Home ଆମ ପର୍ବ ପର୍ବାଣୀ ଅନାଥ ଶିଶୁଙ୍କ ସହିତ ରକ୍ଷା ବନ୍ଧନ ଉତ୍ସବ ପାଳିଲେ ହରପ୍ରିୟା

ଅନାଥ ଶିଶୁଙ୍କ ସହିତ ରକ୍ଷା ବନ୍ଧନ ଉତ୍ସବ ପାଳିଲେ ହରପ୍ରିୟା

19

ଭୁବନେଶ୍ୱର: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଅନାଥାଶ୍ରମ ଯାଇ ଅନାଥ ପିଲାଙ୍କ ସହ ରକ୍ଷା ବନ୍ଧନ ପାଳିଲେ ବିଜେପି ଯୁବା ନେତ୍ରୀ ହରପ୍ରିୟା ସାହୁ। ଭଦ୍ରକ ସ୍ଥିତ ଉତ୍କଳମଣି ଦରିଦ୍ର ନାରାୟଣ ସେବା ମନ୍ଦିର ଯାଇ ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁମାନଙ୍କ ହାତରେ ରାକ୍ଷୀ ବାନ୍ଧି ରକ୍ଷା ବନ୍ଧନ ଉତ୍ସବ ପାଳନ କରିଛନ୍ତି ହରପ୍ରିୟା ସାହୁ। ମିଠା ଖୁଆଇବା ସହ ଶିଶୁ ମାନଙ୍କ ସହିତ କିଛି ସମୟ ଅତିବାହିତ କରିଥିଲେ ହରପ୍ରିୟା। ଏହାପରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦାରଙ୍କ ହାତରେ ରାକ୍ଷୀ ବାନ୍ଧି ରକ୍ଷା ବନ୍ଧନର ଶୁଭେଚ୍ଛା ଜଣାଇଥିଲେ ହରପ୍ରିୟା। ଏହି କାର୍ଯ୍ୟକ୍ରମରେ ହରପ୍ରିୟା ସହିତ ସ୍ୱର୍ଣ୍ଣଲତା ମିଶ୍ର ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.