ମାଲକାନଗିରି ଜିଲ୍ଲା ବିଜେଡି ଦଳ କର୍ମୀସମ୍ମିଳନୀରେ ଯୋଗଦେଲେ ଦୁଇ ମନ୍ତ୍ରୀ

  ମାଲକାନଗିରି,୨୨ା୪ (ଓଡିଆ ପୁଅ )  ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ରାଜ୍ୟର ଦୁଇ ମନ୍ତ୍ରୀ ମାଲକାନଗିରି ଜିଲ୍ଲାରେ ଆଜି ପହଁଚି ଜିଲ୍ଲାସ୍ତରୀୟ ବିଜେଡି କର୍ମୀସମ୍ମିଳନୀରେ ଯୋଗଦେଇଛନ୍ତି , ମାଲକାନଗିରି ଜିଲ୍ଲା ବିଜେଡି ଦଳପକ୍ଷରୁ ସ୍ଥାନୀୟନଗର ଭବନ ଠାରେ ବିଧାୟକ ମାନସ ମାଡକାମି ଙ୍କ ଅଧ୍ୟକ୍ଷତାରେ  ଆୟୋଜିତ କର୍ମୀସମ୍ମିଳନୀରେ ରାଜ୍ୟ କ୍ରୀଡା ଓ ଯୁବବ୍ୟାପର ମନ୍ତ୍ରୀ ଚନ୍ଦ୍ରସାରଥୀବେହେରା, ଅନୁସୁଚିତ ଜନଜାତି  ଓ ଅନୁସୁଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ପଛୁଆବର୍ଗ ଶ୍ରେଣୀ କଲ୍ୟାଣ ମନ୍ତ୍ରୀ ରମେଶଚନ୍ଦ୍ର ମାଝୀ ଅତିଥି ଭାବେ ଯୋଗଦେଇ ମାଲକାନଗିରି ଜିଲ୍ଲାରେ କିପରି ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟ ହେବ ଓ ସରକାରଙ୍କ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟରେ ଗ୍ରାମଚଂଳର ଗରିବ ଲୋକେ ସାମିଲହୋଇ ତାର ସୁଫଳ ନେବେ…

"ମାଲକାନଗିରି ଜିଲ୍ଲା ବିଜେଡି ଦଳ କର୍ମୀସମ୍ମିଳନୀରେ ଯୋଗଦେଲେ ଦୁଇ ମନ୍ତ୍ରୀ"

ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ପୁବ ର୍ତନ ମୁଖ୍ୟମନ୍ତ୍ରୀ ଡଃ ସଦାଶିବ ତ୍ରୀପାଠୀଙ୍କ ଜୟନ୍ତୀ ପାଳିତ

  ମାଲକାନଗିରି, ୨୧ା୪ (ଓଡିଆ ପୁଅ ) ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ପୁବ ର୍ତନ ମୁଖ୍ୟମନ୍ତ୍ରୀ ଡଃ ସଦାଶିବ ତ୍ରୀପାଠୀଙ୍କ ଜୟନ୍ତୀ ମାଲକାନଗିରି ଜିଲ୍ଲାସୂଚନା ଲୋକ ସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ସରସ୍ୱତୀ ଶିଶୁମନ୍ଦିର ପରିସରରେ ପାଳିତ ହୋଇ ଯାଇଛି। ଜିଲ୍ଲାସୂଚନା ଲୋକସଂପର୍କ ଅଧିକାରୀ ଅମିୟକୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରଘୁମଣି ଗମାଙ୍ଗୋ, ପୌର ପରିଷଦ ଅଧ୍ୟକ୍ଷା ରାଜୱନ୍ତ କୌର, ସାହିତ୍ୟ ଏକେଡାମୀ ସଦସ୍ୟ ସାମ୍ବାଦିକ ରତ୍ନାକର ଦାଶ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶାନ୍ତିଲତା ବିଶ୍ୱାସ, ଶିକ୍ଷାବିତ ତଥା ଶିଶୁ ମନ୍ଦିର ସଭାପତି ଅନଙ୍ଗ…

"ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ପୁବ ର୍ତନ ମୁଖ୍ୟମନ୍ତ୍ରୀ ଡଃ ସଦାଶିବ ତ୍ରୀପାଠୀଙ୍କ ଜୟନ୍ତୀ ପାଳିତ"

