Home ଜିଲ୍ଲା ପରିକ୍ରମା ପଞ୍ଚାୟତରେ ମଦ ଦୋକାନ ଖୋଲିବାକୁ ବିରୋଧ କରି ଶତାଧିକ ମହିଳାଙ୍କ ଜିଲ୍ଲାପାଳ ଓ ଅବକାରୀ ବିଭାଗ...

ପଞ୍ଚାୟତରେ ମଦ ଦୋକାନ ଖୋଲିବାକୁ ବିରୋଧ କରି ଶତାଧିକ ମହିଳାଙ୍କ ଜିଲ୍ଲାପାଳ ଓ ଅବକାରୀ ବିଭାଗ କର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

28

ମାଲକାନଗିରି, ୨୦/୬ (ଓଡ଼ିଆ ପୁଅ) ମାଲକାନଗିରି ବ୍ଲକସ୍ଥ ପଦ୍ମଗିରି ପଞ୍ଚାୟତରେ ଏକ ନୂତନ ବିଦେଶୀ ମଦ ଦୋକାନ ଖୋଲିବାକୁ ନେଇ ତାତିଛନ୍ତି ଗ୍ରାମର ମହିଳାମାନେ। ଆଜି ସକାଳେ ପଦ୍ମଗିରି ଅଞ୍ଚଳର ଶତାଧିକ ମହିଳା ମାଲକାନଗିରି ଜିଲ୍ଲାପାଳଙ୍କ କର୍ଯ୍ୟାଳୟ ସମ୍ମୁଖରେ ଏକତ୍ର ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ତୁରନ୍ତ ଖୋଲିବାକୁ ଯାଉଥିବା ବିଦେଶୀ ମଦ ଦୋକାନକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଦାବି ଜଣାଇ ଦରଖାସ୍ତ ଦେଇଛନ୍ତି। ଏହି ମଦ ଦୋକାନ ଖୋଲା ଗଲେ ପଞ୍ଚାୟତ ବାସୀଙ୍କ ମଧ୍ୟରେ ଥିବା ଭାଇଚାରା ଲୋପ ହେବା ସହିତ, ଯୁବଗୋଷ୍ଠୀ ମଦ୍ୟପାନ କରି ବିପଥ ଗାମୀ ହେବେ, ଗ୍ରାମ ଗୁଡିକରେ ମଦୁଆ ସୃଷ୍ଟି ହୋଇ ନାନା ପ୍ରକାର ଅସଭ୍ୟ କାମ କରିବେ। ତେଣୁ ତୁରନ୍ତ ମଦ ଦୋକାନ ବନ୍ଦ କରାଯାଉ ବୋଲି ଦାବି ଜଣାଇଛନ୍ତି। ଏହା ବ୍ୟତୀତ ଜିଲ୍ଲା ଅବକାରୀ ସୁପରିଟେଣ୍ଡଣ୍ଟ କର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରି ଏକ ଦାବି ପତ୍ର ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.