ଫୁଟବଲ ଟୁର୍ଣ୍ଣାମେଂଟ ଉଦଯାପିତ

ପୁରୀ, ୧୧/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଜିଲ୍ଲା କ୍ରୀଡାସଂସଦ ଓ ଜଙ୍ଗଲି ମିଳିତ ସହଯୋଗରେ ଆୟୋଜିତ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି। ବୁଧବାର ଅନୁଷ୍ଠିତ ଫାଇନାଲ ମ୍ୟାଚର କେନ୍ଦ୍ରୀୟ ବିଦ୍ୟାଳୟ ଓ ବିଶ୍ୱମ୍ବର ବିଦ୍ୟାପୀଠ ମଧ୍ୟରେ ମୁକାବିଲା ହୋଇଥିଲା। ଏଥିରେ ବିଶ୍ୱମ୍ବର ବିଦ୍ୟାପୀଠ ବିଜୟ ଲାଭ କରିଥିଲା। ଚିତ୍ରଙ୍ଗଦା ପାତ୍ର, ଶରତ ମହାନ୍ତି, ମକ୍ରା ମାଝି, ରାମ ନାଏକ, ପ୍ରକାଶ ବେହୋରା, ପ୍ରମୁଖ ପ୍ରତିଯୋଗିତାକୁ ପରିଚଳାନା କରିଥିଲେ। ପୁରସ୍କାର ବିବତଣ ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ବିଜୟୀ ଦଳକୁ ଟ୍ରଫି ସହ ୫ ହଜାର ଏବଂ ରନର୍ସ ଅପ ଦଳକୁ ଟ୍ରଫି ସହ ୩ ହଜାରଟଙ୍କା ଆର୍ଥିକପୁରସ୍କାର ପ୍ରଦାନ…

"ଫୁଟବଲ ଟୁର୍ଣ୍ଣାମେଂଟ ଉଦଯାପିତ"

ସରସ୍ୱତୀ ଶିଶୁ ମନ୍ଦିର ବାର୍ଷିକ କ୍ରୀଡା

ପୁରୀ, ୧୧/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ମଧୁବନ ସରସ୍ୱତୀ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଇନ୍ଦୋର ଷ୍ଟାଣ୍ଡିୟମ ପରିସରରେ ଉଦଘାଟିତ ହୋଇଯାଇଛି। ଗୁରୁବାର ପୂର୍ବାହ୍ନରେ ଆୟୋଜିତ ଏହି ପ୍ରତିଯୋଗିତାକୁ ପଂଜାବ ନ୍ୟାସନାଲ ବ୍ୟାଙ୍କର ପ୍ରବନ୍ଧକ ଅବିନାଶ ମିଶ୍ର ପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ କ୍ରୀଡାବିତ୍ ମାନଙ୍କୁ ଶପଥ ପାଠ କରାଇଥିଲେ। ବିଦ୍ୟାଳୟର କୋଷାଧ୍ୟକ୍ଷ ସର୍ବେଶ୍ୱର ବିଶୋଇ ଏବଂ ପ୍ରଧାନ ଆଚାର୍ଯ୍ୟ ଅରବିନ୍ଦ ମିଶ୍ର ଉଦ୍ଘାଟିତ ସଭାରେ ମଂଚାସୀନ ଥିଲେ। ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଦୌଡ ସଟଫୁଟ, ଜାଭଲିନ ଥ୍ରୋ, ଲଙ୍ଗଜମ୍ପ, ଓ ତ୍ରିପଲ ଜମ୍ପ ପ୍ରତିଯୋଜଗିତା ଅନୁଷ୍ଠିତ ହୋଇଥିଲା। ୩ ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ…

"ସରସ୍ୱତୀ ଶିଶୁ ମନ୍ଦିର ବାର୍ଷିକ କ୍ରୀଡା"

