ବରିଷ୍ଠ ପଦପୂଜନ କାର୍ଯ୍ୟକ୍ରମ

ରାୟଗଡା ତା-୧୬/୦୬/୨୦୧୮ (ଓଡ଼ିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ)ରାୟଗଡରା ରାମକୃଷ୍ଣ ନଗର ନିବାସୀ ଦାମୋଦର ହୋତା ନିଜ ମାତା ଶ୍ରୀମତୀ ସୁନନ୍ଦା ହୋତା ଦେବୀଙ୍କ ୬୨ ତମ ଜନ୍ମଜୟନ୍ତୀ ପାଳନର ଶୁଭାବସରେ ବରିଷ୍ଠ ଜନଙ୍କ ପଦପୂଜନକୁ ଧ୍ୟାନରେ ରଖି ଏକ ଅଭିନବ ପାଦୁକା ଦାନ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା ମହୋଦୟଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା। ଏହି ଜନସେବା କାର୍ଯ୍ୟକ୍ରମରେ ରାୟଗଡା ସହରତଳିସ୍ଥ ଉତ୍କଳମଣି ନଗରରେ ଖୋଲା ପାଦରେ ଥିବା ୬୨ ଜଣ ବରିଷ୍ଠ ଓ ଅଭାବୀଜନଙ୍କୁ ଜୋତା ବିତରଣ କରାଯାଇ ସେମାନଙ୍କ ସର୍ବଶୁଭ କାମନା କରାଯାଇଥିଲା। ନିଜ ଜନ୍ମ ଜୟନ୍ତୀକୁ ଏଭଳି ଅଭିନବ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜନ…

"ବରିଷ୍ଠ ପଦପୂଜନ କାର୍ଯ୍ୟକ୍ରମ"

ବଜାରରେ ମିଳୁନି ଆମ୍ବ : ହେଉଛି ଜୋତା ପଲିସ

ରାୟଗଡା ତା-୧୬/୦୬/୨୦୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ରାୟଗଡା ମାର୍କେଟରେ ଆମ୍ବ ଆଉଟ। ଜୋତା ଇନ। ନିକଟରେ ରାୟଗଡାରେ ଉଦଘାଟିତ ହୋଇଥିବା ଆମ୍ବ ବଜାରରେ ଏବେ ଜୋତା ପଲିସ ହେଉଛି। ଲୋକ ପ୍ରତିନିଧି ଉଦ୍ୟାନ ବିଭାଗ ଅଧିକାରୀ ତଥା କର୍ମଚାରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଶଙ୍କ ହୁଳହୁଳି ନାଦରେ ଜିଲ୍ଲାପାଳ ଉଦଘାଟନ କରିଥିବା ଆମ୍ବ ବଜାରର ଏଭଳି ବିକୃତ ରୂପ ଦେଖିବାକୁ ମିଳିଛି। ତେବେ ବଜାରରେ ଲୋକେ ଆମ୍ବ କିଣିବେ ନା ଜୋତା ପଲିସ କରିବେ ବୋଲି ସହରରେ ଆଲୋଡ ସୃଷ୍ଟି କରିଛି। ଜୁନ ୧୧ ତାରିଖ ସକାଳ ୯ ଟା ବେଳର କଥା ରାୟଗଡା ସହର ଫ୍ଲାଇଓଭୋର ତଳେ ଖୁବ ଗହଳ ଚହଳ ଲାଗି ରହିଥିଲା ରାସ୍ତାର…

"ବଜାରରେ ମିଳୁନି ଆମ୍ବ : ହେଉଛି ଜୋତା ପଲିସ"

