୨୭ରୁ ଜାପାନୀ ଟିକାକରଣ କାର୍ଯ୍ୟକ୍ରମ

ପୁରୀ, ୨୩/୧୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଆସନ୍ତା ୨୭ତାରିଖରୁ ପୁରୀ ଜିଲ୍ଲାରେ ଜାପାନୀ ଟିକାକରଣ କାର୍ଯ୍ୟକ୍ରମ କରାଯିବ। ୨୦ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ବର୍ଷକରୁ ୧୫ବର୍ଷ ମଧ୍ୟରେ ଥିବା ୪ଲକ୍ଷ ୬୦ହଜାର ୪୬୯ଜଣଙ୍କୁ ଟିକା ଦିଆଯିବ। ଏଥିଲାଗି ୫ଲକ୍ଷ ୬ହଜାର ୪୨୭ଟି ଡୋଜ୍ ଇଞ୍ଜେକ୍ସନ୍ ବ୍ୟବସ୍ଥା କରାଯାଇଛି। ଏଥିରେ ୩୫୬ଜଣ କର୍ମଚାରୀ ଓ ୩୬୮ଜଣ ସୁଇପର ସୁପରଭାଇଜରଙ୍କୁ ନିଯୁକ୍ତି କରାଯିବାକୁ ସ୍ଥିର ହୋଇଛି। ଏନେଇଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଡିଆରଡିଏ ସମ୍ମେଳନ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରୁ ସୂଚନା ମିଳିଥିଲା ଯେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଏହି…

"୨୭ରୁ ଜାପାନୀ ଟିକାକରଣ କାର୍ଯ୍ୟକ୍ରମ"

ଆରମ୍ଭ ହେଲା କୁରାଳ ପଞ୍ଚମୀ, ରୁଦ୍ରପାଳ ଓ ରତ୍ନେଶ୍ୱରୀଙ୍କୁ ପୂଜା କଲେ କୁମ୍ଭକାର

ପୁରୀ, ୨୩/୧୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ମାର୍ଗଶୀର ଶୁକ୍ଳ ପଞ୍ଚମୀ ତିଥିରେ ପାଳିତ ହୋଇଛି କୁମ୍ଭକାରମାନଙ୍କ ପବିତ୍ରୟ ର୍ପ କୁରାଳ ପଞ୍ଚମୀ। କୁମ୍ଭାରପଡା ବାଳାସାହି, ଟିକରପଡା, ଜେନା ସାହି ଓ ଚାରିନଳା ଅଞ୍ଚଳରେ ବସବାସ କରୁଥିବା କୁମ୍ଭକାରମାନେ ଅତ୍ୟନ୍ତ ସୁଦ୍ଧପୁତ ଭାବେ ପାରମ୍ପାରିକ ରୀତିନୀତି ଅନୁଯାୟୀ ଏହି କୁରାଳ ପଞ୍ଚମୀ ପର୍ବ ପାଳନ କରିଛନ୍ତି। ଏଥିପାଇଁ କୁମ୍ଭକାର ପରିବାରରେ ଦେଖାଦେଇଛି ଆନନ୍ଦ ଉତ୍ସାହ। ପୂଜା ପାଇଁ ସମଗ୍ର କୁମ୍ଭକାର ବସ୍ତି ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ପ୍ରଭୁ ରୁଦ୍ରକଳ ଓ ରତ୍ନେଶ୍ୱରୀଙ୍କୁ ଆଦ୍ୟ କୁମ୍ଭକାର ଭାବେ ପୂଜାର୍ଚ୍ଚନା କରାଯାଉଛି। କେହି ନିଜର ଶାରଳା ମଧ୍ୟରେ ପ୍ରଭୁ ଋଦ୍ରେଶ୍ୱର ଓ ମା’ ରତ୍ନେଶ୍ୱରୀଙ୍କୁ…

