Home Top News ଆସୁଛି ବାତ୍ୟା “ୟଶ୍” – ପ୍ରବଳ ବର୍ଷିବ, ପ୍ରବଳ ପବନ ବହିବ ଏବଂ ଏହି ବାଟ...

ଆସୁଛି ବାତ୍ୟା “ୟଶ୍” – ପ୍ରବଳ ବର୍ଷିବ, ପ୍ରବଳ ପବନ ବହିବ ଏବଂ ଏହି ବାଟ ଦେଇଯିବ ପଢ଼ନ୍ତୁ – ପାଣିପାଗ ବିଭାଗର ସଦ୍ୟତମ ସୂଚନା

314

ନୂଆ ଦିଲ୍ଲୀ ୨୨-୫ (ଓଡ଼ିଆ ପୁଅ) ଆଜି ୨୨ ମଇ ସକାଳ (୦୮୩୦ ଘଣ୍ଟା IST) ରେ ପୂର୍ବମଧ୍ୟ ବଙ୍ଗୋପ ସାଗର ଏବଂ ଉତ୍ତର ଆଣ୍ଡାମାନ ସାଗରରେ ଏକ ନିମ୍ନ ଚାପ ଅଞ୍ଚଳ ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ୨୪ ମଇ ସୁଦ୍ଧା ଏହାର ତୀବ୍ରତା ବୃଦ୍ଧି ପାଇ ଏକ ସାମୁଦ୍ରୀକ ଝଡ଼ରେ ପରିଣତ ହେବ ବୋଲି ବିଭାଗ ଆକଳନ କରିଛି।

ଆସନ୍ତାକାଲି, ୨୩ ମଇ ସକାଳ ସୁଦ୍ଧା ପୂର୍ବମଧ୍ୟ ବଙ୍ଗୋପସାଗରରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଧିକ ରହିଛି। ଏହା ସମ୍ଭବତଃ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ, ୨୪ ମଇ ସୁଦ୍ଧା ଏକ ସାମୁଦ୍ରୀକ ଝଡରେ ପରିଣତ ହେବ ଏବଂ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏକ ଅତି ଭୟଙ୍କର ସାମୁଦ୍ରୀକ ଝଡରେ ପରିଣତ ହେବ ବୋଲି ବିଭାଗ ପୂର୍ବାନୁମାନ କରିଛି। ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ, ଆହୁରି ତୀବ୍ର ହେବ ଏବଂ ଉତ୍ତର ବଙ୍ଗୋପସାଗରରେ ଏବଂ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ୨୬ ମଇ ସକାଳେ ପହଞ୍ଚିବ।

୨୬ ମଇ ସନ୍ଧ୍ୟାରେ ଏହାର ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳ ଦେଇ ପାର ହେବାର ସମ୍ଭାବନା ଅଧିକ।

ଚେତାବନୀ:

(୧) ବର୍ଷା:
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଅଧିକାଂଶ ସ୍ଥାନରେ ୨୨ ଏବଂ ୨୩ ମଇରେ ହାଲୁକା ଏବଂ ମଧ୍ୟମଧରଣର ବର୍ଷା ତଥା କେତେକ ସ୍ଥାନରେ ପ୍ରବଳରୁ ଅଧିକ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।

ଗାଙ୍ଗେୟ ଉପତ୍ୟକା ପଶ୍ଚିମବଙ୍ଗ : ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା, କେତେକ ସ୍ଥାନରେ ପ୍ରବଳ ପବନ ସହିତ ୨୫ ମଇରୁ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଆରମ୍ଭ ହେବାର ସମ୍ଭାବନା ଅଧିକ ଏବଂ ପରବର୍ତ୍ତୀ ସମୟରେ ପ୍ରବଳ ପବନ ଏବଂ ବର୍ଷା ହେବାର ସମ୍ଭାବନା ଅଛି। ୨୬ ମଇରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଭାରୀ ପଡ଼ିବା ସମ୍ଭାବନା।

ହିମାଳୟର ପାଦଦେଶ ପଶ୍ଚିମବଙ୍ଗ ଏବଂ ସିକ୍କିମ୍- ୨୬ ଏବଂ ୨୭ ମଇରେ ଅଧିକାଂଶ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବୃଷ୍ଟିପାତ ତଥା କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଓଡ଼ିଶା : ୨୬ ଏବଂ ୨୭ ମଇରେ ଅଧିକାଂଶ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବୃଷ୍ଟିପାତ ତଥା ଅପକୂଳ ଅଞ୍ଚଳର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

