Home ଓଡ଼ିଶା ଚିତ୍ରକୋଣ୍ଡା ଥାନା ଭଙ୍ଗା ରୁଜା ଘଟଣାରେ ୧୮ଗିରଫ : ଆକ୍ରୋସ ମୂଳକ ଭାବେ ଦୁଇ ସାମ୍ବାଦିକଙ୍କୁ...

ଚିତ୍ରକୋଣ୍ଡା ଥାନା ଭଙ୍ଗା ରୁଜା ଘଟଣାରେ ୧୮ଗିରଫ : ଆକ୍ରୋସ ମୂଳକ ଭାବେ ଦୁଇ ସାମ୍ବାଦିକଙ୍କୁ ଗିରଫ କଲା ପୁଲିସ

27

ମାଲକାନଗିରି, ୨୧/୬ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଗାଡି ଭଙ୍ଗାରୁଜା ଘଟଣାର ପୁଲିସ ୧୮ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଆକ୍ରୋସ ମୂଳକ ଭାବେ ପୁଲିସ ଦୁଇ ଜଣ ସମ୍ବାଦିକଙ୍କୁ ଗିରଫ କରି ନାନା ପ୍ରକାର ଦଫା ଲଗାଇ କୋର୍ଟ ଚାଲାଣ କରିଛି।

ସମ୍ବାଦ ସଂଗ୍ରହ ପାଇଁ ଯାଇଥିବା ଚିତ୍ରକୋଣ୍ଡା ବ୍ଲକ ପ୍ରତିନିଧି ବିଦେଶୀ ଗୌଡ଼ ଓ ଦେବ ମାଇତିଙ୍କୁ ଉଦ୍ଦେଶ୍ୟ ଆକ୍ରୋସ ରଖି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାରୁ ମାଲକାନଗିରି ଜିଲ୍ଲାର ଗଣ ମାଧ୍ୟମ ପ୍ରତିନିଧିମାନେ ଏହି ଘଟଣାକୁ ଦୃଡ଼ ନିନ୍ଦା କରିଛନ୍ତି।

ପୁଲିସ ନିଜର ଦୋଷ ଲୁଚେଇବାକୁ ଯାଇ ସାମ୍ବାଦିକଙ୍କୁ ଗିରଫ କରିଛି ଚିତ୍ରକୋଣ୍ଡା ଥାନା ପୋଲିସ। ଗତ କିଛି ଦିନ ତଳେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଆର.ଏସ.ସି.୧୩ ଗାଁରେ ଗଞ୍ଜେଇ ଧରିବାକୁ ଯାଇ ପୋଲିସ ଆଦିବାସୀ ମହିଳାଙ୍କୁ ନିସ୍ତୁକ ଭାବେ ପିଟିଥିଲା। ପୋଲିସର ଏହି ବର୍ବରତା ସଂପର୍କରେ ଖବର କାଗଜରେ ଖବର ପ୍ରସାରଣ ହୋଇଥିଲା ଯାହାକୁ ନେଇ ଚିତ୍ରକୋଣ୍ଡା ବ୍ଲକର ପ୍ରତିନିଧି ବିଦେଶୀ ଗୌଡ ଏବଂ ପ୍ରତିନିଧି ଦେବୀ ମାଇତିଙ୍କ ଉପରେ ରାଗ ରଖିଥିଲା ଚିତ୍ରକୋଣ୍ଡା ପୋଲିସ।

ହେଲେ ଗତକାଲି ଚିତ୍ରକୋଣ୍ଡା ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ଶହ ଶହ ଆଦିବାସୀ ଲୋକେ ବ୍ଲକ ଅଫିସ ଘେରାଓ କରିଥିବା ବେଳେ କିଛି ଆଦିବାସୀ ମହିଳା ଓ ପୁରୁଷ ଉତ୍ତକ୍ତ ହୋଇ ଥାନା ଭିତରେ ଭଙ୍ଗା ରୁଜା କରିଥିଲେ। ଯାହାର ଖବର ମଧ୍ୟ ପ୍ରସାରଣ କରିଥିଲେ ଆମ ଚିତ୍ରକୋଣ୍ଡା ପ୍ରିତିନିଧି ବିଦେଶୀ ଗୌଡ ଓ ଦେବୀ ମାଇତି। ହେଲେ ଏହି ସବୁ ରାଗ ସୁଝେଇବାକୁ ଯାଇ ଚିତ୍ରକୋଣ୍ଡା ପୋଲିସ ଦୁଇ ସାମ୍ବାଦିକଙ୍କୁ ଅନ୍ୟ ଆନ୍ଦୋଳନ କାରୀଙ୍କ ସହିତ ଗିରଫ କରିଛି। ଥାନା ଉପରେ ଆକ୍ରମଣ ହୋଇଥିବା ଘଟଣାରେ ବର୍ତ୍ତମାନ ସୁଦ୍ଧା ପୋଲିସ ୧୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଯେଉଁମାନଙ୍କ ମଧ୍ୟର ଆମର ଦୁଇ ଜଣ ସାମ୍ବାଦିକ ମଧ୍ୟ ରହିଛନ୍ତି। ତେବେ ସାମ୍ବାଦିକଙ୍କ ନାମରେ ପୋଲିସ ମିଥ୍ୟା ମାମଲା ରୁଜୁ କରି ଜେଲ ପଠାଇଥିବା ଦେବୀ ମାଇତିଙ୍କ ମାଆ ସ୍ବାତି ରାଣୀ ମାଇତି ଓ ଜିଲ୍ଲାର କିଛି ବରିଷ୍ଠ ସାମ୍ବାଦିକ କହିଛନ୍ତି।

ଅପରପକ୍ଷରେ ଏ ସମ୍ପର୍କରେ ଚିତ୍ରକୋଣ୍ଡା ଥାନା ଅଧିକାରୀ ଅନିଲକୁମାର ପରିଡ଼ା ତାଙ୍କ ପ୍ରତିକ୍ରିୟା କହିଛନ୍ତି ପୁଲିସ କାହା ଉପରେ ଆକ୍ରୋସ ରଖି ଗିରଫ କରି ନାହିଁ। ସେ ଦୁଇ ଜଣ ଆନ୍ଦୋଳନକାରୀଙ୍କୁ ଉତ୍ତେଜିତ କରି ଉସୁକାଉ ଥିବା ଅଭିଯୋଗରେ ଗିରଫ ହୋଇଛନ୍ତି।

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ଉପରେ ପୁଲିସର ଦାଦାଗିରିକୁ ସବୁମହଲ ପକ୍ଷରୁ ନିନ୍ଦା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.