Home Top News ସଂସଦର ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ : ଏମଏସପି ଏବଂ ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ...

ସଂସଦର ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ : ଏମଏସପି ଏବଂ ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦାବି କରିବ କଂଗ୍ରେସ

70

ନୂଆ ଦିଲ୍ଲୀ ୨୯-୧୧ (ଓଡ଼ିଆ ପୁଅ) ସଂସଦର ଶୀତ ଅଧିବେଶନ ଆଜିଠାରୁ ଆରମ୍ଭ ହେବ, ଯାହାକି ନଭେମ୍ବର ୨୯ ରୁ ଡିସେମ୍ବର ୨୩ ପର୍ଯ୍ୟନ୍ତ ଚାଲିବ। ଏହି ମାସର ଅଧିବେଶନରେ ସଂସଦରେ ଉପସ୍ଥାପନା ପାଇଁ ୨୬ ଟି ବିଲ୍ ତାଲିକାଭୁକ୍ତ ହେବ।

ସଂସଦର ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। କଂଗ୍ରେସ ଏମଏସପି ଉପରେ ଆଇନ ପ୍ରଣୟନ କରିବା ସହ ବିରୋଧ ସମୟରେ ମୃତ ଚାଷୀଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିବ କଂଗ୍ରେସ।

ଚାଷୀଙ୍କ ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ଉପରେ ଆଇନ ପ୍ରଣୟନ ପାଇଁ ସଂସଦ ଅଧିବେଶନରେ ଉତ୍ତେଜନା ପ୍ରକାଶ ପାଇବ ବୋଲି ବିରୋଧୀ ଦଳ ଚାଷୀଙ୍କ ଚାହିଦାକୁ ସମର୍ଥନ କରିସାରିଛନ୍ତି ଏବଂ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.