ତାଜା ଖବର: ଉତ୍ତର-ପୂର୍ବ ଭାରତ ମଣିପୁରରେ ଭୂମିକମ୍ପ

ନୂଆଦିଲ୍ଲୀ ୭-୧ (ଓଡ଼ିଆ ପୁଅ) ଖବର ଅନୁଯାୟୀ ଉତ୍ତର-ପୂର୍ବ ଭାରତ ମଣିପୁରରେ ମଣିପୁରରେ ମୃଦୁ ଭୁମିକମ୍ପ ଅନୁଭୂତ ହୋଇଛି। ଏହି ଭୂପମ୍ପର ମାତ୍ରା ରିଚର ସ୍କେଲ୍ ରେ ୫.୫ ଥିବାର ଖବର ପ୍ରକାଶିତ ହୋଇଛି। ଭୂକମ୍ପ ଅପରାହ୍ନ ୧୨ଟା ୧୭ ଅନୁଭୂତ ହୋଇଥିଲା। ମିନିଟରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷତିର ଖବର ନାହିଁ।

"ତାଜା ଖବର: ଉତ୍ତର-ପୂର୍ବ ଭାରତ ମଣିପୁରରେ ଭୂମିକମ୍ପ"

ଟଙ୍କିକିଆ ନୋଟର ୧୦୦ ବର୍ଷର ରୂପ ଓ କ୍ରମ ପରିବର୍ତ୍ତନ

ନୂଆଦିଲ୍ଲୀ ୬-୧ (ଓଡ଼ିଆ ପୁଅ) ଆପଣଙ୍କୁ ବଜାରରେ ସାଧାରଣତଃ ୧୦, ୨୦, ୫୦, ୧୦୦, ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ ଦେଖିବାକୁ ମିଳିଥାଏ। କିନ୍ତୁ ଯଦି ଛୋଟ ନୋଟ୍ ଉପରେ କଥାପଡ଼େ ତେବେ ମାର୍କେଟ ଏମାନଙ୍କର କଏନ ହିଁ ଚାଲୁଛି। ବିବାହ, ବ୍ରତ ତଥା କାହାକୁ ଭେଟି ଦେଲାବେଳେ ଲଫାପାରେ ଏକ ଟଙ୍କାର ମହତ୍ତ୍ୱ ବଢ଼ିଯାଇଥାଏ। କିନ୍ତୁ ଏହି କଥାର ସୂଚନା ହୁଏତ ଆପଣଙ୍କୁ ମନେ ନଥିବ କି ଗୋଟିଏ ସମୟ ଏମିତି ମଧ୍ୟ ଥିଲା ଯେତେବେଳେ କଏନ୍ କୁ ହଟାଇକରି ଏହାର ପରିବର୍ତ୍ତେ ନୋଟ ଜାରି କରାଯାଇଥିଲା। କିନ୍ତୁ ଆଜିର ସମୟରେ ଏକ ଟଙ୍କାର ନୋଟ ଖୋଜିଲେ ମଧ୍ୟ ମିଳିବ ନାହିଁ। ଯଦି…

"ଟଙ୍କିକିଆ ନୋଟର ୧୦୦ ବର୍ଷର ରୂପ ଓ କ୍ରମ ପରିବର୍ତ୍ତନ"

