀମନ୍ଦିରରେ ଗୁପ୍ତ ଗୁଣ୍ଡିଚା ଆରମ୍ଭ"

ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ

ସମ୍ବଲପୁର,୧୯/୯ (ଓଡ଼ିଆ ପୁଅ/ବ୍ୟୋମେକେଶ ପଣ୍ଡା)- ଜଗତ୍ ଜନନୀ ମା’ ସମଲେଇ ଆଜି ଭକ୍ତଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି। ମା ମହାକାଳୀ, ମା ମହାଲକ୍ଷ୍ମୀ ଓ ମା ସରସ୍ୱତୀଙ୍କ ମିଶ୍ରଣରେ ମା ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଧବଳମୁଖୀ ବେଶ ଦର୍ଶନ କଲେ ଗଙ୍ଗାଦର୍ଶନର ପୁଣ୍ୟ ମିଳେ ବୋଲି ବିଶ୍ୱାସ ଅଛି। ଏହି ଧବଳମୁଖୀ ବେଶ ଅଢ଼େଇ ଦିନ ପର୍ଯ୍ୟନ୍ତ ରହିବ। ଦୈତ୍ୟ ଓ ଅସୁରତ୍ୱ ବିନାଶିନୀ ଉଗ୍ରରୁପି ମା ସମଲେଇ ଏହି ଅଢ଼େଇ ଦିନ ଶାନ୍ତ ରୂପରେ ଭକ୍ତଙ୍କୁ ଦର୍ଶନ ଦେଉଥିବାରୁ ଭକ୍ତମାନେ ଦୂରଦୂରାନ୍ତରୁ ଦର୍ଶନ ପାଇଁ ଆସୁଥିବାର ଦେଖାଯାଇଛି। ଶକ୍ତି ପୁରାଣ ଓ ଭାରତୀୟ ଶାକ୍ତ ପରମ୍ପରାରେ ଦେବୀଙ୍କ ନବଦୁର୍ଗା ରୂପ ବିଷୟରେ ବର୍ଣ୍ଣନା…

"ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ"

ଶ୍ରୀ ଜଗନ୍ନାଥ ମନ୍ଦିରରେ ଅତୀତର ନୀତି ସେବା – ଶ୍ରୀ ଗୋପୀନାଥଦେବ ମହାରାଜାଙ୍କ ଅ୫ଙ୍କ ଠାରୁ ପରଂପରା ବିକାସ ବ୍ରହ୍ମଚାରୀଙ୍କ ବୋଲେ ପ୍ରମାଣେ ହୋଇଲା-

– ଦେବପ୍ରସାଦ ମିଶ୍ର ଖୋର୍ଦ୍ଧା ରାଜା ଶ୍ରୀ ଗୋପୀନାଥ ଦେବ ମହାରାଜା ଖ୍ରୀ୧୭୧୯ଠାରୁ ୧୭୨୭ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ। ଏହାଙ୍କ ୫ ଅଙ୍କ ଅର୍ଥାତ ଖ୍ରୀ ୧୭୨୩ ଠାରୁ ମୁକୁନ୍ଦ ଦେବ ମହାରାଜା (ଖ୍ରୀ୧୭୯୫-୧୮୧୭)ଙ୍କ ରାଜତ୍ୱ ପର୍ଯ୍ୟନ୍ତ ଚଳି ଆସୁଥିବା ଦୈନିକ ନିତିର ବିବରଣ ଏଥିରେ ପ୍ରଦତ୍ତ ହୋଇଛି। ଖ୍ରୀ ୧୮୦୩ରେ ଇଂରେଜମାନେ ଓଡିଶା ଦଖଲ କରିବା ପରେ ବିଭିନ୍ନ ସମୟରେ ଶ୍ରୀଜଗନ୍ନାଥ ମନ୍ଦିରର ରୀତିନୀତି, ସମ୍ପତ୍ତି ପ୍ରଭୃତିର ବିବରଣ ସରକାରୀ ଭାବରେ ସଂଗ୍ରହ କରୁଥିଲେ। ଏ ବିବରଣୀଟି ଏଥି ମଧ୍ୟରୁ ଗୋଟିଏ। ଶ୍ରୀ ଗୋପୀନାଥ ଦେବ ମହାରାଜାଙ୍କ ଅ୫ଙ୍କଠାରୁ ପରଂପରା ବିକାଶ ବ୍ରହ୍ମଚାରୀଙ୍କ ବୋଲେ ପ୍ରମାଣେ ହୋଇଲା। ଖୋର୍ଦ୍ଧା ବା ପୁରୀର ରାଜା ମୁକୁନ୍ଦ…

