Home Top News ଶୌର୍ଯ୍ୟ ଜାଗରଣ ଯାତ୍ରା: ଅକ୍ଟୋବର ୮ରେ ଭୁବନେଶ୍ୱରରେ ବିଶାଳ ହିନ୍ଦୁ ଯୁବ ସମାବେଶ ..

ଶୌର୍ଯ୍ୟ ଜାଗରଣ ଯାତ୍ରା: ଅକ୍ଟୋବର ୮ରେ ଭୁବନେଶ୍ୱରରେ ବିଶାଳ ହିନ୍ଦୁ ଯୁବ ସମାବେଶ ..

54

ଭୁବନେଶ୍ୱର: ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ତଥା ବଜରଙ୍ଗ ଦଳ ପୂର୍ବ ପ୍ରାନ୍ତ ପକ୍ଷରୁ ଶୌର୍ଯ୍ୟ ଜାଗରଣ ଯାତ୍ରା ସମିତି ଆନୁକୂଲ୍ୟରେ ଆସନ୍ତା ସେପ୍ଟେମ୍ବର ୩୦ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଚାଲିବ ଶୌର୍ଯ୍ୟ ଜାଗରଣ ଯାତ୍ରା। ଏଥିରେ ଓଡ଼ିଶା ପୂର୍ବ ପ୍ରାନ୍ତର ୫ଟି ବିଭାଗରୁ ୫ଟି ଶୌର୍ଯ୍ୟ ଜାଗରଣ ଯାତ୍ରା ରଥ ବାହାରିବ। କନ୍ଧମାଳ – ଗଞ୍ଜାମ ବିଭାଗ ତରଫରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଶୌର୍ଯ୍ୟ ଜାଗରଣ ରଥ, ଭଦ୍ରକ – ବାଲେଶ୍ୱର ବିଭାଗ ତରଫରୁ ବାଘା ଯତୀନ ଶୌର୍ଯ୍ୟ ଜାଗରଣ ରଥ, ପୁରୀ – ଖୋର୍ଦ୍ଧା ବିଭାଗ ତରଫରୁ ବକ୍ସି ଜଗବନ୍ଧୁ ଶୌର୍ଯ୍ୟ ଜାଗରଣ ରଥ, କେନ୍ଦୁଝର – ମୟୁରଭଞ୍ଜ ବିଭାଗ ତରଫରୁ ଧରଣୀଧର ଭୂୟାଁ ଶୌର୍ଯ୍ୟ ଜାଗରଣ ରଥ ଏବଂ ଢେଙ୍କାନାଳ – ଅନୁଗୁଳ ବିଭାଗ ତରଫରୁ ବାଜି ରାଉତ ଶୌର୍ଯ୍ୟ ଜାଗରଣ ରଥ ବାହାରି ଅକ୍ଟୋବର ୮ରେ ଯାତ୍ରାର ସମାପନ ହେବ। ସମାପନ ଦିବସରେ ଭୁବନେଶ୍ୱରରେ ଆୟୋଜିତ ହେବ ଏକ ବିଶାଳ ଯୁବ ସମାବେଶ। ଏଥିରେ ବିଶ୍ୱ ହିନ୍ଦୁ ପରିଷଦ ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବିନାୟକ ରାଓ ଦେଶପାଣ୍ଡେ ଜୀ’ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି କନ୍ଧମାଳ ଜଲେଶପଟ୍ଟା ଆଶ୍ରମରେ ସେପ୍ଟେମ୍ବର ୩୦ ତାରିଖ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବିଶ୍ୱ ହିନ୍ଦୁ ପରିଷଦ ଅନ୍ତରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଆଲୋକ କୁମାର ଜୀ’ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେପ୍ଟେମ୍ବର- ୩୦ ରୁ ଅକ୍ଟୋବର- ୮ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ବହୁ ପ୍ରତୀକ୍ଷିତ ଏହି ବିଶାଳ ଶୌର୍ଯ୍ୟ ଜାଗରଣ ଯାତ୍ରା ଓଡ଼ିଶା ଇତିହାରରେ ଦ୍ଵିତୀୟ ବୃହତ୍ତମ ଶୌର୍ଯ୍ୟ ଜାଗରଣ ଯାତ୍ରା ବୋଲି କୁହାଯାଉଛି। ଏଥିରେ ରାଜ୍ୟ ବ୍ୟାପୀ ହଜାର ହଜାର ସଂଖ୍ୟାରେ ହିନ୍ଦୁ ଯୁବା କାର୍ଯ୍ୟକର୍ତ୍ତା ମାନେ ଅଂଶ ଗ୍ରହଣ କରିବେ ବୋଲି ବିଶ୍ୱ ହିନ୍ଦୁ ପରିଷଦ ପୂର୍ବ ପ୍ରାନ୍ତ ସଙ୍ଗଠନ ମହାମନ୍ତ୍ରୀ ଶରତ ପ୍ରଧାନ, ପ୍ରାନ୍ତ ସାଧାରଣ ସମ୍ପାଦକ ପଣ୍ଡିତ ମହେଶ୍ୱର ସାହୁ, ସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ ଏବଂ ବଜରଙ୍ଗ ଦଳ ପ୍ରାନ୍ତ ସଂଯୋଜକ ତଥା ଶୌର୍ଯ୍ୟ ଜାଗରଣ ଯାତ୍ରା ସମିତିର ସର୍ବ ବ୍ୟବସ୍ଥା ପ୍ରମୂଖ ଅମ୍ବିକା ଦାସଙ୍କ ପକ୍ଷରୁ କୁହାଯାଇଛି।
-/Dev@DRath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.