Home ଓଡ଼ିଶା ପୁରୀ ସ୍ୱର୍ଗଦ୍ୱାରର ହରିଶ୍ଚନ୍ଦ୍ର ସହାୟତା ରାଶି ୪୦୦୦ଟଙ୍କାକୁ ବୃଦ୍ଧି

ପୁରୀ ସ୍ୱର୍ଗଦ୍ୱାରର ହରିଶ୍ଚନ୍ଦ୍ର ସହାୟତା ରାଶି ୪୦୦୦ଟଙ୍କାକୁ ବୃଦ୍ଧି

42

– ଖୁବ୍ ଶୀଘ୍ର ସ୍ଵର୍ଗଦ୍ଵାର ଆପ୍ ଓ ୱେବସାଇଟ ଲଂଚ
– ଆରମ୍ଭ ହେଲା ଏସ ଏମ ଏସ ଓ କାଠ ବୋହିବା ପାଇଁ ସେବା
– ବୀମା ଅନ୍ତର୍ଭୁକ୍ତ ହେବେ ସଂସ୍କାର ସେବକ, ମିଳିବ ମୃତ୍ୟୁ କାଳୀନ ଓ ବିବାହ ସହାୟତା ରାଶି

ପୁରୀ ୧.୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ସ୍ଵର୍ଗଦ୍ଵାରକୁ ଦାହ ସଂସ୍କାର ପାଇଁ ଆସୁଥିବା ବ୍ୟକ୍ତି ବିଶେଷମାନଙ୍କୁ ଶୋଷଣ ମୁକ୍ତ ଓ ବାଧା ରହିତ ବ୍ୟବସ୍ଥା ଦେବା ପାଇଁ ସ୍ଵର୍ଗଦ୍ଵାର ସେବା ସମିତି ତରଫରୁ ବିଭିନ୍ନ ପ୍ରକାର ସେବାର ବ୍ୟବସ୍ଥା କରାଯାଇଛି। ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ହରିଶ୍ଚନ୍ଦ୍ର ଯୋଜନା ରାଶିକୁ ତିନି ହଜାରରୁ ଚାରି ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଯାହା ସୋମବାର ମଧ୍ୟ ରାତ୍ରରୁ ଲାଗୁ ହୋଇଛି। ଏହା ସହିତ ସ୍ଵର୍ଗଦ୍ଵାର ସେବା କେନ୍ଦ୍ରରୁ ସେବା ନେଇ ଥିବା ବ୍ୟକ୍ତିମାନଙ୍କ ରେଜିଷ୍ଟ୍ରେଡ ମୋବାଇଲ ନମ୍ବରକୁ ଏସ ଏମ ଏସ ମାଧ୍ୟମରେ ବାର୍ତ୍ତା ପଠାଇବା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ଯାହା ଫଳରେ ଯଦି କେହି ତାଙ୍କ ରସିଦ ହଜାଇ ଦେଇଥାନ୍ତି ତେବେ ରେଜିଷ୍ଟ୍ରେସନ ନମ୍ବର ଦେଖାଇ ପୁଣି ସହଜରେ ଡୁପ୍ଲିକେଟ ରସିଦ ପାଇ ପାରିବେ। ସେହି ପରି ପୂର୍ବରୁ ହରିଶ୍ଚନ୍ଦ୍ର ସହାୟତା ପାଉ ଥିବା ବ୍ୟକ୍ତି ବିଶେଷ ଦାହ କାର୍ଯ୍ୟ ପାଇଁ ଦେଢ଼ କୁଇଁଣ୍ଟାଲ କାଠ ପାଉଥିବା ବେଳେ ଏବେ ଏହା କୁ ବୃଦ୍ଧି କରି କୁଇଣ୍ଟାଲ ଅଶି କେଜି କରାଯାଇଛି। ସେହି ପରି ପଥ ଶ୍ରାଦ୍ଧ ସାମଗ୍ରୀ ମଧ୍ୟ ହରିଶ୍ଚନ୍ଦ୍ର ସହାୟତା ରାଶିରେ ଅନ୍ତର୍ଭୁକ୍ତ କରାଯାଇଛି। ସଂସ୍କାର ସାମଗ୍ରୀରେ ଘିଅ ପରିମାଣ ବୃଦ୍ଧି କରି ୨୦୦ ଗ୍ରାମରୁ ୩୦୦ଗ୍ରାମ କରାଯାଇଛି। ଶବ ସଂସ୍କାର କରିବାକୁ ଆସୁଥିବା ବ୍ୟକ୍ତି ବିଶେଷ କାଠ ବୋହି କି ନେବା ପାଇଁ ପୂର୍ବରୁ କେବଳ ଟ୍ରଳି ବ୍ୟବସ୍ଥା ଥିଲା, ଏହି ବ୍ୟବସ୍ଥାରେ ସୁଧାର ଆଣି କାଠ ବୋହିବା ପାଇଁ ୭ଜଣ ପରିବହନ ସେବକ ମୁତୟନ କରାଯାଇଛି। ଯାହା ଫଳରେ ମୃତ ବ୍ୟକ୍ତି ଦାହ ସଂସ୍କାର ସ୍ଥାନକୁ ଏହି ସେବକ ମାନେ ଟ୍ରଲି ସାହାଯ୍ୟରେ କାଠ ବୋହି କି ନେଇ ପାରିବେ। ସେହିପରି ଦାହ ସଂସ୍କାର କରୁଥିବା ସେବକମାନଙ୍କୁ ବୀମା ଅନ୍ତର୍ଭୁକ୍ତ କରିବା ସହିତ ସେମାନଙ୍କୁ ବିବାହ ଓ ମୃତ୍ୟୁ କାଳୀନ ସହାୟତା ରାଶି ପ୍ରଦାନ ପାଇଁ ବ୍ୟବସ୍ଥା ଆରମ୍ଭ ହୋଇଛି ବୋଲି ସ୍ଵର୍ଗଦ୍ଵାର ସେବା ସମିତି ଆବାହକ ସମ୍ପାଦକ ତଥା ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ଜଣାଇଛନ୍ତି। ପୁରୀ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ପ୍ରତ୍ୟାକ୍ଷ ତତ୍ବାବଧାନରେ ସ୍ଵର୍ଗଦ୍ଵାର ସଂସ୍କାର କାର୍ଯ୍ୟ ଜାରି ରହିଥିବା ବେଳେ ଏହାର ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସ୍ଵର୍ଗଦ୍ଵାର ସେବା ସମିତି ତରଫରୁ ପ୍ରତ୍ୟେକ ଦିନ କିଛି ନା କିଛି ନୂତନ ବ୍ୟବସ୍ଥା ଲାଗୁ କରାଯାଉଛି। ଖୁବ୍ ଶୀଘ୍ର ସ୍ଵର୍ଗଦ୍ଵାର ସେବା ସମିତି ତରଫରୁ ଆପ୍ ଓ ୱେବ୍ ସାଇଡ ଲଂଚ ପାଇଁ ମଧ୍ୟ ବ୍ୟବସ୍ଥା ହେଉଛି ବୋଲି ସେବା ସମିତି କାର୍ଯ୍ୟକାରୀ ସଦସ୍ୟ ଶ୍ରୀ ସିଦ୍ଧାର୍ଥ ରାୟ କହିଛନ୍ତି।ସୂଚନା ଯୋଗ୍ୟ ଯେ ସ୍ଵର୍ଗଦ୍ଵାର ପରିଚାଳନା କୁ ସୁବ୍ୟବସ୍ଥିତ କରିବା ପାଇଁ ପୁରୀ ମ୍ୟୁନିପାଲିଟି ଠାରୁ ସ୍ଵର୍ଗଦ୍ଵାର ସେବାସମିତି କାର୍ଯ୍ୟଭାର ହାତ କୁ ନେଇ ଏହାର ପରିଚାଳନା ଓ ବିକାଶ ପାଇଁ କାର୍ଯ୍ୟକରି ଉଚ୍ଚପ୍ରସଂଶିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.