ରୋଟାରୀ କ୍ଲବ ସ୍ୱାସ୍ଥ୍ୟ ଶିବିର

ପୁରୀ, ୧୧/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ରୋଟାରୀ କ୍ଲବ ପୁରୀ ପକ୍ଷରୁ ଆମରୀ ହସପିଟାଲର ସହଯୋଗିତାରେଏକ ସ୍ୱାସ୍ଥ୍ୟ ଶିବିର ରୋଟାରୀ କମ୍ୟୁନିଟି ସେଂଟର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଦିନ ଆୟୋଜିତ ହୋଇ ଏହି ଶିବିରରେ ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଇଥିଲା।ବିଶିଷ୍ଟ ହୃଦ୍ରୋଗ ବିଶେଷଜ୍ଞଡାଃ ଫରେଶ ଅଗ୍ରୱାଲ ଏବଂ ସ୍ତ୍ରୀ ଓ ପ୍ରସୂତିରୋଗ ଡାଃ ହରପ୍ରିତ କୌର ଶିବିରାର୍ଥୀମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ। ଶିବିରରେ ଲୋକ ମାନଙ୍କର ର୍ୟାଣ୍ଡମ୍ ବ୍ଲଡ ସୁଗାର ଏବଂ ଇସିଜି ପରୀକ୍ଷା ମାଗଣାରେ କରାଯାଇଥିଲା। ଆଇଏମ୍ଏ ପୁରୀ ଶାଖା ସଂପାଦକ ଡାଃ ବାନାମ୍ବର ସେନାପତି ଆମରୀ ହସପିଟାଲ ଡାଃ ବିବେକ ତ୍ରୀପାଠୀ, ସୋନମ ଶର୍ମା,…

"ରୋଟାରୀ କ୍ଲବ ସ୍ୱାସ୍ଥ୍ୟ ଶିବିର"

୪ଲକ୍ଷ ଶିଶୁଙ୍କୁ ଦିଆଯିବ ମିଳିମିଳା ଟିକା

ପୁରୀ, ୧୧/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଜିଲ୍ଲାର ୪ ଲକ୍ଷ୩୧ ହଜାର ଶିଶୁଙ୍କୁ ମିଳିମିଳା ପ୍ରତିଷେଧକ ଟିକାଦିଆଯିବ। ଚଳିତ ମାସ ୨୯ ରୁ ମାର୍ଚ୍ଚ ୨୬ ତାରିଖ ପର୍ଟ୍ୟନ୍ତ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୯ ବର୍ଷରୁ ୧୫ବର୍ଷ ବୟସର ଶିଶୁ ଟିକା ନେିପାରିବେ। ଏଥିପାଇଁ ୯୫୮ ସୁପରଭାଇଜର ଓ ୨୫୮ ଟିକା ପ୍ରଦାନକାରୀଙ୍କୁ ନିୟୋଜିତ କରାଯିବ। ୨୮୭୪ ଟି ସ୍ଥାନରେ ଟିକା ଦିଆଯିବ ବୋଲି ବୁଧବାର ସୂଚନା ଦିଆଯାଇଛି। ଜିଲ୍ଲା ଗ୍ରାମଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଡଃ ଉଦ୍ଧବ ଚନ୍ଦ୍ର ମାଝିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ମିଳିମିଳା ରୋଗର ପ୍ରତିକାର ପାଇଁ ଜିଲ୍ଲାର ସବୁଶିଶୁଙ୍କୁ ଟିକା ଦେବାକୁ ସ୍ଥିର କରାଯାଇଛି। ଜିଲ୍ଲା…

"୪ଲକ୍ଷ ଶିଶୁଙ୍କୁ ଦିଆଯିବ ମିଳିମିଳା ଟିକା"

ହ୍ରିଦୟ ଯୋଜନାରେ ପୁରୀ ସହରର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ୭୩ ଲକ୍ଷ ଟଙ୍କା ବ୍ୟୟବରାଦ

– ପ୍ରଧାନମନ୍ତ୍ରୀ ଏବଂ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ରାଜ୍ୟ ବିଜେପି ଭୁବନେଶ୍ୱର, ତା.୧୦/୦୧ (ଓଡ଼ିଆ ପୁଅ) : କେନ୍ଦ୍ର ସରକାର ପୁରୀ ସହରରେ ଥିବା ଦୁଇଟି ପୁରୁଣା ଏବଂ ବିଖ୍ୟାତ ବଡ ଓଡିଆ ମଠ ଓ ଗଙ୍ଗା ମାତା ମଠର ପୁନରୁଦ୍ଧାର ପାଇଁ ୭୩ ଲକ୍ଷ ଟଙ୍କା ବ୍ୟୟବରାଦ କରିଛନ୍ତି। ଦେଶର ପ୍ରମୁଖ ପର୍ଯ୍ୟଟନ ଓ ସଂସ୍କୃତି ଭିତିକ ସହରର ସୈାନ୍ଦର୍ଯ୍ୟ ଏବଂ ବିକାଶ ପାଇଁ କେନ୍ଦ୍ର ସରକାର ଗତ ୨୦୧୫ ମସିହାରେ ହ୍ରିଦୟ ଯୋଜନାର ଶୁଭାରମ୍ଭ କରିଛନ୍ତି। ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ପୁରୀର ସ୍ଥାନ ସ୍ୱତନ୍ତ୍ର। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ପୁରୀ ସମେତ ଦେଶର ପ୍ରମୁଖ ୧୨ଟି ପର୍ଯ୍ୟଟନୀ ସହରକୁ…