ତେକାନପୁର ବିଏସଏଫ ଏକାଡେମୀଠାରେ ପୁଲିସ ମହାନିର୍ଦ୍ଦେଶକମାନଙ୍କ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୬-୧ (ଓଡ଼ିଆ ପୁଅ) ରାଜ୍ୟଗୁଡିକର ପୁଲିସ ମହାନିର୍ଦ୍ଦେଶକ ଏବଂ ମହାନିରୀକ୍ଷକମାନଙ୍କ ସମ୍ମିଳନୀ ଜାନୁୟାରୀ ୭ ଓ ୮ ତାରିଖ ଦୁଇଦିନ ଧରି ମଧ୍ୟପ୍ରଦେଶର ତେକାନପୁରର ବିଏସଏଫ ଏକାଡେମୀଠାରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହା ଏକ ବାର୍ଷିକ ସମ୍ମିଳନୀ, ଯେଉଁଥିରେ କି ଦେଶର ସମସ୍ତ ତୁଙ୍ଗ ପୁଲିସ ଅଧିକାରୀମାନେ ଯୋଗଦେଇ ସୁରକ୍ଷା ସମ୍ପର୍କିତ ବିଷୟବସ୍ତୁ ଉପରେ ଆଲୋଚନା, ମତ ବିନିମୟ ଓ ବିଚାର ବିମର୍ଶ କରିଥାନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୧୪ରେ ଆସାମର ଗୌହାଟୀ, ୨୦୧୫ରେ ଗୁଜାରାଟର କଚ୍ଛ ଅଂଚଳର ଧୋରଡୋ ଏବଂ ୨୦୧୬ରେ ହାଇଦ୍ରାବାଦର ରାଷ୍ଟ୍ରିୟ ପୁଲିସ ଏକାଡେମୀଠାରେ…

"ତେକାନପୁର ବିଏସଏଫ ଏକାଡେମୀଠାରେ ପୁଲିସ ମହାନିର୍ଦ୍ଦେଶକମାନଙ୍କ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ"

ଚିଲିକା ଆଗାମୀ ଦିନରେ ଦେଶରେଏକ ଆକର୍ଷଣୀୟ ପରିବେଶ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ ହୋଇ ପାରିବ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀରେ ‘ମଙ୍ଗଳାଯୋଡି ଇନହେରିଟାନ୍ସ’ ଶୀର୍ଷକ ଫଟୋ ପ୍ରଦର୍ଶନୀ ଓ କର୍ମଶାଳାରେ ଧର୍ମେନ୍ଦ୍ରଙ୍କ ବକ୍ତବ୍ୟ – ଚିଲିକାର ଇକୋ ସିଷ୍ଟମ ଓଡିଶାର ଜନ ଭାବନା, ସଂସ୍କୃତି ଓ ଇତିହାସ ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ – ଓଏନଜିସି ଚିଲିକାର ସଂରକ୍ଷଣ ଓ ସାମଗ୍ରିକ ବିକାଶ ସହ ୟୁନେସ୍କୋର ମାନ୍ୟତା ପ୍ରଦାନ ପାଇଁ ପ୍ରକଳ୍ପ ହାତକୁ ନେଇଛି ନୂଆଦିଲ୍ଲୀ /ଭୁବନେଶ୍ୱର, ୦୬ ଜାନୁଆରୀ (ଓଡ଼ିଆ ପୁଅ) – ଚିଲିକାର ଇକୋ ସିଷ୍ଟମ ଓଡିଶାର ଜନ ଭାବନା, ସଂସ୍କୃତି ଓ ଇତିହାସ ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ। ତେଣୁ ଚିଲିକାର ସଂରକ୍ଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ। ଚିଲିକା ଆଗାମୀ ଦିନରେ ଭାରତ ବର୍ଷରେ ଏକ ଆକର୍ଷଣୀୟ ପରିବେଶ ପର୍ଯ୍ୟଟନ ସ୍ଥଳୀ ଭାବେ…

"ଚିଲିକା ଆଗାମୀ ଦିନରେ ଦେଶରେଏକ ଆକର୍ଷଣୀୟ ପରିବେଶ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ ହୋଇ ପାରିବ – ଧର୍ମେନ୍ଦ୍ର ପ୍ରଧାନ"

ଚାଷୀଙ୍କ ପାଇଁ ନୁହେଁ ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ମହାନଦୀକୁ ବିଜେଡି ପ୍ରସଙ୍ଗ କରୁଛି : ବିଜେପି

