Home ଓଡ଼ିଶା ମାଲକାନଗିରି ଜିଲାରେ ଡେଙ୍ଗୁ ଆତଙ୍କ : ମାସକ ମଧ୍ୟରେ ୧୩୬ ଚିହ୍ନଟ

ମାଲକାନଗିରି ଜିଲାରେ ଡେଙ୍ଗୁ ଆତଙ୍କ : ମାସକ ମଧ୍ୟରେ ୧୩୬ ଚିହ୍ନଟ

30

ମାଲକାନଗିରି, ୧୪/୮ (ଓଡ଼ିଆ ପୁଅ) ମାଲକାନଗିରି ଜିଲାରେ ଲଗାଣ ବର୍ଷା ଲାଗିରହିଥିବାରୁ ଡେଙ୍ଗୁ ଜ୍ଵର ଆତଙ୍କ ଦେଖାଦେଇଛି। ମାସକ ମଧ୍ୟରେ, ୧୩୬ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇ ସାରିଲେଣି।

ବିଶେଷ କରି ଚିତ୍ରକୋଣ୍ଡା ବ୍ଲକର ଗ୍ରାମାଞ୍ଚଳରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଜିଲାରେ କାୟା ମେଲାଉଛି ଡେଙ୍ଗୁ। ବିଶେଷ କରି ଚିତ୍ରକୋଣ୍ଡା ଅଞ୍ଚଳରେ କେବଳ ୭୨ ଜଣ ସର୍ବାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ମାଲକାନଗିରି ପୌରପରିଷଦ ଅଞ୍ଚଳରେ, ୧୨ଜଣ, ବାଲିମେଳାରେ ୧୬ ରୁ ଉର୍ଦ୍ଧ୍ବ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କାଲିମେଳା ବ୍ଲକ ଅଞ୍ଚଳରେ ୫ ଜଣ ଚିହ୍ନଟ ହୋଇଥିବା ବେଳେ ବାକି ଅନ୍ୟ ଗ୍ରାମାଞ୍ଚଳରେ ଚିହ୍ନଟ ହୋଇଥିବା ସୂଚନା ମିଳିଛି।

ଜିଲ୍ଲାରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ ମଧ୍ୟ ପ୍ରାୟ ଆରୋଗ୍ୟ ହୋଇସାରିଲେଣି। ଅଳ୍ପକିଛି ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଜିଲାରେ ବର୍ତ୍ତମାନ ଲୋକଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା କରାଯାଉଛି। ସଚେତନତା କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପୌର ଅଧ୍ୟକ୍ଷଙ୍କୁ ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି। ସମସ୍ତ ଘରକୁ ଘର ବୁଲି ଆଶା ଓ ଅଙ୍ଗନବାଡି କର୍ମୀ, ଏଏନ୍ଏମ୍ ସଚେତନତା କରୁଛନ୍ତି ବୋଲି ସିଡିଏମଓ ଡାକ୍ତର ପ୍ରଫୁଲ କୁମାର ନନ୍ଦ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.