Home ଜିଲ୍ଲା ପରିକ୍ରମା ସ୍ୱାଭିମାନ ଅଞ୍ଚଳ ତଥା ମାଓଗଡ଼ରେ ଥିବା ମାଓବାଦୀଙ୍କ ସହୀଦ ସ୍ତମ୍ଭରେ ଗ୍ରାମବାସୀ ଉଡାଇଲେ ତ୍ରିରଙ୍ଗା ପତାକା

ସ୍ୱାଭିମାନ ଅଞ୍ଚଳ ତଥା ମାଓଗଡ଼ରେ ଥିବା ମାଓବାଦୀଙ୍କ ସହୀଦ ସ୍ତମ୍ଭରେ ଗ୍ରାମବାସୀ ଉଡାଇଲେ ତ୍ରିରଙ୍ଗା ପତାକା

67

ମାଲକାନଗିରି, ୧୪/୮ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ମାଓଗଡ଼ରେ ଥିବା ମାଓବାଦୀଙ୍କ ସହୀଦ ସ୍ତମ୍ବରେ ତ୍ରିରଙ୍ଗା ପତାକା ଉଡାଇ ଗ୍ରାମବାସୀମାନେ ସ୍ବାଧୀନତାର ଅମୃତ କା ମହୋତ୍ସଵ ଆଜି ପାଳିଛନ୍ତି।

ଲାଲ୍ ଗଡରେ ଫର ଫର ହୋଇ ଉଡିଲା ତ୍ରିରଙ୍ଗା ପତାକା। ଯେଉଁଠି ଦିନେ ମାଓବାଦୀମାନେ ହାତରେ ନାଲି ପତାକା ଧରି ଦୁର୍ଗମ ଅଞ୍ଚଳର ଆଦିବାସୀ ଲୋକେ ମାଓବାଦୀଙ୍କୁ ସମର୍ଥନ କରୁଥିଲେ, ସେଇଠି ଏବେ ଗାଁ ଗାଁରେ ଆଦିବାସୀ ଲୋକେ ହାତରେ ତ୍ରିରଙ୍ଗା ପତାକା ଧରି ଶୋଭାଯାତ୍ରା କରିବା ସହ ମାଓବାଦୀଙ୍କୁ ବିରୋଧ କରିଛନ୍ତି। ଏଭଳି କିଛି ଦୃଶ୍ୟ ଆଜି ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ।

ଯେତେବେଳେ ସମଗ୍ର ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି ସେତିକି ବେଳେ ନିଜକୁ ମଧ୍ୟ ଏହି ଉତ୍ସବରେ ସାମିଲ୍ କରିଛନ୍ତି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଆଦିବାସି ଲୋକେ। ଧୁଳିପୁଟ, ଦାର୍ଲାବେଡା, ଖଜୁରିଗୁଡା ଓ ବିହନଗୁଡା ଗାଁ ରେ ଥିବା ମାଓବାଦୀଙ୍କ ସହିତ ସ୍ତମ୍ଭ ଉପରେ ଚଢି ଆଦିବାସୀ ଲୋକେ ତ୍ରିରଙ୍ଗା ପତାକା ଉଡାଇଛନ୍ତି। କେବଳ ଏତିକି ନୁହେଁ ପାହାଡ ଜଙ୍ଗଲ ଭିତରେ ଥିବା ଆଦିବାସୀ ଗାଁ ରେ ଲୋକେ ହାତରେ ତ୍ରିରଙ୍ଗା ପତାକା ଧରି ଶୋଭାଯାତ୍ରା ମଧ୍ୟ କରିଥିଲେ। ଦୀର୍ଘ ବର୍ଷ ପରେ ଯେତେବେଳ ପୋଲିସ ଓ ପ୍ରଶାସନ ଆଦିବାସୀ ଲୋକଙ୍କ ନିକଟତର ହୋଇଛନ୍ତି ସେତେ ବେଳେ ସ୍ବାଧୀନତା ର ପ୍ରକୃତ ଅର୍ଥ ବୁଝି ପାରିଛନ୍ତି ସ୍ବାଭିମାନ ଅଞ୍ଚଳବାସୀ। ଚିତ୍ରକୋଣ୍ଡା ଅଞ୍ଚଳରେ ବଦଳି ଥିବା ଏହି ଚିତ୍ରକୁ ଦେଖିଲେ ଯିଏ କେହି ବି କହିବେ ଭାରତ ମାତା କି ଜୟ। ଅଞ୍ଚଳର ଏହି ଆଦିବାସୀ ଲୋକଙ୍କ ଉଦ୍ୟମକୁ ସଲାମ୍ କରିଛନ୍ତି ଜିଲ୍ଲା ବାସୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.