Home Top News ବଙ୍ଗୋପସାଗରରେ ଲଘୁଚାପ ଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା – ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳ...

ବଙ୍ଗୋପସାଗରରେ ଲଘୁଚାପ ଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା – ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷିବ, ୟେଲୋ ୱାର୍ଣ୍ଣିଂ

145

ଭୁବନେଶ୍ୱର ୬ ସେପ୍ଟେମ୍ବର (ଓଡ଼ିଆ ପୁଅ) ଉତ୍ତର ଏବଂ ସଂଲଗ୍ନ ପୂର୍ବମଧ୍ୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ, ଆଜି ଏକ ଲଘୁଚାପ ଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି।

ଏହାର ପ୍ରଭାବରେ ଓଡିଶାର ଅନେକ ସ୍ଥାନରେ ହାଲୁକା ରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ଆକଳନ କରିଛି।

ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ – ଏହାର ପ୍ରଭାବରେ
ଆଜି ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ପୁରୀ ଜିଲ୍ଲା ଗୁଡ଼ିକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଏହା ବ୍ୟତୀତ ମାଲକାନଗିରି, ରାୟଗଡ଼ା, ଖୋର୍ଦ୍ଧା, କଟକ, ଜଗତସିଂହପୁର, ମୟୁରଭଞ୍ଜ, ନବରଙ୍ଗପୁର ଜିଲ୍ଲା ଗୁଡ଼ିକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ଥିବାର ପାଣିପାଗ କେନ୍ଦ୍ର କହିଛି।

ସେହିପରି ଆସନ୍ତା କାଲି ମଧ୍ୟ ନୂଆପଡ଼ା , ବଲାଙ୍ଗୀର, ବରଗଡ଼ , ଝାରସୁଗୁଡ଼ା , ସୁନ୍ଦରଗଡ଼ , କେନ୍ଦୁଝର , ମୟୁରଭଞ୍ଜ ଜିଲ୍ଲା ଗୁଡ଼ିକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ଥିବାର ପାଣିପାଗ କେନ୍ଦ୍ର କହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.