"ହ୍ରିଦୟ ଯୋଜନାରେ ପୁରୀ ସହରର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ୭୩ ଲକ୍ଷ ଟଙ୍କା ବ୍ୟୟବରାଦ"

ପ୍ରତୀକ୍ଷାର ଅନ୍ତ: ଆରମ୍ଭ ହେଲା ବସଷ୍ଟାଣ୍ଡ କାର୍ଯ୍ୟ ଅସ୍ଥାୟୀ ଷ୍ଟାଣ୍ଡରୁ ଗଡିଲା ବସ

ପୁରୀ, ୧୦/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ବହ ୁବାଦ ବିବାଦ ଓ ପ୍ରତୀକ୍ଷା ପରେଆରମ୍ଭ ହୋଇଛଇ ବସଷ୍ଟାଣ୍ଡର ପୁନରୁଦ୍ଧାର କାର୍ଯ୍ୟ। ରାଜନୈତିକ ବାଦବିବାଦ ଯୋଗୁଁ ଦୀର୍ଘବର୍ଷ ହେବ ବସଷ୍ଟାଣ୍ଡ ପୁନରୁଦ୍ଧାର କାର୍ଯ୍ୟ ବିଳମ୍ବିତ ହୋଇଥିଲା। ବିଭିନ୍ନ ସମୟରେ ଏହି କାର୍ଯ୍ୟ ପାଇଁ ଅର୍ଥ ବେବରାଦ କରାଯାଇ କାର୍ଯ୍ୟଦେଶ ଦିଆଯାଉଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇଥିଲା।ଶେଷରେ ଆରମ୍ଭ ହୋଇଛି ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ। ଏପଟେ ନିଷ୍ପତି ମୁତାବକ ବୁଧବାର ଠାରୁ ଶରଧାବାଲିର ଅସ୍ଥାୟୀ ବସଷ୍ଟାଣ୍ଡରୁ ବସ ଚଳାଚଳ ଆରମ୍ଭ କରିଛି। ନିଷ୍ପତି ମୁତାବକ ଠିକାଦାର ବୁଧବାର ପୂର୍ବାହ୍ନରୁ ବସଷ୍ଟାଣ୍ଡ ପରିସରରୁ ଖାଲ ଖଣା ଗୁଡିକ ସମତୁଲ କରିବା ଆରମ୍ଭ କରିଛନ୍ତି। ଜେସିବି ମେସିନ୍ ସାହାର୍ଯ୍ୟରେ ଏହି କାର୍ଯ୍ୟ କରାଯାଉଛି।…

"ପ୍ରତୀକ୍ଷାର ଅନ୍ତ: ଆରମ୍ଭ ହେଲା ବସଷ୍ଟାଣ୍ଡ କାର୍ଯ୍ୟ ଅସ୍ଥାୟୀ ଷ୍ଟାଣ୍ଡରୁ ଗଡିଲା ବସ"

ଧର୍ମେନ୍ଦଙ୍କ ମନ୍ତବ୍ୟକୁ ବିରୋଧ କଲେ ବ୍ରାହ୍ମଣ: ଧର୍ମେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ଥଫା ଦିଅନ୍ତୁ ଏବଂ ବ୍ରାହ୍ମଣ ମାନଙ୍କୁ କ୍ଷମାମାଗନ୍ତୁ ବୋଲି ସେମାନେ ଦାବି

