Home Ganesh Puja କେବେ ନମାଜ୍ ବି ପଢ଼ିନିଅ: Shame on you – ଶ୍ରୀ ଗଣେଶଙ୍କ ପୂଜା କରି...

କେବେ ନମାଜ୍ ବି ପଢ଼ିନିଅ: Shame on you – ଶ୍ରୀ ଗଣେଶଙ୍କ ପୂଜା କରି ଟାର୍ଗେଟ୍ ହେଲେ ସାରା ଅଲ୍ଲୀ ଖାନ୍

98

ମୁମ୍ବାଇ: ଗଣେଶ ପୂଜା ମହାରାଷ୍ଟ୍ରରେ ସବୁଠାରୁ ବଡ଼ ପର୍ବ। ଖୁବ୍ ଧୁମଧାମରେ ମହାରାଷ୍ଟ୍ରରେ ପାଳନ ହୁଏ ଗଣେଶ ପୂଜା। ଗଣେଶ ପୂଜା ଅବସରରେ “ଗଣପତି ବାପ୍ପା ମୋରିଆ” ଧ୍ୱନୀରେ ପ୍ରକମ୍ପିତ ହୋଇଥାଏ ପୂରା ମହାରାଷ୍ଟ୍ର। ବଲିଉଡରେ ମଧ୍ୟ ଧୁମଧାମରେ ପାଳନ ହୁଏ ଗଣେଶ ପୂଜା। ସଲମାନ ଖାନ୍, ତାଙ୍କ ଭଉଣୀ ଅର୍ପିତା ଖାନଙ୍କ ଠାରୁ ଆରମ୍ଭ କରି ଶିଳ୍ପା ସେଟ୍ଟୀ, ଶାହାରୁଖ ଖାନଙ୍କ ସମେତ ଅନେକ ସେଲିବ୍ରେଟି ଘରେ ଘରେ ପାଳନ କରିଛନ୍ତି ଗଣେଶ ପୂଜା। ତେବେ, ଗଣେଶ ଚତୁର୍ଥୀ ଅବସରରେ ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା କରି ଟାର୍ଗେଟ୍ ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍। ସୈଫ ଅଲ୍ଲୀ ଖାନ୍ ଏବଂ ଅମୃତା ସିଂଙ୍କ ଝିଅ ସାରା ନିଜ ଘରେ ଗଣେଶ ପୂଜା ପାଳନ କରି ସୋସିଆଲ୍ ମିଡିଆରେ ଆକ୍ରୋଶର ଶିକାର ହୋଇଛନ୍ତି। ମା’ ଅମୃତାଙ୍କ ସହ ମିଶି ଗଣେଶ ପୂଜା ପାଳନ କରି ସେହି ଫଟୋ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ୍ କରିବା ପରେ ଟାର୍ଗେଟ୍ ହୋଇଛନ୍ତି ସାରା। ମୁସଲମାନ୍ ହୋଇଥିବାରୁ ଗଣେଶ ପୂଜା ପାଳନ କରି ସାରା ଲଜ୍ଜିତ ଅନୁଭବ କରିବା କଥା, କେବେ ନମାଜ୍ ବି ପଢ଼ିନିଅ, ଟଙ୍କା ପାଇଁ ସାରା ନିଜ ଧର୍ମକୁ ବିକି ଦେଇଛନ୍ତି, ସେମ୍ ଅନ୍ ୟୁ .. ଏହିପରି ସବୁ ସାରାଙ୍କୁ କରାଯାଇଛି ଟାର୍ଗେଟ୍। ତେବେ, ଅନେକ ସାରାଙ୍କୁ ଏଥିପାଇଁ ପ୍ରସଂଶା ଏବଂ ପ୍ରୋତ୍ସାହିତ ମଧ୍ୟ କରିଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ ସାରା ଅନେକ ସମୟରେ ହିନ୍ଦୁ ଦେବାଦେବୀଙ୍କ ପୂଜାର୍ଚ୍ଚନା କରି ଟାର୍ଗେଟ୍ ହୋଇଛନ୍ତି।
-/Dev@DRath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.