"ଶ୍ରୀ ଜଗନ୍ନାଥ ମନ୍ଦିରରେ ଅତୀତର ନୀତି ସେବା – ଶ୍ରୀ ଗୋପୀନାଥଦେବ ମହାରାଜାଙ୍କ ଅ୫ଙ୍କ ଠାରୁ ପରଂପରା ବିକାସ ବ୍ରହ୍ମଚାରୀଙ୍କ ବୋଲେ ପ୍ରମାଣେ ହୋଇଲା-"

ମହାରାଜ ଶ୍ରୀ ଅଗ୍ରସେନ, ଏକ ଅନନ୍ୟ ବ୍ୟକ୍ତିତ୍ୱ

ଆଶ୍ୱିନ ଶୁକ୍ଳ ପ୍ରତିପଦା (୨୧/୦୯/୨୦୧୭) ଜୟନ୍ତୀ ମହୋତ୍ସବ ଉପଲକ୍ଷେ ସମ୍ପତ୍ କୁମାର ଅଗ୍ରୱାଲ ଉତ୍ ଥାନ ଓ ପତନ ସଂସାରର ଶାଶ୍ୱତ ନିୟମ ଅଟେ। ଏହି ନିୟମ ପ୍ରକାରେ ପାଂଚ ହଜାର ବର୍ଷ ପୂରାତନ ଅଗ୍ରୋଦକ ରାଜ୍ୟ ଏବଂ ମହାରାଜ ଶ୍ରୀଅଗ୍ରସେନ କାଳର କରାଳ ଗତିରେ ସମାହିତ ହୋଇ ପରମାତ୍ମାଙ୍କ ଠାରେ ସବୁଦିନ ପାଇଁ ବିଲିନ ହୋଇଗଲେ। ମହାରାଜ ଶ୍ରୀଅଗ୍ରସେନଙ୍କ ମହତ କାର୍ଯ୍ୟ ଏବଂ ସିଦ୍ଧାନ୍ତ ହଜାର ହଜାର ବର୍ଷ ପରେ ମଧ୍ୟ ତାଙ୍କୁ ସ୍ମରଣ କରାଉଅଛି। ଏହି ମହାନ ଅଲୌକିକ ମହାପୁରୁଷ ନିଜର ଆଦର୍ଶ, ବିରତ୍ୱ ଏବଂ ଶାସନ ପ୍ରଣାଳୀ ପାଇଁ ଆଜିର ପିଢ଼ି ଏବଂ ଆଗାମୀ ପିଢ଼ିକୁ ମଧ୍ୟ ପ୍ରେରଣା ଯୋଗାଉଥିବ। ମହାରାଜ…

"ମହାରାଜ ଶ୍ରୀ ଅଗ୍ରସେନ, ଏକ ଅନନ୍ୟ ବ୍ୟକ୍ତିତ୍ୱ"