ଜାତୀୟସ୍ତର ଭଲିବଲ ପ୍ରତିଯୋଗୀତାରେ ମାଲାକନଗିରି ଜିଲ୍ଲାର ୭ ଜଣ ଆଦିବାସୀ ବାଳକ ଭାଗ ନେଲେ, ଆଧାରକାର୍ଡରେ ତୃଟି ଯୋଗୁ ଜଣେ ବାଦ ପଡିଲେ

ମାଲକାନଗିରି, ୨୧ା୪ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାକୁ ସବୁବେଳେ ଲୋକେ ମାନେ କୁହନ୍ତି ୩୦ ନମ୍ବର ଜିଲ୍ଲା, ମାଓ ପ୍ରବଣ ହୋଇଥିବାରୁ ଏଠାରେ କିଛି ଉନ୍ନତି ହୋଇପାରୁନାହିଁ ର ଧାରଣାକୁ ଭୁଲ ପ୍ରମାଣିତ କରିଦେଇଛନ୍ତି କିଛି ଆଦିବାସୀ ବାଳକ। ହେଲେ ଏହି ଜିଲ୍ଲା କେଉଁ ଗୁଣରେ କମ ନୁହଁ, ଏହି ଜିଲ୍ଲାରୁ ଅନେକ ଆଦିବାସୀ ବାଳକ, ବାଳିକା ଜାତୀୟ, ଆନ୍ତର୍ଜାତୀୟ ସ୍ଥରରେ ବିଭିନ୍ନ କ୍ରୀଡା ପ୍ରତି ଯୋଗୀତାରେ ଭାଗନେଇ ପୁରସ୍କୃତ ହୋଇ ବେଶ ସୁନାମ ଅର୍ଜନ କରିଛନ୍ତି। ଏବେ ଏହି ଜିଲ୍ଲାରୁ ଆଉ ୮ଜଣ ୧୪ବର୍ଷରୁ କମ ବୟସର ବାଳକ ଜାତୀୟସ୍ତର ଭଲିବଲ ମ୍ୟାଚରେ ଭାଗନେଇ ଓଡିଶା ରାଜ୍ୟ ଭଲିବଲ…

"ଜାତୀୟସ୍ତର ଭଲିବଲ ପ୍ରତିଯୋଗୀତାରେ ମାଲାକନଗିରି ଜିଲ୍ଲାର ୭ ଜଣ ଆଦିବାସୀ ବାଳକ ଭାଗ ନେଲେ, ଆଧାରକାର୍ଡରେ ତୃଟି ଯୋଗୁ ଜଣେ ବାଦ ପଡିଲେ"

ଏଟିଏମରେ ଟଙ୍କା ଖାଲିହେବା ଓ କେନ୍ଦ୍ରସରକାରଙ୍କ ନୀତିକୁ ବିରୋଧ କରି ଜିଲ୍ଲା ବିଜେଡି ଦଳ ପକ୍ଷରୁ ଏଟିଏମ ଓ ବ୍ୟାଙ୍କ ଆଗରେ ବିକ୍ଷୋଭ

ମାଲକାନଗିରି, ୨୧ା୪ (ଓଡିଆ ପୁଅ ) ଏଟିଏମ ଖାଲି, ଲୋକେ ଟଙ୍କାପାଇଁ ହିନସ୍ତା ହେବା, ଭାରତ ବର୍ଷରେ ଅଘୋଷିତ ଆର୍ଥିକ ଜରୁରୀ କାଳୀନ ପରିସ୍ଥିତି, କେନ୍ଦ୍ର ସରକାରଙ୍କ ଏକାଧିକ ଅପରିଣାମଦର୍ଶୀ ନିଷ୍ପତିକୁ ବିରୋଧକରି ମାଲକାନଗିରି ଜିଲ୍ଲା ବିଜେଡି ଦଳ ପକ୍ଷରୁ ସହରରେ ଥିବା ବିଭିନ୍ନ ବ୍ୟାଙ୍କ ସହିତ ଏଟିଏମ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦେଶରେ ଅଘୋଷିତ ଆର୍ଥିକ ଜରୁରୀ କାଳିନ ପରିସ୍ଥିତି, ଏଟିଏମରେ ନାହିଁ ଟଙ୍କା ଲୋକେ ହନ୍ତସନ୍ତ, କେନ୍ଦ୍ରସରକାରଙ୍କ ଆର୍ଥିକ ପରିଚାଳନାରେ ଅପରାଗତା ବିରୋଧରେ ଜିଲ୍ଲା ବିଜେଡି ଦଳ ଓ ଛାତ୍ର, ମହିଳା, କୃଷକ ସମବାୟ ଓ ଶ୍ରମିକ ସାମୁଖ୍ୟ ପକ୍ଷରୁ ଆଜି ଶାନ୍ତି ପୁର୍ଣ୍ଣ ପ୍ରତିବାଦ କରାଯାଇଛି। ଜିଲ୍ଲା ଆଦିବାସୀ ବିକାଶ…