"ଆରମ୍ଭ ହେଲା କୁରାଳ ପଞ୍ଚମୀ, ରୁଦ୍ରପାଳ ଓ ରତ୍ନେଶ୍ୱରୀଙ୍କୁ ପୂଜା କଲେ କୁମ୍ଭକାର"

ଶ୍ରୀମନ୍ଦିର ଚାରିପାଖେ ଡିଜେ ବାଜିବା ମନା

ପୁରୀ, ୨୩/୧୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶ୍ରୀମନ୍ଦିର ଚାରିପାଖରେ ଡିଜେ ବାଜିବା ଉପରେ କଟକଣା ଜାରି କରିଛି ପ୍ରଶାସନ। ଏନେଇ ଉପଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ପଦକ୍ଷେପ ନିଆଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ବୈଠକରେ ଡିଜେ ମାଲିକମାନେ ଯୋଗ ଦେଇଥିଲେ। ସୂଚନା ମୁତାବକ ଶ୍ରୀମନ୍ଦିର ଚାରିପାଖରେ ଡିଜେ ବାଜିଲେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ୍ ପହଡରେ ବ୍ୟାଘତ ହେଉଛି। ଜନ ବହୁଳ ଅଞ୍ଚଳ ହେଉଥିବାରୁ ଅଧିକ ଶବ୍ଦ ପ୍ରଦୂଷଣ ହୋଇଛି। ପର୍ଯ୍ୟଟକମାନେ ବିରକ୍ତି ହେଉଛନ୍ତି। ଟ୍ରାଫିକ ଜାମ୍ ହେଉଛି। ଏନେଇ ଶ୍ରୀମନ୍ଦିର ଚାରିପାଖରେ ବସବାସ କରୁଥିବା ଲୋକେ ଅଭିଯୋଗ କରୁଛନ୍ତି। ତେଣୁ ଏଭଳି ଡିଜେ ବାଜିବା ବ୍ୟବସ୍ଥାକୁ ନିଷିଦ୍ଧ କରାଯାଇଛି। ଆସନ୍ତା ୨୨ପରେ ନିର୍ଦ୍ଦେଶକୁ କଡାକଡି…

"ଶ୍ରୀମନ୍ଦିର ଚାରିପାଖେ ଡିଜେ ବାଜିବା ମନା"

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଅଭିଯାନ

ପୁରୀ, ୨୩/୧୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ରାଜ୍ୟ ସରକାରଙ୍କ ପକ୍ଷରୁ ଦ୍ୱିତୀୟ ବର୍ଷ ପାଇର୍ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୨୩ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ରାଜସ୍ଥାନର ଆଜମିର ଓ ପୁଷ୍କର ଯାତ୍ରା କରିଛନ୍ତି। ଏଥିପାଇଁ ଗୁରୁବାର ପୂର୍ବାହ୍ନରେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ସମ୍ମୁଖରେ ବରିଷ୍ଠ ନାଗରିକମାନଙ୍କର ଭିଡ ଜମିଥିଲା। ତୀର୍ଥଯାତ୍ରାରେ ଯାଉଥିବାରୁ ସେମାନଙ୍କ ମଧ୍ୟରେ ଉତ୍ସାହ ସ୍ପଷ୍ଟ ବାରି ହୋଇ ପଡୁଥିଲା। ଏଭଳି ଏକ ମହତ୍ କାର୍ଯ୍ୟ ପାଇଁ ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ। ଦୁଇଟି ବସ ଯୋଗେ ପୁରୀରୁ ୧୨୩ଜଣ ବରିଷ୍ଠ ପୁରୁଷ ଓ ମହିଳା ଭୁବନେଶ୍ୱର ଯାତ୍ରା କରିଥିଲେ। ଜିଲ୍ଲାପାଳ ଅରବିନ୍ଦ…

"ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଅଭିଯାନ"