“ଟ୍ରିବ୍ୟୁନାଲ ହିଁ ସବୁ ସମସ୍ୟାର ସମାଧାନ” ବିଜେଡିର ଯୁକ୍ତିକୁ ଅଗ୍ରାହ୍ୟ – କେନ୍ଦ୍ର ସରକାର ବା କୌଣସି ଟ୍ରିବ୍ୟୁନାଲ ଗୋଟିଏ ବି ବନ୍ଧ ନିର୍ମାଣ ବନ୍ଦ କରିବାକୁ ନିର୍ଦେଶ ଦେଇଥିବାର ଉଦାହରଣ ବିଜେଡି ଦେବ କି ? – ରାବୀ, ବ୍ୟାସ ଓ କାବେରୀ ମାମଲାରେ ଟ୍ରିବ୍ୟୁନାଲ ୨୭ରୁ ୩୦ ବର୍ଷ ପରେ ବି କରି ପାରି ନାହିଁ ନିଷ୍ପତି – ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଜଳବିବାଦ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଏକକ ଟ୍ରିବ୍ୟୁନାଲ ଆଇନ ସ୍ୱାଗତଯୋଗ୍ୟ – ଓଡିଶାର ହୀରାକୁଦ ଓ ସମଲ ବ୍ୟାରେଜର ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ପାଣି କେତେ ମାତ୍ରାରେ ଶିଳ୍ପ ସଂସ୍ଥାକୁ ଟେକି ଦିଆ…

"ଚାଷୀଙ୍କ ପାଇଁ ନୁହେଁ ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ମହାନଦୀକୁ ବିଜେଡି ପ୍ରସଙ୍ଗ କରୁଛି : ବିଜେପି"

ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ୩.୫ ବର୍ଷ କାରାଦଣ୍ଡ ଏବଂ ୫ ଲକ୍ଷ ଜରିମାନା

ରାଞ୍ଚି ୬-୧ (ଓଡ଼ିଆ ପୁଅ) ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ୩.୫ ବର୍ଷ କାରାଦଣ୍ଡ ଏବଂ ୫ ଲକ୍ଷ ଜରିମାନା କରାଯାଇଛି। ଲାଲୁଙ୍କ ସହ ସମସ୍ତ ଅଭିଯୁକ୍ତଙ୍କ ଗୋଖାଦ୍ୟ ଦୁର୍ନୀତିର ଶୁଣାଣି ଶେଷ ହେବା ପରେ ଆଜି ଅପରାହ୍ନ ୪ଟାରେ ଭିଡ଼ିଓ କନ୍ଫେରେସିଂ ମାଧ୍ୟମରେ ଦଣ୍ଡ ଶୁଣାଣି ହୋବ ବୋଲି ସମୟ ଧାର୍ଯ୍ୟ ହୋଇଥିଲା।  ଦୋଷୀ ସାବ୍ୟସ୍ତ ଲାଲୁ ପ୍ରସାଦ ଯାଦବଙ୍କ ସହିତ ୫ଜଣ ଅଭିଯୁକ୍ତଙ୍କର ବିଭିନ୍ନ ବିନ୍ଦୁ ଉପରେ ସିବିଆଇର ବିଶେଷ କୋର୍ଟରେ ଗତକାଲି ଶୁଣାଣି ଶେଷ ହୋଇଥିଲା। ଆଜି ଅପରାହ୍ନ ପ୍ରଥମେ ୨ଟା ସମୟରେ ଏବଂ ପରେ ବଦଳାଯାଇ ଅପରାହ୍ନ ୪ଟା ସମୟରେ ଭିଡ଼ିଓ କନ୍ଫେରେସିଂ ମାଧ୍ୟମରେ ଦଣ୍ଡ ଶୁଣାଣି ହୋଇଛି। ସ୍ୱତନ୍ତ୍ର…

"ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ୩.୫ ବର୍ଷ କାରାଦଣ୍ଡ ଏବଂ ୫ ଲକ୍ଷ ଜରିମାନା"