"ଏଟିଏମରେ ଟଙ୍କା ଖାଲିହେବା ଓ କେନ୍ଦ୍ରସରକାରଙ୍କ ନୀତିକୁ ବିରୋଧ କରି ଜିଲ୍ଲା ବିଜେଡି ଦଳ ପକ୍ଷରୁ ଏଟିଏମ ଓ ବ୍ୟାଙ୍କ ଆଗରେ ବିକ୍ଷୋଭ"

ରାଜ୍ୟ ଉନ୍ନୟନ ସଚିବ ଙ୍କ ମାଲକାନଗିରି ଜିଲ୍ଲାଗସ୍ତ, ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟସମୀକ୍ଷା

ମାଲକାନଗିରି, ୧୯ା୪ (ଓଡିଆ ପୁଅ ) ରାଜ୍ୟ ଉନ୍ନୟନ ସଚିବ ବରିଷ୍ଟ ଆଇଏଏସ ଅଫିସର ବିଜୟ ଆରୋରା ତନିଦିନିଆ ମାଲକାନଗିରି ଜିଲ୍ଲାଗସ୍ତରେ ଆସି ବିଭିନ୍ନ ଅଚଂଳ ପରିଦର୍ଶନ କରି ଉନ୍ନୟନ ମୁଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ମାଥିଲିବ୍ଲକ, କୋରକୁଣ୍ଡା, ଖଇରପୁଟ, ବ୍ଲକର ବିଭିନ୍ନ ଅଚଂଳ ଗସ୍ତକରି ଉନ୍ନୟନ କାର୍ଯ୍ୟ ପରିଦର୍ଶନ କରିବାସହିତ ଚିତ୍ରକୋଣ୍ଡା ଗୁରୁପ୍ରୀୟା ସେତୁ ନିର୍ମାଣ ସ୍ଥଳକୁ ସଚିବ ଗସ୍ତକରି ପରିସ୍ଥିତି ଅନୁଧ୍ୟାନ କରି ତୁରନ୍ତ ସେତୁ ନିର୍ମାଣକରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶଦେଇଥିଲେ। ମୁଦୁଲିପଡା ଓ ଅଣ୍ଡ୍ରାହଲ ପଚାଂୟତର ବିଭିନ୍ନ ବଣ୍ଡା ଗାଁକୁ ଯାଇ ଗ୍ରାମ ବାସୀମାନଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା କଥା ପଚାରିବୁଝି ଥିଲେ। କନ୍ୟାଆଶ୍ରମ, ବଣ୍ଡା ଘାଟି ହାଇସ୍କୁଲ…

"ରାଜ୍ୟ ଉନ୍ନୟନ ସଚିବ ଙ୍କ ମାଲକାନଗିରି ଜିଲ୍ଲାଗସ୍ତ, ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟସମୀକ୍ଷା"

ମାଓଗଡ ବିଛିନ୍ନାଞ୍ଚଳ ରେ ବିଏସଏଫ ଜବାନଙ୍କ ମାନବିକତା, ଗୁରୁତର ଆହତ ଆଦିବାସୀ ଯୁବକକୁ ଚିକିତ୍ସା ପାଇଁ ନେଲେ ଡାକ୍ତରଖାନା