ନରେନ୍ଦ୍ର ମୋଦି : ସଂକଳ୍ପ ରୁ ସିଦ୍ଧି

ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଳିକ ‘ସଂକଳ୍ପ ରୁ ସିଦ୍ଧି’ ସଫଳତାର ଏକ ମନ୍ତ୍ର। ନରେନ୍ଦ୍ର ମୋଦିଙ୍କ ଜୀବନହିଁ ଏହି ଦୁର୍ବାର ମନ୍ତ୍ରର ଏକ ଉଦ୍ଧାତ୍ତ ଉଚ୍ଚାରଣ। କୈଶୋର କାଳରୁ ସ୍ୱାମୀ ବିବେକାନନ୍ଦଙ୍କୁ ନିଜର ଆଧ୍ୟାତ୍ମିକ ଗୁରୁଭାବେ ଗ୍ରହଣ କରିଥିବା ଶ୍ରୀ ନରେନ୍ଦ୍ର ୧୯୬୭ ରେ ମାତ୍ର ୧୭ ବର୍ଷ ବୟସରେ ବୈବାହିକ ଜୀବନରୁ ସନ୍ୟାସ ନେଇ ଗୃହତ୍ୟାଗ କରଥିଲେ। ପ୍ରଥମେ ସେ କଲିକତା ଯାଇ ବିବେକାନନ୍ଦଙ୍କ ପ୍ରତିଷ୍ଠିତ ରାମକୃଷ୍ଣ ମଠରେ ପହଂଚିଥିଲେ କିନ୍ତୁ ଗୁରୁ ସ୍ୱାମୀ ଆମ୍ସ୍ଥାନନ୍ଦ ମହାରାଜ ତାଙ୍କୁ ପରାମର୍ଶ ଦେଇ କହିଥିଲେ, ‘ସଂପୂର୍ଣ୍ଣ ସନ୍ୟାସ ତାଙ୍କ ଭାଗ୍ୟ ଲିପି ନୁହେଁ। ସମ୍ଭବତଃ ତାଙ୍କ ଦ୍ୱାରା କୌଣସି ମହତ କାର୍ଯ୍ୟ କରିବା ଇଶ୍ୱରଙ୍କ ଇଚ୍ଛା’ା ତେଣୁ…

"ନରେନ୍ଦ୍ର ମୋଦି : ସଂକଳ୍ପ ରୁ ସିଦ୍ଧି"

ବିମଳାଙ୍କ ପୀଠରେ ଆଜିଠାରୁ ଆରମ୍ଭ ହେଲା ଷୋଳପୂଜା

ପୁରୀ,୧୩/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶ୍ରୀକ୍ଷେତ୍ରର ଅଧିସ୍ଥାତ୍ରି ମା’ ବିମଳାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଢ଼ଶ ଦିନାତ୍ମକ ପୂଜା। ଏଥିସହ ଶ୍ରୀମନ୍ଦିର ଭିତର ବେଢ଼ା ପରିସରର ମା’ ଭୁବନେଶ୍ୱରୀ, ମା’ ବାଟମଙ୍ଗଳା ଓ ମା’ ଉତ୍ତରାୟଣୀ ପୀଠରେ ମଧ୍ୟ ପୂଜା ଆରମ୍ଭ ହୋଇଛି। ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ଶକ୍ତି ପୀଠ ଯଥା ଦକ୍ଷିଣକାଳୀ, ଶ୍ୟାମାକାଳୀ, ବାସେଳୀ ସାହିସ୍ଥ ମା’ ମଙ୍ଗଳାଙ୍କ ପୀଠରେ ମଧ୍ୟ ଷୋଳପୂଜା ଆରମ୍ଭ ହୋଇଛି। ଷୋଳପୂଜା ସମୟରେ ଶ୍ରୀମନ୍ଦିର ପରିସରରେ ଥିବା ମା’ ବିମଳାଙ୍କ ମନ୍ଦିରକୁ ମହିଳାମାନଙ୍କୁ ବାରଣ କରାଯାଇଛି। ଏହି ପୂଜା ସମୟରେ ମହିଳାମାନେ ବାହାରେ ଛିଡା ହୋଇ ମା’ଙ୍କ ଦର୍ଶନ କରିବେ।

"ବିମଳାଙ୍କ ପୀଠରେ ଆଜିଠାରୁ ଆରମ୍ଭ ହେଲା ଷୋଳପୂଜା"

