Home ଜିଲ୍ଲା ପରିକ୍ରମା ଲୋକ ମହୋତ୍ସବ ହିଁ ଲୋକକଳା ଏବଂ ଲୋକ ସଂସ୍କୃତି ସୁରକ୍ଷା ତଥା ସଂରକ୍ଷଣର ମାଧ୍ୟମ

ଲୋକ ମହୋତ୍ସବ ହିଁ ଲୋକକଳା ଏବଂ ଲୋକ ସଂସ୍କୃତି ସୁରକ୍ଷା ତଥା ସଂରକ୍ଷଣର ମାଧ୍ୟମ

36

ବ୍ରହ୍ମଗିରି -୧୨/୦୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଭୁଵନପୁର ପଞ୍ଚାୟତ ର ଗୋଖରା ଠାରେ ଥିବା ମୃତ୍ୟୁଞ୍ଜୟ କଲ୍ୟାଣ ମଣ୍ଡପ ରେ ଲୋକ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଶ୍ରୀ ଶ୍ରୀ ସିଦ୍ଧେଶ୍ୱର କ୍ଳବ୍ ଆନୁକୁଲ୍ୟରେ ଏବଂ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ତରଫରୁ ଏହି ମହୋତ୍ସବ ଆୟୋଜିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ପବିତ୍ର ମୋହନ ଦାସ ଯୋଗଦେଇ କହିଥିଲେ ଯେ ଲୋକ ମହୋତ୍ସବ ଜରିଆରେ ଲୋକ ନୃତ୍ୟ ଓ ଲୋକ ସଂସ୍କୃତିର ସଂରକ୍ଷଣ ହୋଇ ପାରିବ। ସମ୍ମାନୀତ ଅତିଥି ରୂପେ ଯୁଗଳ ପ୍ରଧାନ, ବିରଞ୍ଚି ନାରାୟଣ ପ୍ରଧାନ, ଶ୍ରମିକ ନେତା ଭୀମସେନ ସ୍ବାଇଁ, ପୀତବାସ ବେହେରା, ଅଜୟ କୁମାର ସ୍ବାଇଁ, ବ୍ରହ୍ମଚାରୀ ପଲାଇ, ଚରଣ ବେହେରା ଓ ଗୁଣନିଧି ବରାଳ ପ୍ରମୁଖ ଯୋଗ ଦେଇଥିଲେ।କବି ତଥା ଅଧିବକ୍ତା ଦିଗମ୍ବର ବେହେରା ଏଥିରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଲୋକନୃତ୍ୟ ପରିବେଷଣ କରିଥିଲେ। ସୁଶ୍ରୀ ଲିଜାଲିନ ପ୍ରଧାନ ପ୍ରାରମ୍ଭରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।ଓଡ଼ିଶୀ, ମର୍ଦଳ, ସମ୍ବଲପୁରୀ, ଡାଲଖାଇ, ପାଇକ ନୃତ୍ୟ ପରିବେଷଣ କରି ନୃତ୍ୟ ଶିଳ୍ପୀମାନେ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ନୃତ୍ୟ ପରିବେଷଣ ହୋଇଥିଲା। ଉତ୍ସବରେ ୩୫ ଜଣ କଳାକାରଙ୍କୁ ପ୍ରମାଣ ପତ୍ର ସହିତ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା।ସ‌ହଦେବ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ନୀଳକଣ୍ଠ ସାହୁ, ବିକାଶ ଶତାବ୍ଦୀ, ସତ୍ୟରଞ୍ଜନ ବେହେରା, ଜଗନ୍ନାଥ ସାହୁ, କାହ୍ନା ମାଣିଆ, ତପୁ ବେହେରା, କୈଳାସ ମାଣିଆ, ସୁରଞ୍ଜନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ସୁରଞ୍ଜନ ସାହୁଙ୍କୁ ବେଷ୍ଟ ଭଲ୍ୟୁଣ୍ଟିଅର ସମ୍ମାନ ପ୍ରଦାନ କରାଯାଇଥିଲା। ଜିତେନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.