ଶିକ୍ଷକଙ୍କ ଡେଙ୍ଗୁ ସଚେତନତା ବୈଠକ

ରାୟଗଡା ତା- ୧୫/୦୬ (ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ରାୟଗଡା ଜିଲ୍ଲା ଭାକୁରଗୁଡା ଆଶ୍ରମ ବିଦ୍ୟାଳୟ ପକ୍ଷରୁ ସଚେତନତା ବୈଠକ ଭାକୁରଗୁଡ଼ା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଓ ପଞ୍ଚାୟତରାଜ ନିର୍ବାଚିତ ପ୍ରତିନିଧିମାନଙ୍କ ଉପସ୍ଥିତିରେ ଭାକୁରଗୁଡ଼ା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଗନ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଏହିଁ ବୈଠକ ଗ୍ରାମର ମଧ୍ୟ ଭାଗରେ ହୋଇଥିଲା। ଏଥିରେ ଶିକ୍ଷକ ଦ୍ବିତୀ ଚନ୍ଦ୍ର ସାହୁ ଯୋଗଦେଇ ଡେଙ୍ଗୁ ରୋଗର ଭୟା ଭୟତା ଉପରେ ବିଶଦ ଆଲୋଚନା କରିବା ସହ ଡେଙ୍ଗୁର ଲକ୍ଷଣ, ରୋଗ ହେବାର କାରଣ ଓ ପ୍ରତିକାର ସମ୍ପର୍କରେ ଗ୍ରାମବାସୀଙ୍କୁ ବୁଝାଇଥିଲେ। ତେବେ ପ୍ରତିକାର ଅପେକ୍ଷା ଡେଙ୍ଗୁ ନହେବା ଲାଗି ଆଗୁଆ…

"ଶିକ୍ଷକଙ୍କ ଡେଙ୍ଗୁ ସଚେତନତା ବୈଠକ"

ଟ୍ରେନରେ ମହିଳା ବନପାଳଙ୍କ ଲାଞ୍ଚନେବା ଘଟଣା ମହଙ୍ଗା ପଡିଲା

ରାୟଗଡା ତା-୧୩/୦୬/୨୦୧୮(ଓଡିଆ ପୁଆ/ ରବିନ୍ଦ୍ର ପାଟଖଣ୍ତାଳ) ଟ୍ରେନ ରେ ମହିଳା ବନପାଳଙ୍କ ଲାଞ୍ଚନେବା ମହଙ୍ଗା ପଡିଲା ଗତକାଲି ରାୟପୁରରୁ ରାୟଗଡା ଅଭିମୁଖେ ଆସୁଥିବା ଗୋଟିଏ ପାସେଞ୍ଜର ଟ୍ରେନରେ ଜଣେ ମହିଳା କାଠୁରିଆଙ୍କ ଠାରୁ ବନପାଳ ପୋଷାକ ଥିବା ଶ୍ରୀମତୀ ରେବତୀ ପାଣି ମୂଲଚାଲ କରି ୫୦ ଟଙ୍କା ଲାଞ୍ଚ ମାଗିନେବା ପରେ ଫେରେଇବା ଘଟଣାର ଦୁଇଟି ଭିଡିଓ ଚିତ୍ର ସାମାଜିକ ଗଣମାଧ୍ୟମରେ ଘୂରି ବୁଲିବା ପରେ ମହିଳା ବନପାଳ ଶ୍ରୀମତୀ ରେବତୀ ପାଣିଙ୍କୁ ଆଜି ନିଲମ୍ବନ କରାଯାଇଛି। ଶ୍ରୀମତୀ ପାଣି ମୁନିଗୁଡା ବନାଞ୍ଚଳର ଅମ୍ବାଦଳା ଅଞ୍ଚଳ ତାଙ୍କ ଦାୟିତ୍ୱ ଏବଂ ସେ ଅଳ୍ପ କିଛି ଦିନ ହେବ ବନରକ୍ଷୀରୁ ପଦୋନ୍ନତି ହୋଇ ବନପାଳ ଦାୟିତ୍ୱ ଗ୍ରହଣ…