ମାଲକାନଗିରି, ୧୯ା୪ (ଓଡିଆ ପୁଅ ) ଚୋର, ଡକାଏତ, ଗୁଣ୍ଡା ବଦମାସ, ମାଓବାଦୀ ମାନଙ୍କୁ ଦମନକରିବା ଓ ଶନ୍ତିଶୃଙ୍ଖଳା ପ୍ରତିଷ୍ଟା ପାଇଁ ସେମାନେ ନିଷ୍ଟୁର ହୋଇପାରନ୍ତି ହେଲେ କୌଣସି ରୋଗ ଗସ୍ତ ପରିବାର କି ନିରୀହ ଜନସାଧାରଣ ଙ୍କ ପାଇଁ ଭଗବାନ ସଦୃଶ୍ୟ ସରଳ ପାଲଟି ସେମାନଙ୍କ ନିକଟରେ ହାଜର ହୋଇ ଯାଇଥାନ୍ତି ଏହି ସୀମା ସୁରକ୍ଷା ବାହିନୀ ଜବାନମାନେ। ଏମିତି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମାଓପ୍ରବଣ ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରେ। ମାଓଗଡରେ ମାନବିକତା ଦଖାଇଛନ୍ତି ବିଏସଏଫ ଜବାନ ମାନେ। ଗ୍ରାମ ଗଣ୍ଡଗୋଳରେ ଜଣେ ଗୁରୁତର ଆହତ ଆଦିବାସୀ ଯୁବକକୁ ଜଳଭଣ୍ଡାର ପାରକରି ସୁଦୁର ଚିତ୍ରକୋଣ୍ଡା ଡାକ୍ତରଖାନାକୁ ନେଇ ଚିକିତ୍ସାକରି ଜୀବନ ବଞ୍ଚାଇ ଦେଇଛନ୍ତି…

"ମାଓଗଡ ବିଛିନ୍ନାଞ୍ଚଳ ରେ ବିଏସଏଫ ଜବାନଙ୍କ ମାନବିକତା, ଗୁରୁତର ଆହତ ଆଦିବାସୀ ଯୁବକକୁ ଚିକିତ୍ସା ପାଇଁ ନେଲେ ଡାକ୍ତରଖାନା"

ମାଲକାନଗିରିରେ ଅକ୍ଷୟତୃତୀୟା ଉତ୍ସବ ଓ ଜୟଦେବଜୟନ୍ତୀ

ମାଲକାନଗିରି,୧୮ା୪ (ଓଡିଆ ପୁଅ ) ପବିତ୍ର ଅକ୍ଷୟତୃତୀୟା ଉତ୍ସବ ଓ ଜୟଦେବ ଜୟନ୍ତୀ ମାଲକାନଗିରି ଏମଭି୨ଗ୍ରାମ ନିକଟରେ ଥିବା କୃଷିଉପନିର୍ଦେଶକ ଙ୍କ କାର୍ଯ୍ୟାଳୟ ପରିଷରରେ ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି । ଏହି ଅବସରରେ  ମାଲାକନଗିରି ବିଧାୟକ ମାନସମାଡକାମି,ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି ଅତିଥି ଭାବେ ଯୋଗଦେଇ ଅକ୍ଷିମୁଠି ବୁଣି ହଳଲଙ୍ଗଳ ଧରି ବଳଦ ଗୋଡାଇ ଜମିରେ ହଳକରିବା ଦୃଶ୍ୟକୁ ଜନସାଧାରଣ ଉପଭୋଗକରିଥିଲେ,ଜିଲ୍ଲାକୃଷିବିଭାଗ ପକ୍ଷରୁ ଆୟୋଜିତ ଅକ୍ଷୟତୃତୀୟା ଉତ୍ସବରେ ଅନ୍ୟାନ ମାନଙ୍କ ମଧ୍ୟରେ ଜିଲ୍ଲାସୁଚନାଲୋସଂପର୍କ ଅଧିକାରୀ ଅମିୟକୁମାର ସାହୁ,ଜିଲ୍ଲାକୃଷି ଉପନିଦେ୍ର୍ଦଶକ ପ୍ରଦୀପକୁମାର ଦେଓ,ଜିଲ୍ଲାକୃଷିଅଧିକାରୀ କୈଳାଶଚନ୍ଦ୍ର ସ୍ୱାଇଁ,ହକାରି କୃଷିଅଧିକାରୀ ମନସ୍ୱିନୀ ମହାପାତ୍ର,ଫିରୋଜକୁମାର ବିଡିକା ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଚାଷୀ ମାନେ ଯୋଗଦେଇଥିଲେ, ଏହି ଅବସରରେ ମାଲକାନଗିରି…