ଶ୍ରୀନଅରରେ ବ୍ରାହ୍ମଣ ବରଣ : ଆରମ୍ଭ ହେଲା ଷୋଳ ପୂଜା

ପୁରୀ,୧୩/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ବୁଧବାର ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ଷୋଳ ପଜା। ଚଳଚଞ୍ଚଳ ହୋଇ ପଡିଛି ଦେବୀପୀଠ। ବିଭିନ୍ନ ଦେବୀ ପୀଠରେ ଚଣ୍ଡୀ ଉପାସନା ବ୍ରାହ୍ମଣମାନଙ୍କ ଦ୍ୱାରା କରାଯାଉଛି ଚଣ୍ଡୀପାଠ। ଷୋଳ ପୂଜା ପାଇଁ ଶ୍ରୋତ୍ରିୟ ବ୍ରାହ୍ମଣମାନଙ୍କୁ ବରଣ କରିଛନ୍ତି ଗଜପତି। ଏଥିପାଇଁ ବୁଧବାର ପୂର୍ବାହ୍ନରେ ଶ୍ରୀନଅରରେ ସ୍ୱତନ୍ତ୍ର ରୀତିନୀତି କରାଯାଇଥିଲା। ଷୋଳପୂଜା ପାଇଁ ୨୧ଜଣ ବ୍ରାହ୍ମଣଙ୍କୁ ଗଜପତିଙ୍କ ଦ୍ୱାରା ବରଣ କରାଯାଇଥିଲା। ଗଜପତିଙ୍କ ଶ୍ରୀ ହସ୍ତ ଛୁଆଁ ଗୁଆ ଓ ଶ୍ରୀଫଳ ରାଜଗୁରୁ ବ୍ରାହ୍ମଣମାନଙ୍କୁ ପ୍ରଦାନ କରିଥିଲେ। ଶ୍ରୀନଅର ପରିସରରେ ଦେବୀ ପ୍ରସଙ୍ଗ ରାଜଗୁରୁ ଗଜପତିଙ୍କ ଶ୍ରୀହସ୍ତ ଛୁଆଁ ନଡିଆ ଗୁଆ ସହିତ ବସ୍ତ୍ର ବ୍ରାହ୍ମଣମାନଙ୍କୁ ପ୍ରଦାନ କରିଥିଲେ। ବରଣ ହୋଇଥିବା…

"ଶ୍ରୀନଅରରେ ବ୍ରାହ୍ମଣ ବରଣ : ଆରମ୍ଭ ହେଲା ଷୋଳ ପୂଜା"

କଥକର ପାଦଛନ୍ଦ ସାଙ୍ଗକୁ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତରେ ଦର୍ଶକ ମନ୍ତ୍ରମୁଗ୍ଧ

ଭୁବନେଶ୍ୱର ୮/୯ (ଓଡ଼ିଆ ପୁଅ) ସୃଜନ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଓ.ଏମ୍.ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଆଜି ଥିଲା ଚତୁର୍ଥ ସଂଧ୍ୟା। ଆଜି ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପ୍ରଖ୍ୟାତ କଥକ ନୃତ୍ୟଶିଳ୍ପୀ ସଂଯୁକ୍ତା ସିହ୍ନାଙ୍କ କଥକ ନୃତ୍ୟରୁ। ତାଙ୍କର ପ୍ରଥମ ପ୍ରସ୍ତୁତି ଥିଲା ରାଗ ବନ୍ଦିଶରେ ତିନ୍ ତାଲ। ପରେ ଅତି ଚମତ୍କାର ପାଦଭେଦ ଓ ଲୟକାରୀରେ ପରିବେଷଣ କରିଥିଲେ ଥାଟ୍‌। ତାଙ୍କର ଶେଷ ପ୍ରସ୍ତୁତି ଥିଲା ଅଭିନୟ ଆଜ ଜାନେକି ଯିଦ୍ ନା କରୋ। ପାଦଛନ୍ଦ ସହ ଘୁଙ୍ଗୁରର ନିକ୍ୱଣକୁ ନିଜର ଗାୟନ ଓ ତବଲା ବାଦନରେ ଅତି ଚମତ୍କାର ଭାବେ ପରିବେଷଣ କରି ସେ ସମସ୍ତଙ୍କୁ ଚକିତ…

"କଥକର ପାଦଛନ୍ଦ ସାଙ୍ଗକୁ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତରେ ଦର୍ଶକ ମନ୍ତ୍ରମୁଗ୍ଧ"

