Home Top News ଜଣାଶୁଣା ସାମ୍ବାଦିକ ବିନୋଦ ଦୁଆ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି, ଝିଅ ମଲ୍ଲିକା ପ୍ରାର୍ଥନା କରିବାକୁ...

ଜଣାଶୁଣା ସାମ୍ବାଦିକ ବିନୋଦ ଦୁଆ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି, ଝିଅ ମଲ୍ଲିକା ପ୍ରାର୍ଥନା କରିବାକୁ କଲେ ଅନୁରୋଧ

37

ନୂଆ ଦିଲ୍ଲୀ ୨୯-୧୧ (ଓଡ଼ିଆ ପୁଅ) ଖ୍ୟାତନାମା ସାମ୍ବାଦିକ ବିନୋଦ ଦୁଆ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଝିଅ ମଲିକା ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି।

ମଲ୍ଲିକା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ମୋ ବାପାଙ୍କ ଆଇସିୟୁରେ ଅବସ୍ଥା ସଙ୍କଟାପନ୍ନ ରହିଛି। ଏପ୍ରିଲରୁ ତାଙ୍କ ସ୍ୱାସ୍ଥ୍ୟ ଦ୍ରୁତଗତିରେ ଖରାପ ହେବାକୁ ଲାଗିଲା। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯଥାସମ୍ଭବ ପ୍ରାଥନା କରନ୍ତୁ। ୬୭ ବର୍ଷିୟ ଦୁଆଙ୍କ ପତ୍ନୀ ତଥା ରେଡିଓଲୋଜିଷ୍ଟ୍ ପଦ୍ମାବତୀ ‘ଚିନ୍ନା’ ଦୁଆ କୋଭିଡରେ ଦୀର୍ଘ ଯୁଦ୍ଧ ପରେ ଜୁନ୍ ମାସରେ ମୃତ୍ୟୁ ବରଣ କରିଥିଲେ। ଦ୍ୱିତୀୟ କୋଭିଡ ଲହର ଶିଖରରେ ଥିବାବେଳେ ବିନୋଦ ଦୁଆ ଏବଂ ତାଙ୍କ ପତ୍ନୀ ଗୁରୁଗାଓଁର ଏକ ଡାକ୍ତରଖାନାରେ ଥିଲେ। ସେବେଠାରୁ ଦୁଆଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.