"ମାଲକାନଗିରିରେ ଅକ୍ଷୟତୃତୀୟା ଉତ୍ସବ ଓ ଜୟଦେବଜୟନ୍ତୀ"

ଗ୍ୟାସ ସିଲିଣ୍ଡର ରେ ନିଆଁଲାଗି ତିନି ଭଉଣୀ ଜୀବନ୍ତଦଗ୍ଦ,ଏହା ଦୁର୍ଘଟଣା ଜନିତ କି ଆତ୍ମହତ୍ୟା ପୁଲିସର ତଦନ୍ତ ଆରମ୍ଭ

ମାଲକାନଗିରି,୧୮ା୪ (ଓଡିଆ ପୁଅ)  ମାଲକାନଗିରି ଜିଲ୍ଲାସଦର ମହକୁମାଠାରେ ଆଜିସକାଳେ ଏକ ଅଭାବନୀୟ ଘଟଣା ଘଟି ଯାଇଛି,ଏକ ଜଳନ୍ତାଘରୁ ତିନିଯୁବତୀଙ୍କ ଜୀବନ୍ତଦଗ୍ଧ ମୃତଶରୀରକୁ ପୁଲିସ ଉଦ୍ଧାର କରିଛି । ଏହି ଲୋମହର୍ଷ ଘଟଣା ସମଗ୍ର ମାଲକାନଗିରି ସହରବାସୀ ଙ୍କୁ ସ୍ତବ୍ଧ କରିଦେଇଛି । ଘଟଣାରୁ ପ୍ରକାଶ ଯେ ମାଲାକନଗିରି ଜିଲ୍ଲା ସଦର ମହକୁମାସ୍ଥ  ଜଗନ୍ନାଥମନ୍ଦିର ସାହିର ସ୍ୱର୍ଗତ କେ.ଗଣପତିରାଓ ଙ୍କ ଘର ପୋଡିଯାଉଥିବାର ଦେଖି  ସାହିର କିଛିଲୋକ ଅଗ୍ନିଶମବିଭାଗକୁ ଫୋନ କରିଥିଲେ । ଫୋନପାଇବା ମାତ୍ରେ ଦମକଳବାହନୀ ଘଟଣାସ୍ଥଳରେ ପହଁଚି ଜଳନ୍ତା   ନିଆଁକୁ ଆୟତ କରିଥିଲେ ।ଘରଭିତରୁ କବାଟ ଦିଆାଯାଇଥିବାରୁ ଅଗ୍ନିଶମ ବିଭାଗ କର୍ମଚାରୀମାନେ କବାଟ ଭାଙ୍ଗି  ଘରଭିତରକୁ ପ୍ରବେସ କରି ଯାହା ଦେଖିଲେ ସେଥିରେ ତାଙ୍କଦେହ…

"ଗ୍ୟାସ ସିଲିଣ୍ଡର ରେ ନିଆଁଲାଗି ତିନି ଭଉଣୀ ଜୀବନ୍ତଦଗ୍ଦ,ଏହା ଦୁର୍ଘଟଣା ଜନିତ କି ଆତ୍ମହତ୍ୟା ପୁଲିସର ତଦନ୍ତ ଆରମ୍ଭ"