ପୁରୀ, ୧୦/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ବ୍ରାହ୍ମଣକୁ ଭିକ୍ଷାମାଗୁଥିବା କହି ଦାମଙ୍କ ମନ୍ତ୍ରୀ ପଦ ଯିବା ପରେ ପୁନର୍ବାର ଏହି ପ୍ରସଙ୍ଗ ଚର୍ଚ୍ଚାକୁ ଆସିଛି। ଧମେନ୍ଦ୍ର ପ୍ରଧାନଙ୍କ ବ୍ରାହ୍ମଣ ବିରୋଧ ମନ୍ତବ୍ୟକୁ ନେଇ ବ୍ରାହ୍ମଣ ସମାଜ ପକ୍ଷରୁ ମଙ୍ଗଳବାର ସଂଧ୍ୟାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦାମ ବ୍ରାହ୍ମଣଙ୍କ ମନ୍ତବ୍ୟ ପାଇଁ ନିଲମ୍ବିତ ହୋଇନାହାଁନ୍ତି କହି ୩ୟ ମହଲାରେ ତାଙ୍କର ଖରାପ ସଂପର୍କ ହେବାରୁ ତାଙ୍କୁ ମନ୍ତ୍ରୀ ପଦରୁ ବିତାଡିତ କରାଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି। ଏଣୁ ଦାମଙ୍କୁ ଧମେନ୍ଦ୍ର ସମର୍ଥନ କରୁଛନ୍ତି। ଦାମ ଯେଉଁ ବ୍ରାହ୍ମଣଙ୍କ ଉପରେ ମନ୍ତବ୍ୟ ଦେଇଥିଲେ ଧର୍ମେନ୍ଦ୍ର ତାହାକୁ ସମର୍ଥନ କରିବାରୁ ତାଙ୍କୁ ମଧ୍ୟ ମନ୍ତ୍ରୀ ପଦରୁ ବିଦା କରାଯାଉ…

"ଧର୍ମେନ୍ଦଙ୍କ ମନ୍ତବ୍ୟକୁ ବିରୋଧ କଲେ ବ୍ରାହ୍ମଣ: ଧର୍ମେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ଥଫା ଦିଅନ୍ତୁ ଏବଂ ବ୍ରାହ୍ମଣ ମାନଙ୍କୁ କ୍ଷମାମାଗନ୍ତୁ ବୋଲି ସେମାନେ ଦାବି"

ଅମୁଣିଆ ମହାପ୍ରସାଦ ବିକ୍ରୀ ଅଭିଯୋଗରେ ଦୀକ୍ଷିତ ସୁଆରଙ୍କୁ ନିଲମ୍ବନ କଲା ପ୍ରଶାସନ

ପୁରୀ, ୧୦/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଅମୁଣିଆ ପ୍ରସାଦ ବିକ୍ରୀ କରି କୋଠ ଭୋଗ, ବଡୁ ସୁଆର ବଡୁ ଦୀକ୍ଷିତ, ସୁଆର ମହାସୁଆର ନିଯୋଗରେୁ ବିତାଡିତ ହୋଇଛି। ବିଧୀବତ ତଦନ୍ତ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଛି। ସେବାରୁ ସଂପୂର୍ଣ୍ଣ କାହିଁକି ବହିସ୍କାର କରାନ ଯିବ ସେ ନେଇ ଉତର ରଖିବାକୁ ନିର୍ଦ୍ଧିଷ୍ଟ ରଖାଯାଇଛି। ଶ୍ରୀମନ୍ଦିର କମାଣ୍ଡର ତଦନ୍ତ କରି ଗତକାଲି ରିପୋର୍ଟ ଦେବାପରେ ଏହି ନିଷ୍ପତି ନିଆଯାଇଛି। ତଦନ୍ତ ବେଳେ ସେ ତାଙ୍କ ସେ ତାଙ୍କର ଦୋଷ ସ୍ୱିକାର କରିଛନ୍ତି। ରିପୋର୍ଟ ଆସିବା ପରେ ସଂପୃକ୍ତ ସେବାୟତଙ୍କ ଉପରେ ଏହି କାର୍ଯ୍ୟନଷ୍ଠାନ ନିଆଯାଇଛି। ପୂର୍ବରୁ ସୁଆର ମହାସୁଆର ନିଯୋଗ ତାଙ୍କୁ ସେବାୟତ ରୁ…