(୨) ପବନ ଚେତାବନୀ

୨୨ ମଇରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଆଣ୍ଡାମାନ ସାଗର ଏବଂ ଏହାର ପୂର୍ବ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲାଗିଥିବା ପବନର ବେଗ ୫୦-୬୦ କିଲୋମିଟର ରହିବ ଏହା ବୃଦ୍ଧିପାଇ ୭୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବା ସମ୍ଭାବନା ରହିଛି। ଏହା ପୂର୍ବମଧ୍ୟ ବଙ୍ଗୋପ ସାଗର ଏବଂ ୨୩ ସକାଳରୁ ଉତ୍ତର ଆଣ୍ଡାମାନ ସାଗରରେ ଅଞ୍ଚଳରେ ୫୫–୬୫ କିଲୋମିଟର ବେଗରେ ପବନ ବହିବ ଏବଂ ଏହା ବୃଦ୍ଧି ପାଇ ୭୫ କିଲୋମିଟର ପର୍ଯ୍ୟନ୍ତ ହେବାର ସମ୍ଭାବନା ଅଧିକ। ୨୪ ସକାଳ ପର୍ଯ୍ୟନ୍ତ ବଙ୍ଗୋପ ସାଗରର ମଧ୍ୟ ଭାଗର ପ୍ରମୁଖ ଅଂଶରେ ପବନର ବେଗ ୬୫ ରୁ ୭୫ କୁ ବୃଦ୍ଧି ପାଇ ୮୫ କୁ ବୃଦ୍ଧି ହେବାର ସମ୍ଭାବନା ଅଧିକ ଏବଂ ୨୫ ମଇ ପର୍ଯ୍ୟନ୍ତ ଧୀରେ ଧୀରେ ବୃଦ୍ଧି ପାଇବ।

୨୪ ତାରିଖ ସନ୍ଧ୍ୟାରେ ଓଡ଼ିଶା – ପଶ୍ଚିମବଙ୍ଗ – ବାଂଲାଦେଶ ଉପକୂଳରେ ପବନର ବେଗ ୪୦-୫୦ କିଲୋମିଟର ରବିବାର ସମ୍ଭାବନା ଅଛି ଏବଂ ଏହାର ବେଗରେ ୬୦ କିଲୋମିଟର ବଢ଼ାପାରେ।
୨୫ ତାରିଖ ସନ୍ଧ୍ୟା ଠାରୁ ଧୀରେ ଧୀରେ ପବନର ବେଗ ବଢ଼ିବ ଏବଂ ୨୬ ତାରିଖରେ ଏହାର ବେଗ ୧୧୦ କିଲୋମିଟର ପର୍ଯ୍ୟନ୍ତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

(୩) ସମୁଦ୍ରର ଅବସ୍ଥା

୨୨ ଏବଂ ୨୩ ମଇରେ ଆଣ୍ଡାମାନ ସାଗର ଏବଂ ବଙ୍ଗୋପସାଗରର ପୂର୍ବମଧ୍ୟ ଉପସାଗରରେ ସମୁଦ୍ର ଅଶାନ୍ତ ରହିବ। ୨୪ ରୁ ୨୬ ମଇ ମଧ୍ୟରେ ବଙ୍ଗୋପସାଗରର ମଧ୍ୟଭାଗର ମୁଖ୍ୟ ଅଂଶ, ଉତ୍ତର ବଙ୍ଗୋପସାଗର ଏବଂ ଓଡ଼ିଶା – ପଶ୍ଚିମବଙ୍ଗ – ବାଂଲାଦେଶ ଉପକୂଳର ସମୁଦ୍ର ଅଶାନ୍ତ ରହିବ।

(୪) ଜୁଆର ତରଙ୍ଗ :
୨୨ ଏବଂ ୨୩ ମଇରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଉପକୂଳ ଅଞ୍ଚଳରେ ୧-୨ ମିଟର ଉଚ୍ଚତାର ଜୁଆର ଉଟିବାର ସମ୍ଭାବନା ଅଛି।

(୫) ମତ୍ସ୍ୟଜୀବୀଙ୍କୁ ଚେତାବନୀ

ମତ୍ସ୍ୟଜୀବୀମାନେ ଦକ୍ଷିଣ-ପୂର୍ବ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର, ଆଣ୍ଡାମାନ ସାଗର ତଥା ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ସହିତ ଏବଂ ବାହାରେ ୨୨ ରୁ ୨୪ ମଇ ମଧ୍ୟରେ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରର ଉପସାଗରରେ ୨୩-୨୫ ମଇ ଏବଂ ୨୪ ରୁ ୨୬ ମଇ ଉତ୍ତର ବଙ୍ଗୋପସାଗର ପଶ୍ଚିମବଙ୍ଗ – ଓଡିଶା – ବାଂଲାଦେଶ ଉପକୂଳ ପର୍ଯ୍ୟନ୍ତ ସମୁଦ୍ରରେ ପ୍ରବେଶ ନକରିବାକୁ ପରାମର୍ଶ ଦିଆଯାଇଛି।

ଯେଉଁମାନେ ପୂର୍ବମଧ୍ୟ ଏବଂ ଉତ୍ତର-ପୂର୍ବ ବଙ୍ଗୋପସାଗରର ଗଭୀର ସମୁଦ୍ରରେ ଅଛନ୍ତି ସେମାନଙ୍କୁ ଉପକୂଳକୁ ଫେରିବାକୁ ପରାମର୍ଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.