ଚିତ୍ରକୋଣ୍ଡା ଡିଏଭି ସ୍କୁଲ ର ବାର୍ଷିକ ଉତ୍ସବ ପାଳିତ

ମାଲକାନଗିରି,16,4(ଓଡିଆ ପୁଅ ) ଚିତ୍ରକୋଣ୍ଡା ସହରରେ ଗୁଡ଼ମଣିଙ୍ଗ ପ୍ଲେ ସ୍କୁଲ ଓ ଡ଼ିଏଭି ଗୁରକୁଳ ଆନୁକୁଲ୍ୟରେ ୨ୟ ବାର୍ଷିକ ଉତ୍ସବ ପଳିତ ହୋଇଯାଇଛି, ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ଥାନା ଅଧିକାରୀ ଅଜିତ କୁମାର ସ୍ଵାଇଁ ,ମୁଖ୍ୟ ବକ୍ତା ଭାବେ ସିଆରସିସି କୃଷ୍ଣ ଚନ୍ଦ୍ର ଡାକୁଆ ଓ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ମାଲକାନଗିରି  ଡ଼ିଏଭି ଗୁରକୁଳ ର ସୁଶାନ୍ତ କୁମାର ସାମଲ,ସିଆରସିସି ଗୌରହଋ ସାହୁ ଏବଂ ଅବସରପ୍ରାପ୍ତ ଶିକ୍ଷକ କୃଷ୍ଣ ପ୍ରସାଦ କର ଙ୍କ ବକ୍ତବ୍ୟ ର ମୁଖ୍ୟ ସାରାଂଶ ଥିଲା ଛାତ୍ର ଛାତ୍ରୀ,ଶିକ୍ଷକ ଓ ଅଭିଭାବକ ଙ୍କ ସମାଜସ୍ୟ ଠିକ ରହିଲେ ଅନୁଷ୍ଠାନ ତଥା ଶିକ୍ଷାର ଉର୍ଣ୍ଣତି ହୋଇପାରିବ ବୋଲି ପ୍ରତିପାଦନ କରିଥିଲେ…

"ଚିତ୍ରକୋଣ୍ଡା ଡିଏଭି ସ୍କୁଲ ର ବାର୍ଷିକ ଉତ୍ସବ ପାଳିତ"

ମାଲକାନଗିରି ଜିଲ୍ଲାରେ ୮୦୪୫୬ଜଣ ଶିଶୁ ପଲ୍ସପୋଲିଓ ଖାଇବେ,ପ୍ରଥମଦିବସରେ ୭୩ପ୍ରତିଶତ ଶିଶୁ ପୋଲିଓ ବୁନ୍ଦାଖାଇଲେ , ୨୨ଓ୨୩ତାରିଖରେ ବିଛିନ୍ନାଚଂଳରେ ସ୍ୱତନ୍ତ୍ର ଭାବେ ଶିଶୁଙ୍କୁ ପୋଲିଓ ଦିଆଯିବ

ମାଲକାନଗିରି,୧୬ା୪ (ଓଡିଆ ପୁଅ )  ଆଦିବାସି ଅଧ୍ୟୁଷିତ  ମାଲକାନଗିରି ଜିଲ୍ଲାରେ ଠାରୁ ପଲ୍ସପୋଲିଓ ଆରମ୍ଭ ହୋଇଛି,ଚଳିତ ବର୍ଷ  ୮୦୪୫୬ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବ,ପ୍ରଥମ ଦିବସରେ ୫୭୦୫୦ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦାଦିଆ ଯାଇଛି । ରବିବାର ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଥମେ ଜଣେ ଶିଶୁକୁ ପୋଲିଓ ବିନ୍ଦା ଖୁଆଇ ପଲ୍ସପୋଲିଓ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରେ ଜିଲ୍ଲାମୁଖ୍ୟ ଚିକିତ୍ସାଅଧିକାରୀ ଡା ଅଜିତକୁମାର ମହାନ୍ତି,ଅତିରିକ୍ତ ଜିଲ୍ଲା ଚିକତ୍ସା ଅଧାକାରୀ ଅମରେନ୍ଦ୍ର ମହାନ୍ତି,ଏଡିଏମଓ ମେଡିକାଲ ଶଶିଭୁଷଣ ମହାପାତ୍ର,ଡା.ସପନକୁମାର ଧିଣ୍ଡା,ଡିପିଏମ ଶୁଭକାନ୍ତ ଗନ୍ତାୟତ,ହସପିଟାଲ ପରିଚାଳକ ଶୁଭାଶିଷ ସାଠୁଆ  ମାଓ ଶିଶୁ ସ୍ୱାସ୍ଥ୍ୟ ଉପପରିଚାଳକ ବନବିହାରି…

"ମାଲକାନଗିରି ଜିଲ୍ଲାରେ ୮୦୪୫୬ଜଣ ଶିଶୁ ପଲ୍ସପୋଲିଓ ଖାଇବେ,ପ୍ରଥମଦିବସରେ ୭୩ପ୍ରତିଶତ ଶିଶୁ ପୋଲିଓ ବୁନ୍ଦାଖାଇଲେ , ୨୨ଓ୨୩ତାରିଖରେ ବିଛିନ୍ନାଚଂଳରେ ସ୍ୱତନ୍ତ୍ର ଭାବେ ଶିଶୁଙ୍କୁ ପୋଲିଓ ଦିଆଯିବ"