Home Top News ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଆରମ୍ଭ

ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଆରମ୍ଭ

48

ନୂଆଦିଲ୍ଲୀ ୨୮-୧୧ (ଓଡ଼ିଆ ପୁଅ) ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ରବିବାର ଦିନ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଦ୍ୱାରା ଡକାଯାଇଥିବା ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ଲୋକସଭାରେ କଂଗ୍ରେସର ନେତା ଅଧିର ରଂଜନ ଚୌଧୁରୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତାମାନେ ସଂସଦରେ ପହଞ୍ଚିଛନ୍ତି।

୨୬ ଟି ନୂତନ ବିଲ୍ ସମେତ ସଂସଦର ଶୀତକାଳୀନ ଅଧିବେଶନ ପାଇଁ ବିଜେପି ନେତୃତ୍ୱାଧୀନ ସରକାରଙ୍କର ଏକ ଭାରି ଏଜେଣ୍ଡା ରହିଛି। ତିନୋଟି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଏହି ବିଲ୍ ଅଗ୍ରାଧିକାର ଭିତ୍ତିରେ ନିଆଯିବ ବୋଲି ସରକାର ସୂଚିତ କରିଛନ୍ତି। ଏହି ସପ୍ତାହ ପୂର୍ବରୁ ୟୁନିୟନ କ୍ୟାବିନେଟ ଦ୍ୱାରା ଏହି ଆଇନ୍‌ ରଦ୍ଦ କରାଯାଇଥିଲା।

ସରକାରଙ୍କ କାର୍ଯ୍ୟସୂଚୀରେ କ୍ରିପ୍ଟୋକରେନ୍ସି ଏବଂ ଅଫିସିଆଲ୍ ଡିଜିଟାଲ୍ ମୁଦ୍ରା ବିଲ୍, ୨୦୨୧ ରେଗୁଲେସନ୍ ମଧ୍ୟ ଅନ୍ତର୍ଭୁକ୍ତ। ଶୀତ ଅଧିବେଶନ ନଭେମ୍ବର ୨୯ ରେ ଆରମ୍ଭ ହେବ ଏବଂ ଡିସେମ୍ବର ୨୩ ରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି।

ନଭେମ୍ବର ୨୯ ରେ ସଂସଦର ଉଭୟ ଗୃହରେ ଉପସ୍ଥିତ ରହିବାକୁ ଅନୁରୋଧ କରି ବିଜେପି ଏବଂ କଂଗ୍ରେସ ଉଭୟ ଏହାର ସାଂସଦମାନଙ୍କୁ ହ୍ୱିପ୍ ଜାରୀ କରିଛନ୍ତି।

ଆଜି ସକାଳ ୧୧.୩୦ ରେ ଏହି ବୈଠକ ଆରମ୍ଭ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.