"ଅମୁଣିଆ ମହାପ୍ରସାଦ ବିକ୍ରୀ ଅଭିଯୋଗରେ ଦୀକ୍ଷିତ ସୁଆରଙ୍କୁ ନିଲମ୍ବନ କଲା ପ୍ରଶାସନ"

ପୁରୀ ସହରରେ ଖୋଲା ଖୋଲି ଭାବେ ଚାଲିଛି ବେଆଇନ ମଦ କାରବାର ଓ ଲଟେରୀ ଖେଳ

ପୁରୀ, ୧୦/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ପୁରୀ ସହରରେ ଖୋଲାଖୋଲି ଭାବେ ବେଆଇନ ଭାବେ ବିଦେଶୀ ଓ ଦେଶୀ ମଦ ସହରର ପ୍ରମୁଖ ସ୍ଥାନରେ ବିକ୍ରୀ ଚାଲିଥିଲେ ସୁଧା ଅବକାରୀ ବିଭାଗ କୈାଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନ ଥିବା ଅଭିଯୋଗ ହୋଇଛି। ମାର୍କେଟ ଛକ, ବଡଶଙ୍ଖ, ସ୍ୱର୍ଗଦ୍ୱାର, ଘୋଡାବଜାର, ଅଠରନଳା ଆଦି ସ୍ଥାନରେ ଖୋଲାଖୋଳି ଭାବେ ମଧ୍ୟରାତ୍ର ପର୍ଯ୍ୟନ୍ତ ଚୋରା ମଦ କାରବାର ଚାଲୁଥିଲେ ମଧ୍ୟ ସେଥିପ୍ରତି ଅବକାରୀ ଓ ପୋଲିସ ବିଭାଗ କୈାଣସି ପଦକ୍ଷେପ ନେଉନ ଥିବା ହେଉଛି। ଅପରପକ୍ଷରେ କାଁ ..ଭାଁ କେତୋଟି ଚୋରା ମଦ କାରାବାର ସହିତ ସଂପୃକ୍ତ ଥିବା ବ୍ୟକ୍ତି ଓ ସେମାନଙ୍କ ଠାରୁ ଜବତ କରାଯାଇଥିବା ମଦକୁ ନେଇ ବିଭାଗୀୟ…

"ପୁରୀ ସହରରେ ଖୋଲା ଖୋଲି ଭାବେ ଚାଲିଛି ବେଆଇନ ମଦ କାରବାର ଓ ଲଟେରୀ ଖେଳ"

ଜାତୀୟ ସ୍ତରରେ ଗ୍ଲୋରୀ ଫେଷ୍ଟ ଉଦଘାଟିତ

ପୁରୀ, ୧୦/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଗତ ୨ ଦିନ ପୁରୀ ଟାଉନ ହଲ ଠାରେ ମଙ୍ଗଳବାର ସଂଧ୍ୟାରେ ଉଦଘାଟିତ ;ହାଇଛଇ। ଜାତୀୟ ସ୍ତରରେ ଅନ୍ତଃ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ସଂସ୍କୃତି ମହୋତ୍ସବ ୨୩ ତମ ଗ୍ଲୋାରୀ ଫେଷ୍ଟ ୨୦୧୮। ଜାତୀୟଯୁବ ସମନ୍ୱିତ କେନ୍ଦ୍ର ଆନୁକୂଲ୍ୟରେ ଅନୁଷ୍ଠତିତ ହେଉଥିବା ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ବ୍ରହ୍ମଗିରୀ ବିଧାୟକ ସଂଜୟ ଦାସ ବର୍ମା ସମ୍ମାନୀତ ଅତିଥୀ ଭାବେ ନଗରପାଳ ଜୟନ୍ତ ଷଢଙ୍ଗୀ, ଶ୍ରୀ ଅତୁଲ କୁମାର ନନ୍ଦ, ପ୍ରଫେସର ହରେକୃଷ୍ଣ ଶତପଥୀ, ଡଃ ଭଗବାନ ଜୟ ସଂ, ଡଃ ତିରୁପତି ପାଣିଗ୍ରାହୀ, ଅନୁଷ୍ଠାନର କାର୍ଯ୍ୟକାରୀ ଅଧ୍ୟକ୍ଷ ରାଜେଶ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଅତିଥୀମାନେ ଏହି…

"ଜାତୀୟ ସ୍ତରରେ ଗ୍ଲୋରୀ ଫେଷ୍ଟ ଉଦଘାଟିତ"