Home ଜିଲ୍ଲା ପରିକ୍ରମା ଶିଶୁ ଶ୍ରମିକ ନିରୋଧ କର୍ମଶାଳା ଅନୁଷ୍ଠିତ

ଶିଶୁ ଶ୍ରମିକ ନିରୋଧ କର୍ମଶାଳା ଅନୁଷ୍ଠିତ

72

ପୁରୀ ୧୭/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପ୍ରତିଟି ଶିଶୁ ଆଗାମୀ କାଲିର ଭବିଷ୍ୟତ।ସେମାନେ ଦେଶ ପାଇଁ ଜଣେ ଜଣେ ସମ୍ବଳ ମଧ୍ୟ।ତେଣୁ ସେମାନଙ୍କୁ ଉଚିତ ଶିକ୍ଷା ଓ ପରିବେଶ ଯୋଗାଇ ଦେବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ। ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଏଥିରେ ଯୋଗ ଦେବା ସହ ଶିଶୁ ଶ୍ରମିକ ଓ ବାଲ୍ୟ ବିବାହ ଏକ ଘୃଣ୍ୟ ପ୍ରଥା ହୋଇଥିବାରୁ ଏହାକୁ ସବୁ ସ୍ତରରୁ ପ୍ରତିହତ କରିବାର ଆବଶ୍ୟକତା ରହିଛି। ତେଣୁ ସମ୍ବେଦନଶୀଳ ଓ ଦାୟିତ୍ୱର ସହ ପ୍ରତ୍ୟେକ କାର୍ଯ୍ୟ ନିର୍ବାହ କରିବାକୁ ସେ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିଶୁ କଲ୍ୟାଣ କମିଟିର ଅଧ୍ୟକ୍ଷ ଅଜିତ କୁମାର ମହାପାତ୍ର, ନିମାପଡା ଏନ ଏ ସି ନିର୍ବାହୀ ଅଧିକାରୀ ସରୋଜ ଆଚାର୍ଯ୍ୟ, ଚାଇଲ୍ଡ ଲାଇନ ନିର୍ଦ୍ଦେଶକ ଦେବାଶିଷ ରଥ, ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି, ଡିଭିଜିଓନାଲ ଶ୍ରମ ଆୟୁକ୍ତ ଶିବ ଶଙ୍କର ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ, ସହକାରୀ ଶ୍ରମ ଅଧିକାରୀ ବିକ୍ରମ କେଶରୀ ପ୍ରଧାନ ପ୍ରମୁଖ ଏଥିରେ ଯୋଗ ଦେଇ ଶିଶୁ ଶ୍ରମିକ ନିରୋଧ ସମ୍ପର୍କରେ ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.