୨୦୧୮-୧୯ ରେ ଜିଡିପି ଅଭିବୃଦ୍ଧି ହାର ଆହୁରି ସୁଦୃଢ଼ ହେବ : ନୀତି ଆୟୋଗ

ନୂଆଦିଲ୍ଲୀ ୬-୧ (ଓଡ଼ିଆ ପୁଅ) ନୀତି ଆୟୋଗର ଉପାଧ୍ୟକ୍ଷ ଡ. ରାଜୀବ କୁମାର କହିଛନ୍ତି ଯେ ୨୦୧୮-୧୯ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହାର ଆହୁରି ଅଧିକ ସୁଦୃଢ଼ ହୋଇଯିବ। ଆଜି ଜାରି ହୋଇଥିବା ବିକାଶ ପୂର୍ବାନୁମାନ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ସେ କହିଥିଲେ ଯେ ୨୦୧୭-୧୮ ବର୍ଷର ଦ୍ୱିତୀୟାର୍ଦ୍ଧ ବେଳକୁ ଜିଡିପି ଅଭିବୃଦ୍ଧି ହାର ବୃଦ୍ଧି ପାଇ ୭ ପ୍ରତିଶତ ପର୍ଯ୍ୟନ୍ତ ପହଁଚିଯାଇଛି। ଯାହାଦ୍ୱାରା ବାର୍ଷିକ ଅଭିବୃଦ୍ଧି ହାର ୬.୫ ପ୍ରତିଶତ ହୋଇଯାଇଛି। ନୀତି ଆୟୋଗର ଉପାଧ୍ୟକ୍ଷ ଆହୁରି କହିଛନ୍ତି ଯେ ଗତ ତ୍ରୈମାସଗୁଡ଼ିକରେ ଆର୍ଥିକ କାର୍ଯ୍ୟକଳାପ ତ୍ୱରାନ୍ୱିତ ହୋଇଛି ଏବଂ ବିନିର୍ମାଣ ପିଏମଆଇ ବର୍ତମାନ ୫ ବର୍ଷରେ ସର୍ବୋଚ୍ଚ ସ୍ତର ୫୪…

"୨୦୧୮-୧୯ ରେ ଜିଡିପି ଅଭିବୃଦ୍ଧି ହାର ଆହୁରି ସୁଦୃଢ଼ ହେବ : ନୀତି ଆୟୋଗ"

ଆଂଚଳିକ ବୈଷମ୍ୟ ଦୂର କରିବା ଲାଗି ୧୧୫ ଅତି ପଛୁଆ ଜିଲ୍ଲାର ବିକାଶ ଅନିବାର୍ଯ୍ୟ : ନରେନ୍ଦ୍ର ମୋଦୀ

– ଅନଗ୍ରସର ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ: ନୂଆଦିଲ୍ଲୀ ୫-୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅନଗ୍ରସର ଜିଲ୍ଲାଗୁଡ଼ିକର ଜିଲ୍ଲାପାଳ ଏବଂ ଜିଲ୍ଲାଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନା ନୂଆଦିଲ୍ଲୀର ଡ. ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରଠାରେ ନୀତି ଆୟୋଗ ପକ୍ଷରୁ ଆୟୋଜିତ ଏକ ସମ୍ମିଳନୀ ଅବସରରେ ହୋଇଥିଲା। ୨୦୨୨ ସୁଦ୍ଧା ନୁଆ ଭାରତ ନିର୍ମାଣର ସ୍ୱପ୍ନକୁ ସାକାର କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ନିର୍ଦ୍ଦିଷ୍ଟ ବିକାଶ ମାନଦଣ୍ଡରେ ପଛୁଆ ରହିଥିବା ୧୧୫ଟି ଜିଲ୍ଲାର ଦ୍ରୁତ ବିକାଶ ଲାଗି କେନ୍ଦ୍ର ସରକାର ଏକ ବୃହତ…

"ଆଂଚଳିକ ବୈଷମ୍ୟ ଦୂର କରିବା ଲାଗି ୧୧୫ ଅତି ପଛୁଆ ଜିଲ୍ଲାର ବିକାଶ ଅନିବାର୍ଯ୍ୟ : ନରେନ୍ଦ୍ର ମୋଦୀ"

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପରାମର୍ଶଦାତା ସମିତି ବୈଠକରେ ଅଧ୍ୟକ୍ଷତା କଲେ ସ୍ମୃତି ଜୁବିନ ଇରାନୀ