କାନ୍ଥରେ ଲେଖା ହେଲା ପ୍ରାଚୀନ ଐକ୍ୟ କାହାଣୀର ଚିତ୍ର

ପୁରୀ,୭/୯(ଓଡ଼ିଆ ପୁଅ/ବିଜୟ ପଟ୍ଟନୟକ): କେନ୍ଦ୍ର ସରକାରଙ୍କ ଆଇକନ ସିଟି ତାଲିକାର ସ୍ଥାନ ପାଇଛି ଆଧ୍ୟାତ୍ମିକ ସହର ଶ୍ରୀକ୍ଷେତ୍ର। ଏଠାରେ ରହିଛି ବହୁ ପୂରାତନ ମଠ ଓ ମନ୍ଦିର। ପ୍ରତ୍ୟେକ ଦିନ ଦେଶ ବିଦେଶରୁ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି। ଶ୍ରୀକ୍ଷେତ୍ରର ବିଭିନ୍ନ ସ୍ଥାନ ବୁଲିବା ସମୟରେ ଏମାନଙ୍କ ମନରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ ରଖିବା ପାଇଁ ବିଭିନ୍ନ ଯୋଜନାର ପରିକଳ୍ପନା କରାଯାଇଛି। ସେଥିମଧ୍ୟରୁ ସହରର ସୌନ୍ଦର୍ଯ୍ୟକରଣୀ ହେଉଛି ଅନ୍ୟତମ। ପ୍ରାଥମିକ ପର୍ଯ୍ୟାୟରେ ଭିଆଇପି ରୋଡର ଦୁଇପାର୍ଶ୍ୱ ପାଚେରୀ କାନ୍ଥରେ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହୋଇଛି। ପରବର୍ତ୍ତୀ ସମୟରେ ସହରର ବିଭିନ୍ନ ରାସ୍ତା ଓ ପାର୍ଶ୍ୱ ପାଚେରୀରେ ଏହିଭଳି ଚିତ୍ର ଅଙ୍କାଯିବ। ବଡଦାଣ୍ଡ…

"କାନ୍ଥରେ ଲେଖା ହେଲା ପ୍ରାଚୀନ ଐକ୍ୟ କାହାଣୀର ଚିତ୍ର"

ପାଇକ ବିଦ୍ରୋହ – ଆଦିବାସୀ ସଂପ୍ରଦାୟ

– ଦେବପ୍ରସାଦ ମିଶ୍ର ଆମ ରାଜ୍ୟ ଓଡିଶା ଗୋଟିଏ ଆଦିବାସୀ ଜନବହୁଳ ପ୍ରଦେଶ, ଏମାନେ ଆଧୁନିକ ସଭ୍ୟତାଠାରୁ ବହୁ ଦୂରରେ ଘୋର ଜଙ୍ଗଲ ମଧ୍ୟରେ ବାସ କରନ୍ତି। ପ୍ରତି ମୂହୁର୍ତ୍ତରେ ଏମାନେ ପ୍ରକୃତି ସହ ସଂଗ୍ରାମ କରିଥାନ୍ତି। ଓଡିଶା ପ୍ରଦେଶର ଆଦିବାସୀମାନେ ହେଲେ କୋହ୍ଲ, କନ୍ଧ, ସାନ୍ତାଳ, ମୁଣ୍ଡା, ଶବର, ଭୁୟାଁ, ଜୁଆଙ୍ଗ, କୋୟା, ଖରିଆ, ରାଓ, ହରିଜନ ଆଦି ବହୁ ପ୍ରକାରର ସଂଜ୍ଞା ଅଛି, ଏମାନେ ପ୍ରଧାନତଃ ଆମ ରାଜ୍ୟର କେନ୍ଦୁଝର, କଳାହାଣ୍ଡି, କୋରାପୁଟ, ମୟୁରଭଞ୍ଜ, ସୁନ୍ଦରଗଡ, ଢେଙ୍କାନାଳ ଓ ବିଭିନ୍ନ ଗଡଜାତ ଅଞ୍ଚଳର ମାଳ ଅଞ୍ଚଳରେ ଦେଖାଯାନ୍ତି, ସେମାନେ ମୁଖ୍ୟତଃ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ ଜନବସତିଠାରୁ ଦୁରରେ ରହୁଥିବାରୁ ଅଗମ୍ୟ ଘଞ୍ଚ…

"ପାଇକ ବିଦ୍ରୋହ – ଆଦିବାସୀ ସଂପ୍ରଦାୟ"