ବିଶ୍ୱ ଶିଶୁ ଦିବସରେ ପିଲା ଚଳାଇଲେ ଗୋଷ୍ଠୀ ବେତାର କେନ୍ଦ୍ର

କୋଣାର୍କ ୨୦-୧୧ (ଓଡ଼ିଆ ପୁଅ); କୋଣାର୍କସ୍ଥିତ ଓଡିଶାର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ନମସ୍କାର ଆଜି ବିଶ୍ୱ ଶିଶୁ ଦିବସ ନଭେମ୍ବର ୨୦ ତାରିଖରେ ଶିଶୁମାନଙ୍କ ଦ୍ୱାରା ପରିଚାଳିତ ହେଲା। ଆଜିର କାର୍ଯ୍ୟକ୍ରମ ପ୍ରସ୍ତୁତି ସହ କେନ୍ଦ୍ର ପରିଚାଳନା ଓ ପ୍ରସାରଣ ପିଲାମାନଙ୍କ ଦ୍ୱାରା ହେଲା। ଏପରି କେବଳ ଶିଶୁ ମାନଙ୍କ ଦ୍ୱାରା ପରିଚାଳିତ ହେବାରେ ରେଡିଓ ନମସ୍କାର ଦେଶରେ ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର। ସୂଚନାଯୋଗ୍ୟ ଯେ ରାଜ୍ୟର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ଭାବେ ୨୦୧୦ ମସିହା ଫେବ୍ରୁଆରୀ ୧୦ ତାରିଖରେ ରେଡିଓ ନମସ୍କାର କୋଣାର୍କ ଠାରେ ସ୍ଥାପନା ହେବା ପରଠାରୁ ନିରନ୍ତର ଭାବେ ଜନ ହିତକର ଓ ସଚେତନତାଧର୍ମୀ କାର୍ଯ୍ୟକ୍ରମ…

"ବିଶ୍ୱ ଶିଶୁ ଦିବସରେ ପିଲା ଚଳାଇଲେ ଗୋଷ୍ଠୀ ବେତାର କେନ୍ଦ୍ର"

ଡାକ ସଞ୍ଚୟ ବ୍ୟାଙ୍କ କର୍ମଚାରୀ ଜାତୀୟ ସମ୍ମିଳନୀ ଉଦ୍ୟାପିତ

ପୁରୀ, ୨୦/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ସର୍ବ ଭାରତୀୟ ଡାକ ସଞ୍ଚୟ ବ୍ୟାଙ୍କ ନିୟନ୍ତ୍ରଣ ସଂଗଠନ କର୍ମଚାରୀ ସଂଘର ଦୁଇଦିନିଆ ଜାତୀୟ କାର୍ଯ୍ୟକାରୀ ବୈଠକ ଉଦ୍ୟାପିତ ହୋଇଯାଇଛି। ଉଦ୍ୟାପନୀ ସଭାରେ ଜାତୀୟ ଡାକ କର୍ମଚାରୀ ମହାସଂଘର ମହାସଚିବ କମ୍ରେଡ୍ ଏମ୍କ୍ରିଷ୍ଣନ ସଂଘର ଜାତୀୟ ସଭାପତି ଏସ୍ଏସ୍ ସାଠେ, ଅଖିଳ ଭାରତୀୟ ଡାକ ସଞ୍ଚୟ ବ୍ୟାଙ୍କ ସଂଗଠନ କର୍ମଚାରୀ ସଂଘର ମହାସଚିବ ବିରେନ୍ଦ୍ର ତିୱାରୀ, ସଂଗଠନର ପ୍ରାକ୍ତନ ମହାସଚିବ ଏସ୍ପିକୁଲକନି, ଡାକ ସଞ୍ଚୟ ସଂଗଠନ ଓଡିଶା ମଣ୍ଡଳରପ୍ରାକ୍ତନ ସମ୍ପାଦକ ପି. ରାମ ସିଂ, ନ୍ୟାସନାଲ ଫେଡେରେସନ ଫର୍ ପୋଷ୍ଟାଲ ଏମ୍ପ୍ଳେଇସ୍ ମଣ୍ଡଳ ସମ୍ପାଦକ କମ୍ଲେଡ୍ ବୃହସ୍ପତି ସାମଲ ପ୍ରମୁଖ ବୈଠକରେ ବକ୍ତବ୍ୟ ରଖି ଆଗାମୀ ଦିନରେ…

