Home Coronavirus Outbreak ଟୀକାକରଣକୁ ନେଇ ସ୍ୱାସ୍ଥ୍ୟ ବିଭାଗର ନୂଆ ବିଜ୍ଞପ୍ତି ଜାରୀ – ରାଜ୍ୟରେ ବଦଳିଲା ଟିକାକରଣ ନିୟମ

ଟୀକାକରଣକୁ ନେଇ ସ୍ୱାସ୍ଥ୍ୟ ବିଭାଗର ନୂଆ ବିଜ୍ଞପ୍ତି ଜାରୀ – ରାଜ୍ୟରେ ବଦଳିଲା ଟିକାକରଣ ନିୟମ

196

ଭୁବନେଶ୍ୱର ୨୦-୫ (ଓଡ଼ିଆ ପୁଅ) ମହାମାରୀର ବିକାଶଶୀଳ ପରିସ୍ଥିତିକୁ ନେଇ ସମଗ୍ର ବିଶ୍ୱରୁ ବୈଜ୍ଞାନିକ ପ୍ରମାଣ ଏବଂ ଅଭିଜ୍ଞତା ଉପରେ ଆଧାର କରି COVID-19 ର ଟିକାକରଣ ଉପରେ ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ୍ ଦ୍ୱାରା ଗତକାଲି ଏକ ସୁପାରିଶକୁ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଦ୍ୱାରା ଗ୍ରହଣ କରାଯାଇଛି। ଏହା ପରେ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଦ୍ୱାରା ଏକ ନିର୍ଦ୍ଦେଶାବଳୀ ତଥା ଉପଦେଶାବଳୀ ଜାରୀ କରାଯାଇଥିଲା। ଏହି ଆଧାରରେ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର ପରିବାର କଲ୍ୟାଣ ବିଭାଗ ନୂଆ ବିଜ୍ଞପ୍ତି ଜାରୀ କରିଛନ୍ତି। ଏହି ବିଜ୍ଞପ୍ତି, ସ୍ୱାସ୍ଥ୍ୟ ଏବଂ ପରିବାର ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶ୍ରୀ ପି କେ ମହାପାତ୍ର, ସରକାରଙ୍କ ତରଫରୁ ଜାରୀ କରିଛନ୍ତି। ଏ ନେଇ ସମସ୍ତ କଲେକ୍ଟର ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍, ମ୍ୟୁନିସିପାଲିଟି କମିଶନର, ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଏବଂ ରାଉରକେଲା କର୍ପୋରେସନ୍ କମିଶନର ମାନଙ୍କୁ ସୂଚିତ କରାଯାଇଛି।

ସୂଚନା ଅନୁଯାୟୀ, COVID-୧୯ ପାଇଁ ଭ୍ୟାକ୍ସିନ୍ ଆଡମିନିଷ୍ଟ୍ରେସନ୍ ଉପରେ ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ୍ ଦ୍ୱାରା କରାଯାଇଥିବା ନୂତନ ସୁପାରିଶକୁ ବୁଧବାରଦିନ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି।

ପରାମର୍ଶ ଅନୁଯାୟୀ, କରୋନା ରୋଗରୁ ସୁସ୍ଥ ହେବାର ତିନି ମାସ ମଧ୍ୟରେ COVID-୧୯ ଟୀକାକରଣ ସ୍ଥଗିତ କରାଯିବା ଉଚିତ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

ଯଦି ପ୍ରଥମ ଡୋଜ୍ ପରେ ସଂକ୍ରମିତ ହୁଅନ୍ତି, ଦ୍ୱିତୀୟ ଡୋଜ୍ COVID-୧୯ ରୁ ସୁସ୍ଥ ହେବାର ତିନିମାସ ପରେ ନେଇପାରିବେ ଟୀକା।

ଡାକ୍ତରଖାନା କିମ୍ବା ଆଇସିୟୁରେ ରହିଥିବା ଅନ୍ୟ କୌଣସି ଗୁରୁତର ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନେ ମଧ୍ୟ ଟିକା ପାଇବା ପୂର୍ବରୁ ୪-୮ ସପ୍ତାହ ଅପେକ୍ଷା କରିବେ ବୋଲି ମନ୍ତ୍ରଣାଳୟ କହିଛି।

ଜଣେ ବ୍ୟକ୍ତି ଟିକା ଗ୍ରହଣ କରିବା କିମ୍ବା COVID ରେ ପୀଡିତ ହୋଇଥିଲେ RT-PCR ଟେଷ୍ଟ କରି ରିପୋର୍ଟ ନେଗେଟିଭ୍ ଆସିବାର ୧୪ ଦିନ ପରେ ପରେ ରକ୍ତ ଦାନ କରିପାରିବେ।

ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ଟୀକାକରଣ ସୁପାରିଶ କରାଯାଇଛି।

ଟୀକାକରଣ ପୂର୍ବରୁ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ଦ୍ୱାରା ଟିକା ଗ୍ରହଣକାରୀଙ୍କ ସ୍କ୍ରିନିଂର କୌଣସି ଆବଶ୍ୟକତା ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

ତେଣୁ ଉପରୋକ୍ତ ସୁପାରିଶ୍ ଅନୁଯାୟୀ, ରାଜ୍ୟରେ ଟୀକାକରଣ କରାଯିିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.