Home Top News ସେପ୍ଟେମ୍ୱର- ୨୯ରୁ ଅକ୍ଟୋବର- ୧୪ ପିତୃପକ୍ଷ: ସମସ୍ତ ପ୍ରକାର ଶୁଭକାର୍ଯ୍ୟ ନିଷେଧ ..

ସେପ୍ଟେମ୍ୱର- ୨୯ରୁ ଅକ୍ଟୋବର- ୧୪ ପିତୃପକ୍ଷ: ସମସ୍ତ ପ୍ରକାର ଶୁଭକାର୍ଯ୍ୟ ନିଷେଧ ..

121

ଭୁବନେଶ୍ୱର: ଚଳିତ ବର୍ଷ ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହେଉଛି ପିତୃପକ୍ଷ। ଅକ୍ଟୋବର ୧୪ ତାରିଖରେ ଏହା ଶେଷ ହେବ। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପିତୃପକ୍ଷର ଆରମ୍ଭ ଭାଦ୍ରବ ମାସର ପୂର୍ଣିମା ତିଥିରୁ ହୋଇଥାଏ। ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ କାଳ ବା ପକ୍ଷକୁ ପିତୃପକ୍ଷ କୁହାଯାଏ। ପିତୃପକ୍ଷ ସମୟ ପିତୃ ଉପାସନାର ପ୍ରକୃଷ୍ଟ ସମୟ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି। ଏହି ସମୟରେ ହେମନ୍ତ ଋତୁ ଧରାପୃଷ୍ଟରେ ପ୍ରବେଶ କରେ ଓ ‘ଭଗ ନାମକ ହିରଣ୍ୟ ରେତସ ସୂର୍ଯ୍ୟ’ କନ୍ୟା ରାଶିକୁ ସ୍ପର୍ଶ କରନ୍ତି ଅର୍ଥାତ୍ ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦ ତିଥି ଆରମ୍ଭ ହୁଏ। କୁହାଯାଏ ଯେ, ଏହି ସମୟରେ ପିତୃଲୋକର ସବୁ ଅତୃପ୍ତ ପ୍ରେତ ପ୍ରେତତ୍ତ୍ୱରୁ ମୁକ୍ତି ପାଇଥାନ୍ତି। କନ୍ୟା ରାଶିକୁ ଭଗ ନାମକ ସୂର୍ଯ୍ୟ ଗମନ କଲେ ପିତୃ ରାଜ୍ୟରେ ଶୁଭଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଏହି ସମୟରେ ଅବିମୁକ୍ତ ଥିବା ପ୍ରେତମାନେ ସୂର୍ଯ୍ୟଙ୍କର କିରଣକୁ ସହ୍ୟ କରିପାରନ୍ତି ନାହିଁ। ତେଣୁ ପିତୃଲୋକ ମାନେ କନ୍ୟା ସଂଯୁକ୍ତ ହୋଇ ତିଳୋଦଳ ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ଯଦି ପୁତ୍ର ବା ବଂଶଜ ମାନେ ତିଳତର୍ପଣ ନ’କରନ୍ତି ତେବେ ପିତୃପୁରୁଷ ଉତକ୍ଷିପ୍ତ ହୋଇ ଅଭିଶାପ ପ୍ରଦାନ କରନ୍ତି ବୋଲି ବିଶ୍ୱାସ ରହିଛି। ଆଶ୍ୱିନ ମାସର ଚନ୍ଦ୍ରମାସ ପକ୍ଷ ବା କୃଷ୍ଣପକ୍ଷ ପୃଥିବୀପୃଷ୍ଠ ମହାଆଳୟରେ ପରିଣତ ହୋଇଥାଏ। ପିତୃ ଓ ଅବିମୁକ୍ତ ପିତୃ ଉଭୟ ଶ୍ରଦ୍ଧା କାମନାରେ ନିଜ ଗୃହରେ ଉପଗତ ହୋଇଥାଆନ୍ତି। ପିତୃ ପକ୍ଷରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରାଯାଇ ସନ୍ତୁଷ୍ଟ କରାଯାଇଥାଏ l ମାନ୍ୟତା ଅନୁସାରେ ପିତୃ ପକ୍ଷରେ ୧୫ ଦିନ ପର୍ଯ୍ୟନ୍ତ ସମସ୍ତ ଶୁଭ କାର୍ଯ୍ୟକୁ ପରିତ୍ୟାଗ କରାଯାଇ ଥାଏ। ଏହି ସମୟ ମଧ୍ୟରେ ଯେ କୌଣସି ଶୁଭକାର୍ଯ୍ୟ କରିବା ଅଶୁଭ ହୋଇଥାଏ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପିତୃ ପକ୍ଷର ୧୫ ଦିନ ଭିତରେ ସମସ୍ତ ପ୍ରକାର ଶୁଭ କାର୍ଯ୍ୟ ପରିତ୍ୟାଗ କରାଯାଇଥାଏ। ନଚେତ୍ ପିତୃପୁରୁଷଙ୍କ କୋପ ଦୃଷ୍ଟି ମିଳିଥାଏ ବୋଲି ବିଶ୍ୱାସ ରହିଛି। ପିତୃ ପୁରୁଷ ଅସନ୍ତୁଷ୍ଟ ହେଲେ ଜୀବନରେ ଅନେକ ବିପଦ ଦେଖା ଦେଇଥାଏ l ପିତୃ ପକ୍ଷରେ ନୂତନ ବସ୍ତ୍ର ପରିଧାନ କରିବା କିମ୍ବା ନୂତନ ପୋଷାକ କିଣିବା ବର୍ଜନୀୟ ଅଟେ। ପିତୃପକ୍ଷର ଏହି ୧୫ ଦିନ ମଧ୍ୟରେ କୌଣସି ପ୍ରକାର ବ୍ୟବସାୟ କିମ୍ବା ଅନୁଷ୍ଠାନ ଆରମ୍ଭ କରିବା ଉଚିତ ନୁହେଁ। ଏହାଦ୍ୱାରା ଅନିଷ୍ଟ ହୋଇଥାଏ। ପିତୃପକ୍ଷ ସମୟରେ ସତ୍ୟ ନାରାୟଣ ମେଳା, ତ୍ରିନାଥ ମେଳା ଆଦି କରିବା ଅନୁଚିତ୍। ସେହିପରି ପିତୃପକ୍ଷର ଏହି ୧୫ ଦିନ ମଧ୍ୟରେ ବିବାହ,ବ୍ରତ, ନିର୍ବନ୍ଧ, ଘର/ଦୋକାନ ଘର ପ୍ରତିଷ୍ଠା ବା ବ୍ୟବସାୟ ପ୍ରତିଷ୍ଠାନ ଆରମ୍ଭ, ନୂତନ ଗୃହ ପ୍ରବେଶ ଆଦି କରିବା ବ୍ରଜନୀୟ ଅଟେ।
-/Dev@DRath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.