ନୂଆଦିଲ୍ଲୀ ୫-୧ (ଓଡ଼ିଆ ପୁଅ) ଆଜି ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ) ୨୦୧୭ ଆୟୋଜନ ପାଇଁ କରାଯାଇଥିବା ପ୍ରୟାସ ଏବଂ ଏହାର ପରବର୍ତ୍ତୀ ସଂସ୍କରଣରେ ସୁଧାର ଆଣିବା ପ୍ରସଙ୍ଗକୁ ନେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ପରାମର୍ଶଦାତା ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଶ୍ରୀମତି ସ୍ମୃତି ଜୁବିନ ଇରାନୀ ଏଥିରେ ଅଧ୍ୟକ୍ଷତା କରିଥିଲେ। ମନ୍ତ୍ରଣାଳୟ ପକ୍ଷରୁ ଆଇଏଫଏଫଆଇ ୨୦୧୭ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ପ୍ରୟାସ ସମ୍ପର୍କରେ ସମିତିର ସଦସ୍ୟମାନଙ୍କୁ ଶ୍ରୀମତୀ ଇରାନୀ ସୂଚନା ଦେଇଥିଲେ। ସେ କହିଥିଲେ ଯେ ବର୍ତମାନ ସମସ୍ତ ସମିତିର ପୁନର୍ଗଠନ କରାଯାଇଛି। ପରିଚାଳନା ଏବଂ ପୂର୍ବାଲୋକନ ସମିତିର ମଧ୍ୟ ସମ୍ପ୍ରସାରଣ…

"ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପରାମର୍ଶଦାତା ସମିତି ବୈଠକରେ ଅଧ୍ୟକ୍ଷତା କଲେ ସ୍ମୃତି ଜୁବିନ ଇରାନୀ"

ରିଜର୍ଭ ବ୍ୟାଙ୍କ ପକ୍ଷରୁ ନୂଆ ୧୦ ଟଙ୍କିଆ ନୋଟରେ କୋଣାର୍କ ଚକ୍ର ସ୍ଥାନୀତ ପ୍ରସଙ୍ଗରେ: କେନ୍ଦ୍ର ସରକାରଙ୍କ ଫୋକସ୍ ରେ ଓଡିଶା : ବିଜେପି

ଭୁବନେଶ୍ୱର, ତା ୦୫/୦୧(ଓଡ଼ିଆ ପୁଅ) : ଆରବିଆଇ ପକ୍ଷରୁ ନୂଆ ୧୦ ଟଙ୍କିଆ ନୋଟ ଜାରି କରାଯାଇଛି। ଏହି ୧୦ ଟଙ୍କିଆ ନୋଟଟି ଚକୋଲେଟ ବାଦାମୀ ରଙ୍ଗର ହୋଇଥିବା ସହ ନୋଟର ପଛପଟେ କୋଣାର୍କ ଚକ୍ର ଛବି ରହିଛି। ଓଡିଶାର କୀର୍ତିମାନ ଓ ଗୈାରବ କୋଣାର୍କ ମନ୍ଦିରର ଚକ୍ରକୁ ୧୦ ଟଙ୍କିଆ ନୋଟରେ ସ୍ଥାନୀତ କରିଥିବାରୁ ଆରବିଆଇ ଓ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟ ବିଜେପି ତରଫରୁ ଧନ୍ୟବାଦ ଦିଆଯାଇଛି। ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦା ଓଡିଶାର ବିକାଶକୁ ଆଗକୁ ନେବା ପାଇଁ ଚେଷ୍ଟା କରୁଛନ୍ତି। ବିଭିନ୍ନ ପ୍ରସଂଗରେ ମାନ୍ୟବର ପ୍ରଧାନମନ୍ତ୍ରୀ ଓଡିଶାକୁ ଫୋକସରେ ରଖିଛନ୍ତି। ୧୦ଟଙ୍କିଆ ନୋଟରେ ଓଡିଶାର ଐତିହକୁ ସ୍ଥାନ ଦେବା ଅତ୍ୟନ୍ତ…

"ରିଜର୍ଭ ବ୍ୟାଙ୍କ ପକ୍ଷରୁ ନୂଆ ୧୦ ଟଙ୍କିଆ ନୋଟରେ କୋଣାର୍କ ଚକ୍ର ସ୍ଥାନୀତ ପ୍ରସଙ୍ଗରେ: କେନ୍ଦ୍ର ସରକାରଙ୍କ ଫୋକସ୍ ରେ ଓଡିଶା : ବିଜେପି"