"ଡାକ ସଞ୍ଚୟ ବ୍ୟାଙ୍କ କର୍ମଚାରୀ ଜାତୀୟ ସମ୍ମିଳନୀ ଉଦ୍ୟାପିତ"

ଭାରତ ବିକାଶ ପରିଷଦ ମହିଳା ସହଭାଗିତା କାର୍ଯ୍ୟକ୍ରମ

ପୁରୀ, ୨୦/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଭାରତ ବିକାଶ ପରିଷଦ ଶ୍ରୀଜଗନ୍ନାଥ ଧାମ ଶାଖା ପକ୍ଷରୁ ୟୁଥ୍ ହଷ୍ଟେଲ ପରିସରରେ ମହିଳା ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପରିଷଦର ରାଷ୍ଟ୍ରୀୟ ସଚିବ ଏହି କାର୍ଯ୍ରକ୍ରମକୁ ଉଦ୍ଘାଟିତ କରି କହିଲେ ଯେ ମହିଳା ହେଉଛନ୍ତି ଶକ୍ତି ସ୍ୱରୂପା। ତେଣୁ ତାଙ୍କ ଶକ୍ତି ମାପିବା ପାଇଁ ପୁରୁଷ କାହିଁକି ତାଙ୍କମାନଙ୍କ ବ୍ୟବହାର କରିବେ। ଶାଖା ସଭାପତି ପଦ୍ମନାଭ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିଷଦର କ୍ଷତ୍ରିୟ ସଚିବ ବିଜୟାନନ୍ଦ ଜି ଦୁବେ, ପ୍ରାନ୍ତୀୟ ସଚିବ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ଶାଖା ସଚିବ ସୁପ୍ରିତି ରଥ, ଆବାହିକା ଗୀତାଞ୍ଜଳି ସାମନ୍ତରାୟ ନାରୀମାନଙ୍କ ସାମାଜିକ ସ୍ଥିତି ଓ ଆଜିର ଆହ୍ୱାନ…

"ଭାରତ ବିକାଶ ପରିଷଦ ମହିଳା ସହଭାଗିତା କାର୍ଯ୍ୟକ୍ରମ"

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ଉଦ୍ୟାପିତ

ପୁରୀ, ୨୦/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶିଶୁ ମହୋତ୍ସବ ଟ୍ରଷ୍ଟ ଆନୁକୂଲ୍ୟରେ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ରବିବାର ସନ୍ଧ୍ୟାରେ ଉଦ୍ୟାପିତ ହୋଇଯାଇଛି। ରାଜ୍ୟ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ଉଦ୍ୟାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ଶିଶୁ ଭଗବାନଙ୍କ ପ୍ରତିରୂପ। ସେମାନଙ୍କ ମନରେ କାହା ପ୍ରତି କୌଣସି ନକାରାତ୍ମକ ଭାବନା ନଥାଏ। ସୋମାନେ ସମସ୍ତଙ୍କୁ ଆପଣାର ବୋଲି ଭାବିଥାନ୍ତି। ଶିଶୁମାନଙ୍କ ପ୍ରତିଭାର ବିକାଶରେ ମହୋତ୍ସବ ବିଶେଷ ସହାୟକ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଟ୍ରଷ୍ଟର ସଭାପତି ସଦାଶିବ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର, ଉପଜିଲ୍ଲାପାଳ ମଧୁସୂଦନ…

"ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ଉଦ୍ୟାପିତ"