"ଟ୍ରେନରେ ମହିଳା ବନପାଳଙ୍କ ଲାଞ୍ଚନେବା ଘଟଣା ମହଙ୍ଗା ପଡିଲା"

ଇସ୍ପାତ ମନ୍ତ୍ରୀଙ୍କୁ ଭେଟି ଅଭିଯୋଗ ଦାଖଲ କଲା ବିଏମଏସ

ରାଉରକେଲା ୧୩/୬ (ଓଡ଼ିଆ ପୁଅ/ଶିବରାମ ପାତ୍ର) : କେନ୍ଦ୍ର ଇସ୍ପାତମନ୍ତ୍ରୀ ଚୌଧୁରୀ ବିରେନ୍ଦ୍ର ସିଂଙ୍କ ରାଉରକେଲା ଗସ୍ତ ଅବସରରେ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ ଏବଂ ବୀରମିତ୍ରପୁର ସ୍ଥିତ ଖଣି ମଜଦୁର ସଂଗର ଏକ ପ୍ରତିନିଧି ମଣ୍ଡଳୀ ମନ୍ତ୍ରୀଙ୍କୁ ସାକ୍ଷାତ କରି ସ୍ମାରକପତ୍ର ଦେବା ସହିତ ନିଜର ଅଭିଯୋଗ ଦାଖଲ କରିଥିଲେ। ଆରଆଇକେକେଏସ ତରଫରୁ ନୂତନ ବେତନ ଚୁକ୍ତିନାମା ପାଇଁ ତୁରନ୍ତ ଏନଜେସିଏସ ବୈଠକ ଡକାଇବା ଓ ଆଲୋଚନା କରିବା ପାଇଁ ଦାବି କରାଯାଇଥିଲା। ବିଶେଷ କରି ମେ ୩୦ରେ ପ୍ରକାଶ ପାଇଥିବା ସେଲ ଆର୍ଥିକ ରିପୋର୍ଟରେ ନୂତନ ବେତନ ଚୁକ୍ତିନାମା ବାବଦରେ ରଖାଯାଇଥିବା ଅର୍ଥ ଫେରସ୍ତକୁ ବିରୋଧ କରାଯାଇଥିଲା। ୨୪ ନଭେମ୍ବର ୨୦୧୮ରେ…

"ଇସ୍ପାତ ମନ୍ତ୍ରୀଙ୍କୁ ଭେଟି ଅଭିଯୋଗ ଦାଖଲ କଲା ବିଏମଏସ"

ଜିଲା ମୁଖ୍ୟ ଚିକିତ୍ସାଳୟ ସରଗରମ: ପ୍ରସବବେଳେ ଶିଶୁ ବଦଳୀ ଅଭିଯୋଗ

ରାୟଗଡା, ୧୩।୬(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)- ମଙ୍ଗଳବାର ଦିନ ତମାମ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟ ସରଗରମ ହୋଇ ରହିଥିଲା। ପ୍ରସବ ପରେ ମୁଖ୍ୟଚିକିତ୍ସାଳୟରେ ନବଜାତ ଶିଶୁକୁ ବଦଳାଯାଇଥିବା ଅଭିଯୋଗ ଆସିଥିଲା। କବିତା କୁମ୍ଭାରଙ୍କ ଗର୍ଭରୁ ଗୋଟିଏ ଶିଶୁପୁତ୍ର ଜନ୍ମ ନେଇଥିବାବେଳେ ଡାକ୍ତର ମୃତ କନ୍ୟା ସନ୍ତାନ ଜନ୍ମଦେଇଥିବା ଦର୍ଶାଇ ଶିଶୁ ବଦଳି କରିଛନ୍ତି। ଜାଣିସୁଣି ମାଁ ଓ ଶିଶୁକୁ ଅଲଗା ଅଲଗା କରିବାପରେ ଚିକିତ୍ସାବେଳେ ଶିଶୁର ମୃତ୍ୟୁ ଘଟିଥିବାର ରୂପ ଦେଉଛନ୍ତି ବୋଲି କବିତାଙ୍କ ସ୍ୱାମୀ ମାଧବ କୁମ୍ଭାର ଅଭିଯୋଗ ହୋଇଛି। ଖବର ନେବାର ଜଣାପଡିଛିଯେ, ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ କୁମ୍ଭରଶିଳା ଗାଁର ମାଧବ କୁମ୍ଭାର ନିଜର ଗର୍ଭବତୀ ପତ୍ନୀ କବିତାଙ୍କୁ ଚିକିତ୍ସାଳୟରେ…