ବିଶ୍ୱ ଶିଶୁ ଅଧିକାର ଦିବସ ପାଳିତ

ପୁରୀ, ୨୦/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ବିଶ୍ୱମ୍ବର ବିଦ୍ୟାପୀଠ ପରିସରରେ ମାସିକ ଶିଶୁ ସମ୍ବାଦ ପତ୍ର ଶିଶୁ ସମାଚାର ପକ୍ଷରୁ ବିଶ୍ୱ ଅଧିକାର ଦିବସ ଉପଦେଷ୍ଟା ଚକ୍ରଧର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଓଡିଶା ପ୍ରଶାସନିକ ଅଧିକାରୀ ସନ୍ନ୍ୟାସୀ ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଜିଲ୍ଲା ଉପଶିକ୍ଷା ନିରୀକ୍ଷକ ମଞ୍ଜୁଲତା ବେହେରା, ଜିଲ୍ଲା ଶିଶୁ ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ସିର୍ଦ୍ଧାଥ ରାୟ, ରାଜ୍ୟ ଶିଶୁ ସୁରକ୍ଷା ସମିତି ସଂଯୋଜକ ସଂଗ୍ରାମ ସାମିଲ, ଶିଶୁ ସମାଚାର ସମ୍ପାଦକ ସୁକାନ୍ତ ପଣ୍ଡା ପ୍ରମୁଖ ଅତିଥି ରୂପେ ଯୋଗଦେଇ ଶିଶୁମାନଙ୍କ ଅଧିକାର ଆଇନକୁ କାର୍ଯ୍ୟକାରୀ…

"ବିଶ୍ୱ ଶିଶୁ ଅଧିକାର ଦିବସ ପାଳିତ"

ଡାକ କର୍ମଚାରୀଙ୍କ କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟି ବୈଠକ

ପୁରୀ, ୧୯/୧୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଭାରତୀୟ ଡାକ ସେଭିଂ ବ୍ୟାଙ୍କ କେନ୍ଦ୍ରୀୟ ସଂଗଠନର କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟିର ଦୁଇ ଦିନିଆ ବୈଠକ ଅନୁଷ୍ଠିତ ହୋଇଛି। ରବିବାର ପୂର୍ବାହ୍ନରେ ଶ୍ରୀଗୁଣ୍ଡି ଭକ୍ତନିବାସ ପରିସରରେ ଆୟୋଜିତ ବୈଠକକୁ ନ୍ୟାସନାଲ ଫେଡରେସନ ଅଫ୍ ସ୍ପୋଟାଲ ଏମ୍ପଲୋଇସ୍ ମହାସଚିବ ରାମ ନିବାସ ପରାସର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଫେଡରେସନ ଅଫ୍ ସେଣ୍ଟ୍ରାଲ ଗଭଣ୍ଣମେ ଏମ୍ପ୍ଳୋଇମେଣ୍ଟର ମହାସଚିବ କମ୍ରେଡ ଏସ୍ କିଷ୍ଣନ୍ ନ୍ୟାସନାଲ ଫେଡେରେସନ ଅଫ୍ କୋଷ୍ଟାଲ ଏମ୍ପ୍ଲୋଇସ୍ର ସଭାପତି ଗିରିଜା ସିଂ, କମ୍ରେଡ୍ ବିରେନ୍ଦ ତିୱାରୀ ପ୍ରମୁଖ କାର୍ଯ୍ୟରେ ବକ୍ତବ୍ୟ ରଖି ଏସ୍ବିସିଓ ଷ୍ଟାଫମାନଙ୍କର ବିଭିନ୍ନ ସମସ୍ୟମାନଙ୍କରେ ବିଷଦ ଭାବେ ଆଲୋଚନା କରିଥିଲେ। ବୈଠକରେ ଏସ୍ବିସିଏକୁ…

"ଡାକ କର୍ମଚାରୀଙ୍କ କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟି ବୈଠକ"