"ଜିଲା ମୁଖ୍ୟ ଚିକିତ୍ସାଳୟ ସରଗରମ: ପ୍ରସବବେଳେ ଶିଶୁ ବଦଳୀ ଅଭିଯୋଗ"

ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଳୁ ବଦଳ ଅଭିଯୋଗ

ରାୟଗଡା ୧୨/୦୬ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ବଦଳ ହୋଇଥିବା ଅଭି ଯୋଗ ହୋଇଛି। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ଖୋଦ୍ ପ୍ରସୂତୀ ମହିଳାଙ୍କ ପରିବାର। ଗତ ରାତିରେ ପ୍ରସୂତୀ ମହିଳାଙ୍କ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ବେଳେ ତାଙ୍କୁ ଏକ ମୃତ ଶିଶୁକନ୍ୟା ହସ୍ତାନ୍ତର କରାଯାଇଥିବା ସଂପର୍କୀୟ ମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ପ୍ରସବ ପରେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଛି। ଶିଶୁଟି ଜନ୍ମ ହେବା ପରେ ତାର ସ୍ୱାସ୍ଥ୍ୟବସ୍ତା ଖରାପ ହୋଇପଡିବା ଏବଂ ପରେ ତାକୁ ଏସଏନସିୟୁରେ ରଖାଯାଇଥିଲା। କିଛି ଘଂଟା ପରେ ଶିଶୁଟିର…

"ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଳୁ ବଦଳ ଅଭିଯୋଗ"

ଦୁର୍ଗାପ୍ରସାଦ ପୁନର୍ବାରା ଜିଲା କଂଗ୍ରେସ କମିଟର ସଭାପତି

ରାୟଗଡା, ୧୧/୬, (ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)- ରାୟଗଡା ଜିଲା କଂଗ୍ରେସ କମିଟର ସଭାପତି ରୂପେ ପୁନର୍ବାର ଦୁର୍ଗାପ୍ରସାଦ ପଣ୍ଡା ମନୋନୀତ ହୋଇଛନ୍ତି। ଏଆଇସିସିଙ୍କ ନିର୍ଦ୍ଦେଶ ପ୍ରକାରେ ବିଧିବଦ୍ଧ ରୂପେ ପ୍ରଦେଶ କଂଗ୍ରେସ କମିଟର ସଭାପତି ତଥା ଓଡିଶା ପ୍ରଭାରୀ ଶନିବାର ଏହି ଘୋଷଣା କରିଛନ୍ତି। ବର୍ଷବର୍ଷ ଧରି ପରାଜିତ ହୋଇ ଆସୁଥିବା କଂଗ୍ରେସକୁ ପୁଣି ସୁଦୃଢ଼ କରିବାପାଇଁ ଏଆଇସିସି ଠାରୁ ଆରମ୍ଭ କରି ଜିଲା ଏବଂ ଗ୍ରାମ ପର୍ଯ୍ୟନ୍ତ ସଙ୍ଗଠନକୁ ସୁଦୃଢ଼ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ନୂତନ ପ୍ରଦେଶ କଂଗ୍ରେସ ସଭାପତି ରୂପେ ନୀରଞ୍ଜନ ପଟନାୟକ ଦାୟୀତ୍ୱ ନେବାପରେ ଜିଲା ସ୍ତରରେ ଏହାର ସଠିକ ପରିଚାଳନା ପାଇଁ ସଭାପତିଙ୍କ ନବକଳେବର କରିବାକୁ ନିଷ୍ପତି ନିଆଯାଇଥିଲା।…

"ଦୁର୍ଗାପ୍ରସାଦ ପୁନର୍ବାରା ଜିଲା କଂଗ୍ରେସ କମିଟର ସଭାପତି"

ରାୟଗଡା ନିକଟରେ ଦୁର୍ଘଟଣା ଜଣେ ମୃତ

ରାୟଗଡ଼ା ୧୦/୦୬ (ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ରାୟଗଡା ଜିଲ୍ଲାର ପିତାମହଲ ଗ୍ରାମ ନିକଟରେ କାର ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଜଣେ ମହିଳା ମୃତ୍ୟୁ ଅନ୍ୟ ଜଣେ ଗୁରୁତର ଆହତଙ୍କୁ ବିଶାଖାପାଟଣା ସ୍ଥାନାନ୍ତର ଆଉ ଛଅ ଜଣ ରାୟଗଡା ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଆଜି ରବିବାର ହେତୁ ରାୟଗଡାର ଆରଧ୍ୟା ଦେବୀ ମାଆ ମଝି ଘରିଆଣୀଙ୍କୁ ଦର୍ଶନ କରିବା ପାଇଁ ଆନ୍ଧ୍ର ପ୍ରଦେଶ ବିଜୟ ନଗରମ ଜିଲ୍ଲାର ଆରୁଖୁ ଗ୍ରାମ ଦୁଇ ସମ୍ପର୍କୀୟ ପରିବାର ଗୋଟିଏ ଗାଡ଼ିରେ ଆଠ ଜଣ ଯାତ୍ରୀ ଆସୁଥିଲେ। ମାଆଙ୍କ ମନ୍ଦିର ଠାରୁ ମାତ୍ର ପାଞ୍ଚ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିଲା। ଏପି ୩୧ ଏ ଏଫ ୭୧୪୭ ନମ୍ବର…

"ରାୟଗଡା ନିକଟରେ ଦୁର୍ଘଟଣା ଜଣେ ମୃତ"

ଟ୍ୟାଙ୍କର ଓ କାର ମଧ୍ୟରେ ଧକ୍କା – ଜଣେ ମୃତ, ୮ ଆହତ

ରାୟଗଡା ୧୦/୦୬ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – ରାୟଗଡା ସଦର ମହକୁମା ଠାରୁ ୫ କି.ମି ଦୂର ପିତାମହଲ ଗ୍ରାମ ନିକଟସ୍ଥ କୁମ୍ଭାରିଗୁଡା ଗ୍ରାମ ନିକଟସ୍ଥ ଆଜି ଟ୍ୟାଙ୍କର ଏବଂ କାର ମଧ୍ୟରେ ଦୁର୍ଘଟଣା ଘଟିଛି। କୁମ୍ଭାରିଗୁଡା ଗ୍ରାମ ନିକଟ ରାସ୍ତାକଡରେ ଠିଆ ହୋଇଥିବା ଟ୍ୟାଙ୍କର ଗାଡି ( ଓଆର ୦୭ଜେଡ୍ ୯୯୭୭) କୁ ପଛ ପଟୁ ଚେଭରଲେଟ କାର ( ଏପି ୩୧ଏଫ ୭୧୪୭ ) ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର ଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହେବା ସହ ଘଟଣା ସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ଘଟିଥିଲା। ପଡୋଶୀ ଆନ୍ଧ୍ରପ୍ରଦେଶ ଆରୁକୁର ୯…

"ଟ୍ୟାଙ୍କର ଓ କାର ମଧ୍ୟରେ ଧକ୍କା – ଜଣେ ମୃତ, ୮ ଆହତ"